Posted inଖେଳ

ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା ଅକ୍ଟୋବର ୨୪ରେ…

ନୂଆଦିଲ୍ଲୀ,୪।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ କେହି ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ଦୁଇ ଦେଶ ମଧ୍ୟରେ କ୍ରିକେଟ ପଡ଼ିଆରେ ବଲ୍‌ ବ୍ୟାଟ୍‌ ସଂଘର୍ଷ ଦେଖିବାକୁ ସମସ୍ତେ ଆଗ୍ରହୀ। ଦୁଇଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଯୋଗୁ ଦ୍ୱିପାକ୍ଷିକ ସିରିଜ ସମ୍ଭବ ହୋଇପାରୁ ନାହିଁ। ତେବେ ଆଇସିସି ଇଭେଣ୍ଟରେ ଉଭୟେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ କମ୍‌ ଦିନ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ଅକ୍ଟୋବର ୨୪ ରେ ଦୁବାଇରେ ଦୁଇ ଦେଶ ମଧ୍ୟରେ ଲିଗ ମ୍ୟାଚ ଅନୁଷ୍ଠିତ ହେବ। ୟୁଏଇରେ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଦର୍ଶକଙ୍କ ଆଖି ଏବେ ଭାରତ ବନାମ ପାକିସ୍ଥାନ ମ୍ୟାଚ ଉପରେ ରହିଛି। ଦୀର୍ଘ ଦିନ ପରେ ଏହି ମ୍ୟାଚକୁ ନେଇ ଉଭୟ ଦେଶର କ୍ରିକେଟ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଭାରତରେ କରୋନା ମହାମାରୀ ପରିସ୍ଥିତି ପାଇଁ ଟି -୨୦ ବିଶ୍ୱକପକୁ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଦୁବାଇ, ଆବୁଧାବି, ଶାରଜା ଏବଂ ଓମାନ ଆଦି ଚାରିଟି ସ୍ଥାନରେ ଅନୁଷ୍ଠିତ ହେବ।

ଆନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ସ୍ଥିତି ସୁଦୃଢ଼ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୮ ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଛି। ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ ଟାଇ ହୋଇଛି। ଭାରତ ୬ ଟି ଜିତିଥିବାବେଳେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ ଜିତିଛି। ପାକିସ୍ତାନ ଏହି ଏକମାତ୍ର ମ୍ୟାଚକୁ ୨-୧୨ ଡିସେମ୍ବର ୫ରେ ୫ ୱିକେଟରେ ଜିତିଥିଲା। ଏଥି ସହିତ ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଏକ ବଡ଼ ରେକର୍ଡ ରହିଛି। ଟି -୨୦ ବିଶ୍ୱକପରେ ଲଗାତାର ୫ଟି ମ୍ୟାଚ୍‌ରେ ଭାରତ ଜିତିଛି।

ଗ୍ରୁପିଂ:-

ରାଉଣ୍ଡ -୧:-

ଗ୍ରୁପ ଏ: ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲାଣ୍ଡ ଏବଂ ନାମିବିଆ

ଗ୍ରୁପ ବି: ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି (ପିଏନ୍‌ଜି) ଏବଂ ଓମାନ

ସୁପର -୧୨:-

ଗ୍ରୁପ ୧: ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଏ-୧ ଏବଂ ବି-୨

ଗ୍ରୁପ ୨: ଭାରତ, ପାକିସ୍ଥାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଏ-୨ ଏବଂ ବି-୧

ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମ୍ୟାଚ ୧୬ ମାର୍ଚ୍ଚ ୨୦୧୬ ରେ ଅନୁଷ୍ଠିତ ହୋଇଥିଲା। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନି। ପାକିସ୍ତାନର ବ୍ୟାଟ୍ସମ୍ୟାନ ଦ୍ରୁତ ରନ ସ୍କୋର କରିବାରେ ସକ୍ଷମ ହୋଇ ପାରି ନ ଥିଲେ। ବର୍ଷା ଯୋଗୁ ମ୍ୟାଚ ପ୍ରଭାବିତ ହୋଇଥିଲା। ଭାରତର ଭଲ ବୋଲିଂ ଯୋଗୁୁ ପାକିସ୍ତାନ ୧୮ ଓଭରରେ ୫ ୱିକେଟ ହରାଇ ୧୧୮ ରନ ସ୍କୋର କରିଥିଲା। ବର୍ଷା ହେତୁ ଦୁଇଟି ଓଭର ହ୍ରାସ କରାଯାଇଥିଲା। ଭାରତ ୧୫.୫ ଓଭର ଖେଳି ୫ ୱିକେଟ ହରାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା। ବିରାଟ କୋହଲି ୩୭ଟି ବଲରୁ ଅପରାଜିତ ୫୫ ସ୍କୋର କରିଥିଲେ। ସେଥିରେ ୭ ଚୌକା, ଗୋଟିଏ ଛକା ଅନ୍ତର୍ଭୁକ୍ତ ଥିଲା। ତାଙ୍କ ବ୍ୟତୀତ ଯୁବରାଜ ସିଂ ଏହି ମ୍ୟାଚ୍‌ରେ ୨୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri