ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…

ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ ହୋଇଛି। ଏଥିରେ ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳକୁ ଦୀର୍ଘ ଦିନ ଧରି ଦଖଲ କରିବା ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ରୁ ମତାମତ ନିଆଯିବ।

ସାଧାରଣ ସଭାରେ ଏହା ସପକ୍ଷରେ ୮୭ ଭୋଟରେ ଏହି ପ୍ରସ୍ତାବ ପାରିତ ହୋଇଥିବାବେଳେ ୨୬ ଟି ଭୋଟ ଏହା ବିପକ୍ଷରେ ଦିଆଯାଇଥିଲା। ଭାରତ ସମେତ ୫୩ ଦେଶ ଭୋଟଦାନରୁ ନିବୃତ୍ତ ହୋଇଥିଲେ। ପ୍ରସ୍ତାବରେ ପୂର୍ବ ଜେରୁଜେଲମ ସମେତ ଇସ୍ରାଏଲ ଅଧିକୃତ ଅଞ୍ଚଳରେ ପାଲେଷ୍ଟାଇନବାସୀଙ୍କ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ପାଲେଷ୍ଟାଇନ ଅଞ୍ଚଳର ଇସ୍ରାଏଲ ସହିତ ଆନ୍ଦୋଳନକୁ ଦର୍ଶାଇଥିଲା।

ଏହି ପ୍ରସ୍ତାବ ବିରୋଧରେ ଆମେରିକା ଏବଂ ଇସ୍ରାଏଲ ଭୋଟ ଦେଇଥିବାବେଳେ ବ୍ରାଜିଲ, ଜାପାନ, ମ୍ୟାନମାର, ଭାରତ, ଫ୍ରାନ୍ସ ମତଦାନ ସମୟରେ ଭୋଟଦାନରୁ ନିବୃତ୍ତ ହୋଇଥିଲେ।

ଭୋଟ ପୂର୍ବରୁ ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ ଏହାକୁ ଏକ ଉତ୍ତେଜନାମୂଳକ ପ୍ରସ୍ତାବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟର ମତାମତ ଲୋଡ଼ିବା ମିଳିତ ଜାତିସଂଘ ଏବଂ ଏହାକୁ ସମର୍ଥନ କରୁଥିବା ପ୍ରତ୍ୟେକ ଦେଶ ଉପରେ ଏକ ଦୋଷ। କୌଣସି ଅନ୍ତର୍ଜାତୀୟ ସଂସ୍ଥା ନିଷ୍ପତ୍ତି ନେଇ ପାରିବେ ନାହିଁ ଯେ ଇହୁଦୀ ଲୋକମାନେ ନିଜ ମାତୃଭୂମିର ’ଦଖଲକାରୀ’ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri