ପାଲେକେଲ୍,୩।୯(ପି.ଟି.): ଏସିଆ କପ୍ କ୍ରିକେଟ୍ ୨୦୨୩ର ବହୁ ପ୍ରତୀକ୍ଷିତ ଭାରତ ପାକିସ୍ତାନ ମ୍ୟାଚ୍ ଶନିବାର ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତ ୪୮.୫ ଓଭରରେ ୨୬୬ ରନ୍ କରି ଅଲଆଉଟ ହୋଇଛି। ଜବାବରେ ନିୟମିତ ବର୍ଷା କାରଣରୁ ପାକିସ୍ତନର ବ୍ୟାଟିଂ ସମ୍ଭବ ନ ହେବା କାରଣରୁ ମ୍ୟାଚ୍ ବାତିଲ ହୋଇଥିଲା। ମେଘୁଆ ପାଗ ନେଇ ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶ୍ଚର୍ଯ୍ୟ ଜନକ ଭାବରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ପକ୍ଷରୁ ପେସ୍ ବୋଲର ଶାହିନ୍ ଶାହ ଆଫ୍ରିଦି ଘାତକ ବୋଲିଂ କରି ୩୫ ରନ୍ରେ ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ।
ଶାହିନ୍-ରୌଫ୍ଙ୍କ ଅଗ୍ନିବର୍ଷୀ ବୋଲିଂ: ଟସ୍ ଜିତି ଦୁଇ ଓପନର ରୋହିତ ଶର୍ମା(୧୧) ଓ ଶୁବମାନ ଗିଲ୍(୧୦) ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ। ମ୍ୟାଚ୍ର ପଞ୍ଚମ ଓଭରରେ ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା। ବର୍ଷା ପରେ ଶାହିନ୍ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଭାରତୀୟ ଟପ୍ ଅର୍ଡର ଓଭରକାଷ୍ଟ କଣ୍ଡିସନରେ ପାକିସ୍ତାନୀ ପେସ୍ ବୋଲରଙ୍କ ସୁଇଂ ଆଗରେ ହାର୍ ମାନିଥିଲେ। ରୋହିତ ଶର୍ମା ୧୧ ଓ ବିରାଟ କୋହଲି ମାତ୍ର ୪ ରନ୍ କରି ଆଉଟ ହୋଇଥିଲେ। ଉଭୟଙ୍କୁ ବୋଲ୍ଡ କରି ଶାହିନ୍ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରେୟସ୍ ଆୟର ଦୁଇଟି ଚୌକା ସହିତ ସକରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲେ। ତେବେ ହରିଶ ରୌଫ୍ଙ୍କୁ ବଡ ଶଟ୍ ଖେଳିବାକୁ ଯାଇ ଆୟର ୧୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶୁବମନ ଗିଲ୍ ମଧ୍ୟ ମାତ୍ର ୧୦ ରନ୍ କରି ଆଉଟ ହେବାରୁ ଭାରତ ୬୬ ରନ୍ରେ ୪ ଉଇକେଟ ହରାଇଥିଲା। ଏହା ମଧ୍ୟରୁ ଶାହିନ୍ ଦୁଇଟି ଓ ହରିଶ ରୌଫ୍ ଦୁଇଟି ଉଇକେଟ ନେଇଥିଲେ।
ପାଣ୍ଡ୍ୟା-କିଶନଙ୍କ ଶତକୀୟ ଭାଗୀଦାରି: ୬୬ ରନ୍ରେ ୪ ଉଇକେଟର ପତନ ଘଟିବା ପରେ ଇଶାନ୍ କିଶନ୍(୮୨) ଓ ହାର୍ଦ୍ଦିକ ପାଣ୍ଡ୍ୟା(୮୭) ମୋର୍ଚ୍ଚା ସମ୍ଭାଳିଥିଲେ। ପାକିସ୍ତାନ ବିପକ୍ଷରେ ସର୍ବାଧିକ ପଞ୍ଚମ ଉଇକେଟ ଭାଗୀଦାରି ରେକର୍ଡ କରିବା ସହିତ ଉଭୟ ୧୩୮ ରନ୍ ଯୋଡ଼ିଥିଲେ। ପୂର୍ବରୁ ଏହି ରେକର୍ଡ ରାହୁଲ ଡ୍ରାଭିଡ୍ ଓ ମହମ୍ମଦ କୈଫ୍ଙ୍କ ନାମରେ ରହିଥିଲା। ଉଭୟ ୨୦୦୬ରେ ୧୧୮ ରନ୍ର ଭାଗୀଦାରି କରିଥିଲେ। ଉଭୟ ଖେଳାଳି ୨୩ ଓଭର ବ୍ୟାଟିଂ କରିବା ସହିତ ୬ ହାରରେ ରନ୍ ସଂଗ୍ରହ କରିଥିଲେ। ନୂଆ ରୋଲ୍ରେ ଅର୍ଥାତ ୪ ନମ୍ବର ସ୍ଥାନରେ ଖେଳିଥିବା କିଶନ ୮୧ ବଲ୍ ଖେଳି ୯ ଚୌକା ଓ ୨ ଛକା ସହିତ ୮୨ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତର ଟପ୍ ସ୍କୋରର ରହିଥିବା ହାର୍ଦ୍ଦିକ ୯୦ ବଲ୍ ଖେଳି ୭ ଚୌକା ଓ ୧ ଛକା ମାରଥିଲେ। ଭାରତ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୪୪ ତମ ଓଭରରେ ଶାହିନ୍ ୫ ବଲ୍ ବ୍ୟବଧାନରେ ହାର୍ଦ୍ଦିକ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରିଥିଲେ। ଶେଷ ଆଡ଼କୁ ଯଶପ୍ରୀତ ବୁମ୍ରା ୧୬ ରନ୍ କରିବାରୁ ଭାରତ ୨୬୬ ରନ୍ରେ ପହଞ୍ଚିଥିଲା। ପାକିସ୍ତାନ ପକ୍ଷରୁ ପେସ୍ ବୋଲର ୧୦ଟି ଯାକ ଉଇକେଟ ନେଇଥିବା ବେଳେ ୩ ସ୍ପିନର ଉଇକେଟ ଶୂନ୍ୟ ରହିଥିଲେ। ଶାହିନ୍ ଶାହ ଆଫ୍ରିଦି ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ। ଭାରତୀୟ ଇନିଂସ ଶେଷ ହେବା ପରେ ବର୍ଷା କାରଣରୁ ପାକିସ୍ତାନ ଇନିଂସରେ ଗୋଟିଏ ବି ବଲ୍ ପଡ଼ିବା ସମ୍ଭବ ହୋଇ ନଥିଲା। ସେପ୍ଟେମ୍ବର ୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ନେପାଳକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ଭାରତ ୪୮.୫ ଓଭରରେ ୨୬୬/୧୦ (ହାର୍ଦ୍ଦିକ ପାଣ୍ଡ୍ୟା-୮୭, ଇଶାନ କିଶନ୍-୮୨, ଯଶପ୍ରୀତ୍ ବୁମ୍ରା-୧୬, ଶାହିନ୍ ଶାହ ଆଫ୍ରିଦି-୪/୩୫, ହରିଶ ରୌଫ୍-୩/୫୮, ନଶିମ ଶାହା୩/୩୬)।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା
ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…
Archives

