ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କମାଇଲା ଭାରତ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ରୁଷିଆରୁ ଭାରତକୁ ଅଶୋଧିତ ତୈଳ ଆମଦାନୀ କ୍ରମାଗତ ହ୍ରାସ ପାଇ ୧୨ ମାସ ମଧ୍ୟରେ ଜାନୁଆରୀ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ୨୦୨୩ ମସିହାରେ ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ଏନେଇ ଚଳିତବର୍ଷ ଜାନୁଆରୀ ୨୦ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୨୩ରେ ଭାରତ ରୁଷିଆରୁ ପ୍ରତିଦିନ ୧୬.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଦିନକୁ ମାତ୍ର ୬.୫୧ ଲକ୍ଷ ବ୍ୟାରେଲ ଥିଲା। ଅର୍ଥାତ୍‌ ୨୦୨୨ ତୁଳନାରେ ୨୦୨୩ ମସିହାରେ ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟରେ ୧୫୫ ପ୍ରତିଶତ ବୃଦ୍ଧି ଘଟିଥିଲା। ତେବେ ଚଳିତବର୍ଷ ଆରମ୍ଭ ଆରମ୍ଭରୁ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବାରେ ଲାଗିଛି। ଏନର୍ଜି କାର୍ଗୋ ଟ୍ରାକର ‘ଭର୍ଟେକ୍ସା’ର ତଥ୍ୟ ଅନୁଯାୟୀ, ରୁଷିଆ ଜାନୁଆରୀରେ ଭାରତକୁ ଦିନ ପିଛା ୧୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଉଥିବାବେଳେ ୨୦୨୩ ଡିସେମ୍ବରରେ ଏହାର ପରିମାଣ ୧୩.୨ ଲକ୍ଷ ବ୍ୟାରେଲରୁ କମ ଏବଂ ନଭେମ୍ବରରେ ୧୬.୨ ଲକ୍ଷ ବ୍ୟାରେଲରୁ କମ ରହିଥିଲା। ୨୦୨୧ ଡିସେମ୍ବରରେ ରୁଷିଆରୁ ଦିନକୁ ମାତ୍ର ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିବାବେଳେ ଇରାକରୁ ଦିନକୁ ୧୦.୫ ଲକ୍ଷ ବ୍ୟାରେଲ ଏବଂ ସାଉଦି ଆରବରୁ ୯୫୨,୬୨୫ ବ୍ୟାରେଲ ଆମଦାନୀ କରିଥିଲା। ରୁଷିଆରୁ ଏହି ଆମଦାନୀ ପରିମାଣ ଆମଦାନୀ ଗତ ବର୍ଷ ଜୁନ ମାସରେ ଦୈନିକ ୨୧ ଲକ୍ଷ ବ୍ୟାରେଲରେ ପହଞ୍ଚିଥିଲା, ଯାହାକି ଭାରତର ଆମଦାନୀ ହୋଇଥିବା ତେଲର ପ୍ରାୟ ୪୦ ପ୍ରତିଶତ ।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର...

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା...

ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri