ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮ ନୁହେଁ, ଏଣିକି ୧୦ ପ୍ରତିଶତ ଟାରିଫ ଲାଗୁ ହେବ । ଆସନ୍ତା ୨୪ ତାରିଖରୁ ଏହି ନୂଆ ଟାରିଫ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଅନ୍ୟପଟେ ଟାରିଫ ବାବଦକୁ ଭାରତରୁ ଆମେରିକା ନେଇଛି ୩୮୭ ନିୟୁତ ଡଲାର । ସେହିପରି ବିଭିନ୍ନ ଦେଶରୁ ୧୭୫ ଆରବ ଡଲାର ନେଇଛି ଆମେରିକା । ଏବେ ପ୍ରଶ୍ନ ଉଠୁଛି ଯେ, ସୁପ୍ରିମକୋର୍ଟଙ୍କ ଛାଟ ପରେ ଏହି ଅର୍ଥ ଫେରାଇବ କି ଆମେରିକା । କାରଣ, ଏହି ଅର୍ଥ ଫେରାଇଲେ ଆମେରିକା ଅର୍ଥନୀତି ଉପରେ ପଡ଼ିବ ବଡ଼ ପ୍ରଭାବ ।

ଆମେରିକା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ଆମଦାନୀ ଉପରେ ଶୁଳ୍କ ୨୫% ରୁ କମି ୧୮ ପ୍ରତିଶତ ହୋଇଥିବା ଟାରିଫ୍‌ ଏବେ ୧୦% ହୋଇଛି । ରିପୋର୍ଟ ମୁତାବକ, ଭାରତ ପକ୍ଷରୁ ପୂର୍ବରୁ ୧୮% ଶୁଳ୍କ ପାଇଁ ସହମତି ହୋଇଥିଲେ ବି ତାହା ଔପଚାରିକ ଭାବେ ଲାଗୁ ହୋଇ ନଥିଲା । ଏବେ ଟ୍ରମ୍ପ୍‌ ଭାରତ ସମେତ ଆମେରିକାର ବାଣିଜ୍ୟିକ ସହଯୋଗୀ ଦେଶଗୁଡ଼ିକ ଉପରେ ୧୦% ଟାରିଫ୍‌ ଲାଗୁ କରିଛନ୍ତି । ଏହି ନିୟମ ଫେବ୍ରୁଆରୀ ୨୪ ତାରିଖ ରାତି ୧୨:୦୧ ରୁ ଲାଗୁ ହେବ । ସୁପ୍ରିମକୋର୍ଟଙ୍କ ଉପରେ କ୍ଷୁବ୍ଧ ହୋଇ ଟ୍ରମ୍ପ୍‌ ସେକ୍ସନ୍‌ ୧୨୨ ଅଧୀନରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଗ୍ଲୋବାଲ୍‌ ଟାରିଫ୍‌ ୧୦ ପ୍ରତିଶତର ସିଧାସଳଖ ଅର୍ଥ ହେଉଛି, ଆମେରିକାରେ ଆମଦାନୀ ମହଙ୍ଗା ହୋଇଯିବ । ବିଦେଶୀ କମ୍ପାନିଗୁଡ଼ିକର ନିବେଶ ବଢ଼ିବ । ସପ୍ଲାଇ ଟେନ୍‌ ଉପରେ ଚାପ ପଡ଼ିବ । ଘରୋଇ ଉଦ୍ୟୋଗକୁ କିଛି ସମୟ ପାଇଁ ଫାଇଦା ମିଳିପାରେ । ଟ୍ରେଡ୍‌ ୱାର୍‌ର ଆଶଙ୍କା ମଧ୍ୟ ବଢ଼ିପାରେ । ଅନ୍ୟପଟେ ନୂଆ ଟାରିଫ୍‌ ପରେ ବଦଳିବ ଭାରତର ସ୍ଥିତି । ଇଞ୍ଜିନିୟରିଂ, ଟେକ୍ସଟାଇଲ ଓ କ୍ୟାମିକାଲ ସେକ୍ଟରକୁ ଆଶ୍ବସ୍ତି ମିଳିପାରେ । ଷ୍ଟିଲ୍‌, ଆଲୁମିନିୟମ ଏବଂ ଅଟୋ ପାର୍ଟ୍‌ସ୍‌ ଉପରେ ଟାରିଫ ଜାରି ରହିବ । ୮୦୦ କୋଟିରୁ ଅଧିକ ରପ୍ତାନୀ ଉତ୍ପାଦ ଟାରିଫ୍‌ ଅଧୀନରେ ରହିବ । ଅଟୋ ଏବଂ ମେଟାଲ ସେକ୍ଟର ଉପରେ ପ୍ରେସର ବଢ଼ିପାରେ । ସେହିପରି ଭାରତ ସହ ଟ୍ରେଡ୍‌ ଡିଲ୍‌କୁ ନେଇ ପ୍ରେସିଡେଣ୍ଟ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ସହ ଆମେରିକାର ଡିଲ୍‌ ପକ୍କା । ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ସେ ଆମେରିକାର ନେତାଙ୍କଠାରୁ ଢେର୍‌ ଗୁଣା ସ୍ମାର୍ଟ । ଯାହାଦ୍ବାରା ଆମେରିକାର ଅନେକ କ୍ଷତି ହେଉଥିଲା । ଏବେ ଆମେ ଡିଲ୍‌କୁ ଫ୍ଲିପ୍‌ କରି ଦେଇଛୁ । ଏବେ ଆମେରିକା, ଭାରତକୁ ଟାରିଫ୍‌ ଦେବ ନାହିଁ, କିନ୍ତୁ ନୂଆଦିଲ୍ଲୀ ୱାସିଂଟନକୁ ଟାରିଫ୍‌ ଦେବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri