Categories: ଖେଳ

ମନର ଯନ୍ତ୍ରଣା ପ୍ରକାଶ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ସିଡନୀ,୯।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌କୁ ଟିମ୍‌ ୨-୧ରେ ଜିତିନେଇଛି। ଏହି ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ ପାଣ୍ଡ୍ୟା। ମ୍ୟାଚ୍‌ ପରେ ପାଣ୍ଡ୍ୟା ନିଜ ପ୍ରଦର୍ଶନରେ ଖୁସି ଥିଲେ, ଏହା ସତ୍ତ୍ୱେ ତାଙ୍କ ମନରେ ଏକ ଯନ୍ତ୍ରଣା ପ୍ରକଶ ପାଇଥିଲା। ନିଜ ପୁଅ ଅଗସ୍ତ୍ୟଙ୍କୁ ମିସ୍‌ କରୁଥିବା କହିଛନ୍ତି। ଗତ ୪ ମାସ ହେବ ଦେଖିନାହିଁ। ଏବେ ସେ ନିଜ ପରିବାର ସହ ସମୟ ବିତାଇବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ପାଣ୍ଡ୍ୟା ୟୁଏଇରେ ଆଇପିଏଲ୍‌ ଖେଳିବା ପାଇଁ ଘରୁ ଆସିଥିଲେ। ଆପିଏଲ୍‌ ଶେଷ ପରେ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ। ପାଣ୍ଡ୍ୟା ଗତ ଜୁଲାଇ ୩୦ରେ ପିତା ହୋଇଥିଲେ। ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

Share