ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କମାଇଲା ଭାରତ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ରୁଷିଆରୁ ଭାରତକୁ ଅଶୋଧିତ ତୈଳ ଆମଦାନୀ କ୍ରମାଗତ ହ୍ରାସ ପାଇ ୧୨ ମାସ ମଧ୍ୟରେ ଜାନୁଆରୀ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ୨୦୨୩ ମସିହାରେ ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ଏନେଇ ଚଳିତବର୍ଷ ଜାନୁଆରୀ ୨୦ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୨୩ରେ ଭାରତ ରୁଷିଆରୁ ପ୍ରତିଦିନ ୧୬.୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଦିନକୁ ମାତ୍ର ୬.୫୧ ଲକ୍ଷ ବ୍ୟାରେଲ ଥିଲା। ଅର୍ଥାତ୍‌ ୨୦୨୨ ତୁଳନାରେ ୨୦୨୩ ମସିହାରେ ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟରେ ୧୫୫ ପ୍ରତିଶତ ବୃଦ୍ଧି ଘଟିଥିଲା। ତେବେ ଚଳିତବର୍ଷ ଆରମ୍ଭ ଆରମ୍ଭରୁ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବାରେ ଲାଗିଛି। ଏନର୍ଜି କାର୍ଗୋ ଟ୍ରାକର ‘ଭର୍ଟେକ୍ସା’ର ତଥ୍ୟ ଅନୁଯାୟୀ, ରୁଷିଆ ଜାନୁଆରୀରେ ଭାରତକୁ ଦିନ ପିଛା ୧୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଉଥିବାବେଳେ ୨୦୨୩ ଡିସେମ୍ବରରେ ଏହାର ପରିମାଣ ୧୩.୨ ଲକ୍ଷ ବ୍ୟାରେଲରୁ କମ ଏବଂ ନଭେମ୍ବରରେ ୧୬.୨ ଲକ୍ଷ ବ୍ୟାରେଲରୁ କମ ରହିଥିଲା। ୨୦୨୧ ଡିସେମ୍ବରରେ ରୁଷିଆରୁ ଦିନକୁ ମାତ୍ର ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିବାବେଳେ ଇରାକରୁ ଦିନକୁ ୧୦.୫ ଲକ୍ଷ ବ୍ୟାରେଲ ଏବଂ ସାଉଦି ଆରବରୁ ୯୫୨,୬୨୫ ବ୍ୟାରେଲ ଆମଦାନୀ କରିଥିଲା। ରୁଷିଆରୁ ଏହି ଆମଦାନୀ ପରିମାଣ ଆମଦାନୀ ଗତ ବର୍ଷ ଜୁନ ମାସରେ ଦୈନିକ ୨୧ ଲକ୍ଷ ବ୍ୟାରେଲରେ ପହଞ୍ଚିଥିଲା, ଯାହାକି ଭାରତର ଆମଦାନୀ ହୋଇଥିବା ତେଲର ପ୍ରାୟ ୪୦ ପ୍ରତିଶତ ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

ତାମିଲନାଡୁରେ DMK-AIADMK ମେଣ୍ଟକୁ ନେଇ ବଡ଼ ଖୁଲାସା କଲେ ଷ୍ଟାଲିନଙ୍କ ପାଖଲୋକ, ବିଜୟ-କଂଗ୍ରେସ ଶୁଣି କାବା!

ଚେନ୍ନାଇ,୮।୫: ତାମିଲନାଡୁରେ କେଉଁ ଦଳ କିମ୍ୱା ମେଣ୍ଟ ସରକାର ଗଠନ କରିବ ସେ ସମ୍ପର୍କରେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ପଟେ, ଟିଭିକେ ସର୍ୱାଧିକ ସଂଖ୍ୟକ ଆସନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ବିଜୟଙ୍କୁ ନେଇ ବଡ଼ ବୟାନ ଦେଲା କଂଗ୍ରେସ, ଜାତୀୟ ରାଜନୀତିରେ ହଇଚଇ

ଚେନ୍ନାଇ,୮।୫: ଶୁକ୍ରବାର ତାମିଲନାଡୁର ରାଜନୈତିକ ଘଟଣାକ୍ରମ ସମ୍ପର୍କରେ କଂଗ୍ରେସ ଦଳକୁ କଟାକ୍ଷ କରି ଭାରତୀୟ ଜନତା ପାର୍ଟି (ଭାଜପା)ର ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ. ସନ୍ତୋଷ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri