Posted inଜାତୀୟ

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ

ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ଚାଇନାର ଅର୍ଥନୀତି ବୃଦ୍ଧି ସାଙ୍ଗକୁ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଏହା ବାହାରେ ପ୍ରଭାବ ବିସ୍ତାର କରୁଥିବାରୁ ଦୁଇଦେଶ ଚିନ୍ତିତ ଅଛନ୍ତି। ସେଥିପାଇଁ ଶିଳ୍ପ ସହଯୋଗ ବଢ଼ାଇବା ଲାଗି କ’ଣ କରାଯାଇପାରିବ ତାହା ଆଲୋଚନାରେ ସ୍ଥାନ ପାଇଥିଲା। ନୂଆଦିଲ୍ଲୀରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ସହଯୋଗ ବୃଦ୍ଧି, ନୂଆ ପ୍ରଯୁକ୍ତିର ମିଳିତ ବିକାଶ ଓ ନୂଆ ତଥା ପ୍ରଚଳିତ ସିଷ୍ଟମ ନିର୍ମାଣ ଲାଗି ସୁଯୋଗ ଚିହ୍ନଟ ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଉଭୟ ଦେଶର ମିଳିତ ସ୍ବାର୍ଥ ଉପରେ ଦୁଇ ନେତା ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖରେ ଆମେରିକା ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଅଷ୍ଟିନ୍‌ ନୂଆଦିଲ୍ଲୀ ଆସିଥିବାରୁ ପ୍ରତିରକ୍ଷା ଚୁକ୍ତିନାମା ସମ୍ପର୍କିତ ସମ୍ଭାବ୍ୟ ଘୋଷଣା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଜେନେରାଲ ଆଟୋମିକ୍ସ ଏରୋନଟିକାଲ ସିଷ୍ଟମ୍ସଠାରୁ ଭାରତ ୧୮ଟି ସଶସ୍ତ୍ର ତଥା ଅତି ଉଚ୍ଚରେ ଉଡ଼ିପାରୁଥିବା ୟୁଏଭି ୧.୫ରୁ ୨ ବିଲିୟନ ଡଲାର ମୂଲ୍ୟରେ କିଣିବାକୁ ଚାହୁଁଛି। ଉକ୍ତ ୟୁଏଭିଗୁଡ଼ିକ ଚାଇନା ଓ ପାକିସ୍ତାନ ସୀମା ଏବଂ ଭାରତ ମହାସାଗର ରଣନୀତିକ କ୍ଷେତ୍ରରେ ମୁତୟନ କରାଯିବ। ଏହା ବ୍ୟତୀତ ଲଢ଼ୁଆ ବିମାନ ଇଞ୍ଜିନ, ସ୍ଥଳସେନାର ଲଢ଼ୁଆ ଯାନ, କମାଣ ଓ ଗୁଳିଗୋଳା ଦୁଇଦେଶ ମିଳିତ ଭାବେ ଉତ୍ପାଦନ କରିବା ନେଇ ଗତ ମାସରେ ଓ୍ବାଶିଂଟନରେ ଆମେରିକା-ଭାରତ ଡିଫେନ୍ସ ପଲିସି ଗ୍ରୁପ୍‌ ବୈଠକରେ ଆଲୋଚନା ହୋଇଥିଲା। ଭାରତ ଏହାର ଯୁଦ୍ଧବିମାନ ନିର୍ମାଣ କ୍ଷମତା ବଢ଼ାଇବା ପାଇଁ ପ୍ରଯୁକ୍ତି ହସ୍ତାନ୍ତରକ୍ରମେ ଭାରତରେ ଜେଟ୍‌ ଇଞ୍ଜିନ ନିର୍ମାଣ କରିବାକୁ ଚାହୁଁଛି। ୨୦୧୬ରେ ଭାରତକୁ ଆମେରିକା ଏହାର ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ଭାବେ ଘୋଷଣା କରିଥିଲା, ଯାହା ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ ଓ ପ୍ରଯୁକ୍ତି ବିନିମୟର ବାଟ ଖୋଲିଥିଲା। ଭାରତକୁ ଅଷ୍ଟିନ୍‌ଙ୍କର ଏହା ଦ୍ୱିତୀୟ ଗସ୍ତ। ୨୦୨୧ ମାର୍ଚ୍ଚରେ ସେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ।
୨୦୦୮ରେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ଅତି ନଗଣ୍ୟ ଥିବାବେଳେ ୨୦୨୦ରେ ଏହା ୨୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ଏହି ସମୟରେ ଭାରତ ଆମେରିକାଠାରୁ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବିମାନ, ସି-୧୩୦ ପରିବହନ ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ କିଣିଛି। ଚାଇନାର ଶକ୍ତି ବୃଦ୍ଧି ଏବଂ ଭାରତ ସହ ସୀମା ବିବାଦ ବଢ଼ୁଥିବାରୁ ଗତ ୫ ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ବୃଦ୍ଧି ଘଟିଛି। କ୍ୱାଡ୍‌ ସୁରକ୍ଷା ଗ୍ରୁପ୍‌ର ଅଂଶବିଶେଷ ଭାବେ ଭାରତ ଓ ଆମେରିକା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବା ସହ ସହଯୋଗ ବଢ଼ାଇଛନ୍ତି। କ୍ୱାଡ୍‌ରେ ଆମେରିକା, ଭାରତ ସହ ଜାପାନ ଓ ଅଷ୍ଟ୍ରେଲିଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri