ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (SMEs) ପାଇଁ ସ୍ଥାୟୀ ପରିସ୍ଥିତି ସୃଷ୍ଟି ଉପଲକ୍ଷେ ସରକାରଙ୍କ ଉଦ୍ୟମ ପାଇଁ ସେ ଭାରତ ସରକାର ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରିଥିଲେ।

ମସ୍କୋରେ ଭିଟିବି ନିବେଶ ଫୋରମକୁ ସମ୍ବୋଧିତ କରି ଭ୍ଲାଦିମିର ପୁଟିନ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଏବଂ ରୁଷିଆ ମଧ୍ୟରେ ସମାନତା ଆଙ୍କିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଭାରତର ନେତୃତ୍ୱ ଏହାର ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ମେକ ଇନ ଇଣ୍ଡିଆ ନାମକ ଏକ କାର୍ଯ୍ୟକ୍ରମ ରହିଛି। ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ ପଏଣ୍ଟ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତର ପ୍ରଧାନମନ୍ତ୍ରୀ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଏହାର କାରଣ ହେଉଛି ଭାରତୀୟ ନେତୃତ୍ୱ ଭାରତକୁ ପ୍ରାଥମିକତା ଦେବାର ନୀତି ଉପରେ ଚାଲୁଛି ଏବଂ ଆମେ ବିଶ୍ୱାସ କରୁ ଯେ ଭାରତରେ ପୁଞ୍ଜି ବିନିଯୋଗ ଲାଭଦାୟକ ଅଟେ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ପୁଟିନ ଆହ୍ବାନ ଦେଇଛନ୍ତି ଏବଂ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସହଯୋଗର ପ୍ରମୁଖ କ୍ଷେତ୍ର ଆକଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବ୍ରିକ୍ସ କର୍ପୋରେସନ ସହକର୍ମୀଙ୍କୁ ସହଯୋଗର ମୁଖ୍ୟ କ୍ଷେତ୍ରଗୁଡିକର ସ୍ଥିତି ବିଶ୍ଳେଷଣ କରିବାକୁ କହିବି ଏବଂ ଆସନ୍ତା ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବ୍ରାଜିଲ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri