ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ଦାବି କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ ଯଦି ଆମେରିକା ଏବଂ ରୁଷିଆ ମଧ୍ୟରେ ଆଣବିକ ଯୁଦ୍ଧ ହୁଏ, ତେବେ ଦୁଇ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟାର ତିନି-ଚତୁର୍ଥାଂଶ ଲୋକଙ୍କର ମୃତ୍ୟୁ ଘଟିବ। ଏହାର ଅର୍ଥ ହେଉଛି ୫୦୦ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଏହା ସହିତ ଅଧା ପୃଥିବୀ ଧ୍ୱଂସ ହୋଇଯିବ।

ଏହି ଗବେଷଣାରେ କୁହାଯାଇଛି ଯେ ଯଦି ଏହି ଦୁଇ ମହାଶକ୍ତି ମଧ୍ୟରେ ଅଳ୍ପ ପରିମାଣରେ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ଲୋକମାନେ ଏକ ବଡ଼ ଧରଣର ଅନାହାରର ଶିକାର ହୋଇପାରନ୍ତି। କେବଳ ଏତିକି ନୁହେଁ, ଯଦି ଭାରତ ଏବଂ ପାକିସ୍ତାନ ଭଳି ଦେଶ ମଧ୍ୟ ଆଣବିକ ଯୁଦ୍ଧରେ ପ୍ରବେଶ କରନ୍ତି, ତେବେ ବିଶ୍ୱରେ ଖାଦ୍ୟ ଶସ୍ୟ ଯୋଗାଣ ପ୍ରଭାବିତ ହେବ।

ଏହି ଅଧ୍ୟୟନରେ, ଆଣବିକ ଯୁଦ୍ଧ ହେଲେ କେତେ ଆବର୍ଜନା ସଂଗ୍ରହ କରାଯିବ ବୋଲି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି। ଏହା ବ୍ୟତୀତ ଆମେରିକା, ରୁଷିଆ, ଭାରତ ଏବଂ ପାକିସ୍ଥାନ ଭଳି ଦେଶ ଉପରେ ଏହାର ପ୍ରଭାବ କ’ଣ ରହିବ? ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଉତ୍ପାଦନ ଉପରେ ଏହାର ପ୍ରଭାବ କ’ଣ ହେବ? ଏହା ମଧ୍ୟ ଅଧ୍ୟୟନ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ ଆଣବିକ ଯୁଦ୍ଧ ହେଲେ ଖାଦ୍ୟ, ମାଂସ, ମାଛ ଇତ୍ୟାଦି ଯୋଗାଣ ପୃଥିବୀରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହା ମଧ୍ୟ ବ୍ୟାପକ ଅନାହାରର କାରଣ ହୋଇପାରେ। ନେଚର ଫୁଡ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ଯଦି ଆମେରିକା ଏବଂ ରୁଷିଆ ମଧ୍ୟରେ ଆଣବିକ ଯୁଦ୍ଧ ହୁଏ ତେବେ ଭୟଙ୍କର ସ୍ଥିତି ସୃଷ୍ଟି ହେବ।

ସମ୍ପ୍ରତି ଗୋଟିଏ ପଟେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ବଢୁ ଥିବାବେଳେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପୃଥିବୀ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟ ତିକ୍ତତା ବୃଦ୍ଧି ପାଉଛି। ଅପରପକ୍ଷରେ ଚାଇନାର ବିସ୍ତାରବାଦୀ ମନୋଭାବ ଯୋଗୁଁ ଭାରତ, ଜାପାନ ସମେତ ଅନେକ ପଡୋଶୀ ଦେଶ ସହ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…

ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।...

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ।...

ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ...

ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ...

ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି।...

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼

ସିଡ୍‌ନୀ,୧୫।୧୦: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଗ୍ରାର ୨୮ ବର୍ଷୀୟ ଛାତ୍ର ଶୁଭମ୍‌ ଗର୍ଗଙ୍କୁ ଛାତି, ପେଟ ଓ ମୁହଁକୁ...

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର...

Advertisement
Archives

Model This Week