କେନ୍ଦୁଝରରେ ଭୋଲ୍ଟାସ୍‌ର ବ୍ରାଣ୍ଡ୍‌ ଶପ୍‌

କେନ୍ଦୁଝର,୧୬ା୧୧: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦକ କମ୍ପାନୀ ଭୋଲ୍ଟାସ୍‌ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ଅମ୍ବିକା ହୋମ୍‌ ଆପ୍ଲିଆନ୍ସ’ ଜରିଆରେ ମଙ୍ଗଳବାର କେନ୍ଦୁଝର ସହର ଥାନା ଛକ (ରତନ ଟାଓ୍ବାର) ନିକଟରେ ଭୋଲ୍ଟାସ୍‌ର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଆଞ୍ଚଳିକ ମୁଖ୍ୟ (ଇଷ୍ଟ-୨) ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ହୋମ୍‌ ଆପ୍ଲିଆନ୍ସର ମୁଖ୍ୟ ପ୍ରକାଶ ଅଗ୍ରଓ୍ବାଲଙ୍କ ସମେତ ଉଭୟ ଅଗ୍ରଓ୍ବାଲ ପରିବାରର ସଦସ୍ୟ ଓ ଷ୍ଟୋରର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ଏହା ୧୦ମ ବ୍ରାଣ୍ଡ୍‌ ଶପ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଭୋଲ୍ଟାସ୍‌ର ଏମ୍‌ଡି ତଥା ସିଇଓ ପ୍ରଦୀପ ବକ୍ସି କହିଛନ୍ତି, ଓଡ଼ିଶାର କେନ୍ଦୁଝର ଜିଲାରେ ଭୋଲ୍ଟାସ୍‌ର ବ୍ରାଣ୍ଡ୍‌ ଶପ୍‌ର ଶୁଭାରମ୍ଭ ହୋଇଥିବାରୁ ଆମେ ବହୁ ଖୁସି। କାରଣ କମ୍ପାନୀ ମାର୍କେଟ ଲିଡର ଭାବେ ଉପଭୋକ୍ତାମାନଙ୍କୁ ସବୁବେଳେ ବ୍ୟବସାୟର କେନ୍ଦ୍ରସ୍ଥଳୀରେ ରଖି ଟେକ୍ନୋଲୋଜିକାଲ ଆଡଭାନ୍ସ ସାମଗ୍ରୀ ଯୋଗାଇଦେବାକୁ ପ୍ରୟାସ ଜାରି ରଖିଛି। ସେହିଭଳି କେନ୍ଦୁଝର ଜିଲା ସମେତ ଏହାର ନିକଟବର୍ତ୍ତୀ ସହର ଓ ଜିଲାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ବୋଲି ପ୍ରକାଶ କହିଛନ୍ତି। ସେହିପରି ଏଠାରେ କମ୍ପାନୀର ସମସ୍ତ ବ୍ରାଣ୍ଡ୍‌ ଉପଲବ୍ଧ ହେଉଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀରେ ନିଶ୍ଚିତ ଉପହାର ସାଙ୍ଗକୁ ଏକ୍ସଚେଞ୍ଜ ଅଫର ଓ ଏସିରେ ମାଗଣା ଇନ୍‌ଷ୍ଟାଲେଶନ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ମାନସ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri