ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮ ନୁହେଁ, ଏଣିକି ୧୦ ପ୍ରତିଶତ ଟାରିଫ ଲାଗୁ ହେବ । ଆସନ୍ତା ୨୪ ତାରିଖରୁ ଏହି ନୂଆ ଟାରିଫ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଅନ୍ୟପଟେ ଟାରିଫ ବାବଦକୁ ଭାରତରୁ ଆମେରିକା ନେଇଛି ୩୮୭ ନିୟୁତ ଡଲାର । ସେହିପରି ବିଭିନ୍ନ ଦେଶରୁ ୧୭୫ ଆରବ ଡଲାର ନେଇଛି ଆମେରିକା । ଏବେ ପ୍ରଶ୍ନ ଉଠୁଛି ଯେ, ସୁପ୍ରିମକୋର୍ଟଙ୍କ ଛାଟ ପରେ ଏହି ଅର୍ଥ ଫେରାଇବ କି ଆମେରିକା । କାରଣ, ଏହି ଅର୍ଥ ଫେରାଇଲେ ଆମେରିକା ଅର୍ଥନୀତି ଉପରେ ପଡ଼ିବ ବଡ଼ ପ୍ରଭାବ ।

ଆମେରିକା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ଆମଦାନୀ ଉପରେ ଶୁଳ୍କ ୨୫% ରୁ କମି ୧୮ ପ୍ରତିଶତ ହୋଇଥିବା ଟାରିଫ୍‌ ଏବେ ୧୦% ହୋଇଛି । ରିପୋର୍ଟ ମୁତାବକ, ଭାରତ ପକ୍ଷରୁ ପୂର୍ବରୁ ୧୮% ଶୁଳ୍କ ପାଇଁ ସହମତି ହୋଇଥିଲେ ବି ତାହା ଔପଚାରିକ ଭାବେ ଲାଗୁ ହୋଇ ନଥିଲା । ଏବେ ଟ୍ରମ୍ପ୍‌ ଭାରତ ସମେତ ଆମେରିକାର ବାଣିଜ୍ୟିକ ସହଯୋଗୀ ଦେଶଗୁଡ଼ିକ ଉପରେ ୧୦% ଟାରିଫ୍‌ ଲାଗୁ କରିଛନ୍ତି । ଏହି ନିୟମ ଫେବ୍ରୁଆରୀ ୨୪ ତାରିଖ ରାତି ୧୨:୦୧ ରୁ ଲାଗୁ ହେବ । ସୁପ୍ରିମକୋର୍ଟଙ୍କ ଉପରେ କ୍ଷୁବ୍ଧ ହୋଇ ଟ୍ରମ୍ପ୍‌ ସେକ୍ସନ୍‌ ୧୨୨ ଅଧୀନରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଗ୍ଲୋବାଲ୍‌ ଟାରିଫ୍‌ ୧୦ ପ୍ରତିଶତର ସିଧାସଳଖ ଅର୍ଥ ହେଉଛି, ଆମେରିକାରେ ଆମଦାନୀ ମହଙ୍ଗା ହୋଇଯିବ । ବିଦେଶୀ କମ୍ପାନିଗୁଡ଼ିକର ନିବେଶ ବଢ଼ିବ । ସପ୍ଲାଇ ଟେନ୍‌ ଉପରେ ଚାପ ପଡ଼ିବ । ଘରୋଇ ଉଦ୍ୟୋଗକୁ କିଛି ସମୟ ପାଇଁ ଫାଇଦା ମିଳିପାରେ । ଟ୍ରେଡ୍‌ ୱାର୍‌ର ଆଶଙ୍କା ମଧ୍ୟ ବଢ଼ିପାରେ । ଅନ୍ୟପଟେ ନୂଆ ଟାରିଫ୍‌ ପରେ ବଦଳିବ ଭାରତର ସ୍ଥିତି । ଇଞ୍ଜିନିୟରିଂ, ଟେକ୍ସଟାଇଲ ଓ କ୍ୟାମିକାଲ ସେକ୍ଟରକୁ ଆଶ୍ବସ୍ତି ମିଳିପାରେ । ଷ୍ଟିଲ୍‌, ଆଲୁମିନିୟମ ଏବଂ ଅଟୋ ପାର୍ଟ୍‌ସ୍‌ ଉପରେ ଟାରିଫ ଜାରି ରହିବ । ୮୦୦ କୋଟିରୁ ଅଧିକ ରପ୍ତାନୀ ଉତ୍ପାଦ ଟାରିଫ୍‌ ଅଧୀନରେ ରହିବ । ଅଟୋ ଏବଂ ମେଟାଲ ସେକ୍ଟର ଉପରେ ପ୍ରେସର ବଢ଼ିପାରେ । ସେହିପରି ଭାରତ ସହ ଟ୍ରେଡ୍‌ ଡିଲ୍‌କୁ ନେଇ ପ୍ରେସିଡେଣ୍ଟ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ସହ ଆମେରିକାର ଡିଲ୍‌ ପକ୍କା । ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ସେ ଆମେରିକାର ନେତାଙ୍କଠାରୁ ଢେର୍‌ ଗୁଣା ସ୍ମାର୍ଟ । ଯାହାଦ୍ବାରା ଆମେରିକାର ଅନେକ କ୍ଷତି ହେଉଥିଲା । ଏବେ ଆମେ ଡିଲ୍‌କୁ ଫ୍ଲିପ୍‌ କରି ଦେଇଛୁ । ଏବେ ଆମେରିକା, ଭାରତକୁ ଟାରିଫ୍‌ ଦେବ ନାହିଁ, କିନ୍ତୁ ନୂଆଦିଲ୍ଲୀ ୱାସିଂଟନକୁ ଟାରିଫ୍‌ ଦେବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?