Posted inଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ଲେଇଙ୍ଗ-୧୧ରୁ ବଞ୍ଚିତ ହବେ ଏହି ୪ଷ୍ଟାର ଖେଳାଳି!

ଅହମ୍ମଦାବାଦ,୧୯।୧୧: ଭାରତୀୟଙ୍କୁ ଧରିଛି କ୍ରିକେଟ ଫିଭର। ଫିଭର ପାଇଁ ସମସ୍ତଙ୍କ ଛାତି ଧକ୍‌ଧକ୍‌। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଏଥିପାଇଁ ୧୪୦କୋଟି ଭାରତୀୟ ଅପେକ୍ଷାରତ।
ଟିମ୍‌ ବ୍ଲୁରେ ଅଛନ୍ତି ଗୋଟିଏରେ ଗୋଟିଏ ପ୍ଲେଇଙ୍ଗ ଇଲେଭନ। ପ୍ରତ୍ୟେକ ଖେଳାଳି ମ୍ୟାଚ ବିଜେତା। କିନ୍ତୁ ଟିମରେ ୧୧ଜଣ ଖେଳାଳି ରହିବା ହେଉଛି ବାଧ୍ୟତାମୂଳକ। ଏଥିପାଇଁ ଆଜିର ମ୍ୟାଚରେ ୪ଜଣ ଖେଳାଳି ବଞ୍ଚିତ ରହିବେ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଟିମ୍‌ ଇଣ୍ଡିଆ ଆତ୍ମବିଶ୍ୱାସ ଏବଂ ଅଭିଜ୍ଞତା ପାଇଥାଏ। ଯାହା ଦଳ ପାଇଁ ଲାଭଦାୟକ। କିନ୍ତୁ ଫାଇନାଲ ପାଇଁ କିଛି ପରିବର୍ତ୍ତନ କରାଯାଇଛି। ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଟିକେ କମ ରହିଛି, କିନ୍ତୁ ବିଜୟୀ ମିଶ୍ରଣକୁ ଶେଷ ସମୟରେ ପରିବର୍ତ୍ତନ କରିବା ଭୁଲ ହୋଇପାରେ। ତେଣୁ ଅଶ୍ୱିନଙ୍କୁ ପ୍ଲେଇଗଂ ୧୧ରୁ ବାହାରେ ରହିବେ।

ପ୍ଲେଇଗଂ ୧୧ରେ ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଦୁର୍ବଳ ଲିଙ୍କ। କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ତାଙ୍କ ଉପରେ ବିଶ୍ୱାସ ରହିଛି। ତେଣୁ ସୂର୍ଯ୍ୟଙ୍କୁ ଚାନ୍ସ ଦେଇ ଇଶାନ କିଶନଙ୍କୁ ବାଦ ଦେଇ ପାରନ୍ତି।

ଦ୍ରୁତ ବୋଲର ପ୍ରସୀଦ କୃଷ୍ଣା ଭାରତକୁ ଅନେକ ମ୍ୟାଚ ଜତେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସେ ବିଶ୍ୱକପର ଟିମ ଇଣ୍ଡିଆରେ ଯୋଗ ଦେଇଥିଲେ। କିନ୍ତୁ ମହମ୍ମଦ ଶାମି ଫାଇନାଲରେ ରହିବା କାରଣରୁ କୃଷ୍ଣା ଏଥିରୁ ବାଦ୍‌ ପଡିବେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯିବା ପରେ ଶାର୍ଦ୍ଦୁଲ ଠାକୁରଙ୍କୁ କିଛି ମ୍ୟାଚରେ ସୁଯୋଗ ଦିଆଯାଇଥିଲା। କିନ୍ତୁ ଯେତେବେଳେ ଶାମି ଭଲ ପ୍ରଦର୍ଶନ କରିଥିଲେ ସେତେବେଳେ ଦଳର ଦ୍ରୁତ ବୋଲିଂର ଟେନସନ ଦୂର ହୋଇଯାଇଥିଲା। ଶାମି ଓ୍ବିକେଟ ପରେ ଓ୍ବିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତ। ତେଣୁ ଶାର୍ଦ୍ଦୁଲ ପ୍ଲେଇଂ ଇଲେଭନରୁ ବାଦ୍‌ ପଡିବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri