ବିଶ୍ୱସ୍ତରୀୟ ଇଭି ଉତ୍କର୍ଷ କେନ୍ଦ୍ର ହେବ ଭାରତ

ନୂଆଦିଲ୍ଲୀ,୨୧।୧: ବର୍ତ୍ତମାନର ପରିବେଶ ଓ ବଜାର ଚାହିଦାକୁ ଆଖିଆଗରେ ରଖି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ) ମଧ୍ୟ ଇଲେକ୍‌ଟ୍ରିକ୍‌ ଭେଇକଲ ବା ଇଭି ଉତ୍ପାଦନରେ ମନୋନିବେଶ କରିଛି। ଏପରିକି ଭାରତକୁ ଇଭି ଉପତ୍ାଦନର ଏକ ବିଶ୍ୱସ୍ତରୀୟ ହବ୍‌ ବା ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ପାଇଁ ବ୍ରାଣ୍ଡ ପ୍ରୟାସ ଆରମ୍ଭ କରିଛି ବୋଲି ଏମ୍‌ଏସ୍‌ଆଇଏଲର ଏସ୍‌ଇଓ (ବିକ୍ରି ଏବଂ ବିପଣନ) ପାର୍ଥୋ ବାନାର୍ଜୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏମ୍‌ଏସ୍‌ଆଇଏଲର ପ୍ରଥମ ବ୍ୟାଟେରି ଇଲେକ୍‌ଟ୍ରିକ୍‌ ଭେଇକଲ ବା ବି-ଇଭି ଏସ୍‌ୟୁଭି ‘ଇ ଭିଟାରା’ର ଅନାବରଣ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ହୋଇଯାଇଛି। ଏଥିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବ୍ୟାପକ ପ୍ରିମିୟମ ସୁବିଧା ଏବଂ ‘ଇ ଫର୍‌ ମି’ ଇକୋ ସଲ୍ୟୁଶନ୍ସର ଫିଚର ଏହି ଯାନର ଚାହିଦା ଓ ଡିଜାଇନ୍‌କୁ ଆକର୍ଷିତ କରାଇଛି। ସେହିଭଳି ଅଲ ନ୍ୟୁ ହାର୍ଟଟେକ୍ଟ-ଇ ପ୍ଲାଟ୍‌ଫର୍ମରେ ନିର୍ମିତ ଏହି ମଡେଲ (ଇ ଭିଟାରା)କୁ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଉତ୍କୃଷ୍ଟ ପରିସୀମା ପ୍ରଦାନ କରିଥାଏ, ଯେଉଁଥିରେ ଅତୁଳନୀୟ ଆରାମ ଏବଂ ସୁରକ୍ଷା ସୁବିଧା ଅନ୍ତର୍ଭୁକ୍ତ ରହିଛି। ଏପରିକି ନିରାପତ୍ତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଏଥିରେ ୭ଟି ଏୟାର ବ୍ୟାଗ୍‌ ଏବଂ ୨ସ୍ତରୀୟ ଏଡିଏଏସ୍‌ (ଆଡ୍‌ଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ) ସାମିଲ ରହିଛି। ସେହିପରି ଦେଶବ୍ୟାପୀ ନେକ୍ସା ଡିଲରଶିପ୍‌ ମାଧ୍ୟମରେ ଏହି ମଡେଲକୁ ପର୍ଯ୍ୟାୟକ୍ରମେ ରୋଲ୍‌ଆଉଟ ସହ ପ୍ରଦର୍ଶିତ କରାଯିବ। ଏପରିକି ବ୍ରାଣ୍ଡର ସମର୍ପଣ ଭାବକୁ ଦୋହରାଇ ଇ ଭିଟାରା ଜାପାନ ଏବଂ ୟୁରୋପ ଭଳି ବଜାର ସମେତ ୧୦୦ରୁ ଅଧିକ ଦେଶକୁ ମଧ୍ୟ ରପ୍ତାନି କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Campa  ପିଇବେ ଦୁବାଇବାସୀ! UAEରେ କୋଲ୍ଡ ଡ୍ରିଙ୍କ୍‌ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍‌ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ...

Pension Scheme: ସରକାରଙ୍କ ଏହି ବଡ଼ ଯୋଜନାରେ Pension  ପାଇପାରିବେ ଶ୍ରମିକ, ଅଳ୍ପ ଟଙ୍କା ନିବେଶ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏବେ ସାରା ଦେଶର ଅସଂଗଠିତ ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର...

Credit Card: କ୍ରେଡିଟ୍‌ କାର୍ଡ ଉପରେ କେବେ ଏବଂ କିଭଳି ଲଗାଯାଇଥାଏ ସୁଧ? ଜାଣି ରଖନ୍ତୁ ନଚେତ ବଢ଼ିଚାଲିବ ଋଣ…

ନୂଆଦିଲ୍ଲୀ,୧୮।୨: କ୍ରେଡିଟ କାର୍ଡ ଏକ ସୁବିଧାଜନକ ପେମେଣ୍ଟ ପଦ୍ଧତି, ଯାହା ନିଶ୍ଚିତ ଭାବରେ ଆମ ଜୀବନକୁ ସହଜ କରିଛି। ଯଦି ଆପଣ ଋଣ ପରିଶୋଧ କରିବା...

Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍‌ ଦେଲେ ମସ୍କ, ଜାଣନ୍ତୁ କାହିିଁକି

ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ...

Gautam Adani: ୨୦୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କଲେ ଗୌତମ ଆଦାନୀ, ଜାଣନ୍ତୁ କାହିିଁକି…

ନୂଆଦିଲ୍ଲୀ,୧୮।୨: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ ଏବେ ସାରା ଦେଶରେ ଅତି କମ୍‌ରେ ୨୦ଟି ସ୍କୁଲ ନିର୍ମାଣ ପାଇଁ ୨୦୦୦ କୋଟି ଟଙ୍କା ଦାନ...

Gold Rate: ଟ୍ରମ୍ପଙ୍କ ପାଇଁ ବଢୁଛି ସୁନାଦର! ୧୦ ଗ୍ରାମ ସୁନାର ମୂଲ୍ୟ ଏବେ ଏତିକି…

ନୂଆଦିଲ୍ଲୀ,୧୮।୨: ଗତ କିଛି ମାସ ମଧ୍ୟରେ ସୁନା ଦର ବୃଦ୍ଧି ପାଇଛି। ମଙ୍ଗଳବାର, ଫେବୃଆରୀ ୧୮ ତାରିଖରେ, ସୁନା ମୂଲ୍ୟରେ ପୁଣି ଥରେ ବୃଦ୍ଧି ଦେଖିବାକୁ...

ମୋଦି-ମସ୍କ ବୈଠକର ବଡ଼ ଇମ୍ପାକ୍ଟ: ଭାରତରେ ନିଯୁକ୍ତି ଆରମ୍ଭ କଲା Tesla

ନୂଆଦିଲ୍ଲୀ,୧୮।୨: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କୁ ଭେଟିଥିଲେ। ଏହି...

ବଜେଟରୁ ଅଧା ଖର୍ଚ୍ଚ କରିପାରିନାହାନ୍ତି ୧୭ ବିଭାଗ, ପଛରେ ପଡିଛନ୍ତି ବିପର୍ଯ୍ୟୟ, କ୍ରୀଡ଼ା

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri