ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ,୧୮ା୧୧: ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି। ଏହା ଭାରତର ବାର୍ଷିକ ଏଲପିଜି ଆମଦାନୀର ପ୍ରାୟ ୧୦% ହୋଇଥିବାବେଳେ ଭାରତୀୟ ବଜାର ପାଇଁ ଏହା ପ୍ରଥମ ସଂରଚିତ ଆମେରିକୀୟ ଏଲପିଜି ଚୁକ୍ତି। ମନ୍ତ୍ରୀ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ଏହି ଚୁକ୍ତି ଆମେରିକା ସହ ଭାରତର ବାଣିଜ୍ୟ ବଳକା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ପୂର୍ବରୁ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଥିଲେ। ରୁଷିଆଠାରୁ ଭାରତ ତୈଳ କିଣି ଏହାକୁ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣରେ ସହାୟତା କରୁଥିବା ଟ୍ରମ୍ପ୍‌ ଅଭିଯୋଗ କରିବା ସହ ପୁଣି ୨୫% ଟାରିଫ କଷିଥିଲେ। ତେବେ ଭାରତ ରୁଷିଆରୁ ତୈଳ କିଣା ବନ୍ଦ କରିବ ବୋଲି ରାଜି ହୋଇଥିବା ଟ୍ରମ୍ପ୍‌ ନିକଟରେ କହିଥିଲେ।
ଭାରତ ଏହାର ଏଲ୍‌ପିଜି ଆବଶ୍ୟକତାର ୬୫ ପ୍ରତିଶତ କାତାର, ୟୁଏଇ, ସାଉଦି ଆରବରୁ ଆମଦାନୀ କରିଥାଏ। ଆମେରିକାରୁ ଗ୍ୟାସ୍‌ କିଣିବା ପାଇଁ ଚୁକ୍ତିନାମା ହୋଇଥିବାରୁ ଭାରତର ଇନ୍ଧନ ଅବଶ୍ୟକତା ମେଣ୍ଟାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଅନ୍ୟ ଦେଶରୁ କିଣାଯାଉଥିବା ଏଲ୍‌ପିଜି ତୁଳନାରେ ଏହା ଶସ୍ତା ହେବ ବୋଲି କୁହାଯାଉଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅଧିକାରୀମାନଙ୍କ ଏକ ଟିମ୍‌ ଜୁଲାଇ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଇ ସେଠାର ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟର ମାନଦଣ୍ଡ ଭାବରେ ମାଉଣ୍ଟ ବେଲଭିଉ ଉପରେ ଆଧାରିତ ଏହି ଆଲୋଚନା ପରେ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ପିଏସ୍‌ୟୁ ତୈଳ କମ୍ପାନୀଗୁଡ଼ିକ ସାରା ଦେଶରେ ସର୍ବନିମ୍ନ ଦରରେ ଏଲପିଜି ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତବର୍ଷ ବିଶ୍ୱ ଏଲପିଜି ମୂଲ୍ୟ ୬୦%ରୁ ଅଧିକ ବୃଦ୍ଧି ପାଇଥିଲା। ପ୍ରକୃତ ମୂଲ୍ୟ ୧୧୦୦ ଟଙ୍କା ଅତିକ୍ରମ କରିବା ସତ୍ତ୍ୱେ ଉଜ୍ଜ୍ୱଳା ହିତାଧିକାରୀ ପ୍ରାୟ ୫୦୦ରୁ ୫୫୦ ଟଙ୍କା ସବସିଡି ମୂଲ୍ୟରେ ସିଲିଣ୍ଡର ପାଉଛନ୍ତି। ଭାରତ ସରକାର ଏହି ଭାରକୁ ବହନ କରି ପୂର୍ବ ବର୍ଷରେ ପରିବାରଗୁଡ଼ିକୁ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଏଲପିଜି ମୂଲ୍ୟର ପ୍ରଭାବରୁ ରକ୍ଷା କରିବା ପାଇଁ ୪୦,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପୁରୀ କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri