ନୂଆଦିଲ୍ଲୀ,୧୫।୬: ଆୟାରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ସିରିଜ ପାଇଁ ବୁଧବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି।
ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ ୧୭ ଜଣିଆ ଦଳକୁ ଫେରିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସାମସନ ଏବଂ ରାହୁଲ ତ୍ରିପାଠୀଙ୍କୁ ଦଳ ଚୟନ ନ କରିବାରୁ ବିସିସିଆଇ ସମାଲୋଚିତ ହୋଇଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତର ନବମ ଅଧିନାୟକ ହେବେ। ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ବାଗ, ଏମଏସ ଧୋନୀ, ସୁରେଶ ରାଇନା, ଅଜିଙ୍କେ ରାହାଣେ, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ ଏବଂ ରିଷଭ ପନ୍ତ ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ଭାରତର ଅଧିନାୟକତ୍ୱ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପାଣ୍ଡ୍ୟା ଭାରତର ୪୩ତମ ଅଧିନାୟକ ହେବେ।
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୂବନେଶ୍ୱର କୁମାର (ଉପ-ଅଧିନାୟକ), ଇଶାନ କିଶନ (ଉଇକେଟ୍ କିପର୍), ରିତୁରାଜ ଗାଇକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ଉଇକେଟ୍ କିପର୍), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆର ବିଷ୍ଣୋଇ, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମରାନ ମଲିକ।
🚨 NEWS 🚨: India’s squad for T20I series against Ireland announced.#TeamIndia
— BCCI (@BCCI) June 15, 2022