Posted inଜାତୀୟ

ଭାରତ-ଆମେରିକା ସମରାଭ୍ୟାସ ଆରମ୍ଭ, ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୧୧ : ଲଦାଖରେ ଚାଇନାର ଅନୁପ୍ରବେଶ ଏବଂ ବିସ୍ତାରବାଦୀ ଯୋଜନାକୁ ଚେତାବନୀ ଦେବା ପାଇଁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ଉତ୍ତରାଖଣ୍ଡର ଔଲି ଏବଂ ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଭାରତ ଏବଂ ଆମେରିକା ଏହି ମିଳିତ ଅଭ୍ୟାସ କରିବେ। ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ରେ ଚାଇନା ସହ ବିବାଦ ମଧ୍ୟରେ ଆମେରିକା ସମେତ ଅନେକ ଦେଶ ସହିତ ବଡ଼ ଧରଣର ସାମରିକ ଅଭ୍ୟାସ କରିବାକୁ ଭାରତ ନିଷ୍ପତ୍ତି ନେଇଛି।

ଉତ୍ତରାଖଣ୍ଡର ଔଲିରେ ଭାରତ ଏବଂ ଆମେରିକା ମଧ୍ୟରେ ସ୍ଥଳ ସାମରିକ ଅଭ୍ୟାସ ହେବ। ଏହା ଏଲଏସି ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ କରାଯିବ। ଏହି ସମୟରେ ବଙ୍ଗୋପସାଗରରେ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ, ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ନିୟୋଜିତ ହେବ। ବୁଧବାର ଭାରତ ସିଙ୍ଗାପୁର ସହିତ ବଙ୍ଗୋପସାଗରରେ ସାମରିକ ଅଭ୍ୟାସ ଆରମ୍ଭ କରିଛି।

ଏହି ସମୟରେ, ନଭେମ୍ବର ୮ ରୁ ୧୮ ପର୍ଯ୍ୟନ୍ତ ମାଲାବାର ସମରାଭ୍ୟାସ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଆଦି କ୍ୱାଡ ଦେଶ ସାମିଲ ହେବେ। ଅପରପକ୍ଷରେ, ଅଷ୍ଟ୍ରେଲିଆ ଏବଂ ଭାରତର ସୈନ୍ୟବାହିନୀ ମଧ୍ୟ ପ୍ରଥମ ଥର ପାଇଁ ୨୮ ନଭେମ୍ବରରୁ ୧୧ ଡିସେମ୍ବର ପର୍ଯ୍ୟନ୍ତ ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଅଷ୍ଟ୍ରା-ହିନ୍ଦ ସମରାଭ୍ୟାସ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri