ଭାରତ, ଓଡ଼ିଶା ମୁଖ୍ୟଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୮(ସତ୍ୟଜିତ୍‌ ରାଉତ): ଅତି କମ୍‌ ସମୟ ମଧ୍ୟରେ ବହୁଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଦେଶବ୍ୟାପୀ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ହୋଇଛି। ‘ଏସ୍‌ଟିଏ କ୍ରିପ୍ଟୋ ଟୋକନ୍‌’ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଇ ଏହି ବଡ଼ ଠକେଇ କରାଯାଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ‘ଏସ୍‌ଟିଏ’ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସଙ୍କୁ ଗିରଫ କରିବା ସହ ସ୍କାମ୍‌ର ରହସ୍ୟ ଉନ୍ମୋଚନ କରିଛି। ପଞ୍ଜାବ ଫରିଦାକୋଟ୍‌ରେ ଗୁର୍‌ତେଜ୍‌ଙ୍କ ଘର। ଶୁକ୍ରବାର ରାଜସ୍ଥାନ ଶ୍ରୀଗଙ୍ଗାନଗରରୁ ତାଙ୍କୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହଜାର କରାଯାଇଥିଲା। ସେଠାରୁ ଗୁର୍‌ତେଜ୍‌ଙ୍କୁ ୭ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇ ସୋମବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ସେହିଭଳି ଓଡ଼ିଶା ମୁଖ୍ୟ ନିରୋଦଙ୍କୁ ରବିବାର କୋର୍ଟଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଏହି ସ୍କାମ୍‌ରେ ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମର ୨ ଲକ୍ଷ ଲୋକ ଫସି ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରିଛନ୍ତି। ଏପରିକି ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଆଦି ଜିଲାର ୧୦ ହଜାର ଲୋକ ନିବେଶ କରି ଠକେଇର ଶିକାର ହୋଇଛନ୍ତି।
ଏସ୍‌ଟିଏ (ସୋଲାର୍‌ ଟେକ୍‌ନୋ ଆଲିଆନ୍‌ସ)କୁ ୨୦୨୧ରେ ଅଭିଯୁକ୍ତମାନେ ଲଞ୍ଚ୍‌ କରିଥିଲେ। ୟୁରୋପ୍‌ର ଡେଭିଡ୍‌ ଗେଜ୍‌ ଏହାର ଗ୍ଲୋବାଲ୍‌ ମୁଖ୍ୟ ଥିବାବେଳେ ଗୁର୍‌ତେଜ୍‌ ଭାରତ ମୁଖ୍ୟ ଅଛନ୍ତି। ସେମାନେ ଆର୍‌ବିଆଇ ଅନୁମତି ବିନା ଲୋକଙ୍କଠାରୁ ଅର୍ଥ ଯୋଗାଡ଼ କରୁଥିଲେ। ଗୁର୍‌ତେଜ୍‌ ଏସ୍‌ଟିଏ ୱେବ୍‌ସାଇଟ୍‌ ଓ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ବ୍ୟବହାର କରି ଲୋକଙ୍କୁ ଫସାଉଥିଲେ। ଏପରିକି ବିଭିନ୍ନ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ ଏହି ଏସ୍‌ଟିଏ ଟୋକନ୍‌ର ପ୍ରଚାର ପ୍ରସାର କରୁଥିଲେ। ଗୁର୍‌ତେଜ୍‌ ନିଜକୁ ଏମ୍‌ଏଲ୍‌ଏମ୍‌ ଗୁରୁ, ଲାଇଫ୍‌ କୋଚ୍‌, ମୋଟିଭେଶନାଲ୍‌ ସ୍ପିକର୍‌ ବୋଲି କହୁଥିଲେ। ଡେଭିଡ୍‌ ଓ ଗୁର୍‌ତେଜ୍‌ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟକ୍ରମ କରି ସଦସ୍ୟ ଯୋଗାଡ଼ କରିଥିଲେ। ଏହି ସ୍କିମ୍‌ରେ ସଦସ୍ୟ ହୋଇ ଟଙ୍କା ନିବେଶ କରିବା ପରେ ଦିନକୁ ୨୦ରୁ ୩ ହଜାର ଡଲାର ରୋଜଗାର କରିପାରିବେ ବୋଲି ଲୋଭ ଦେଖାଯାଉଥିଲା। ଏପରିକି ବୋନସ୍‌ ଓ ରେଫରାଲ ପାଇଁ ଲିଡରଶିପ୍‌ ନାଁ ମଧ୍ୟ ଦିଆଯାଉଥିଲା। ପୂର୍ବରୁ ଗୁର୍‌ତେଜ୍‌ ଭଦ୍ରକର ନୀରୋଦଙ୍କୁ ଓଡ଼ିଶା ମୁଖ୍ୟ କରି ଏକାଧିକ ସଦସ୍ୟ ଯୋଗାଡ଼ କରିଥିଲେ। ଓଡ଼ିଶାର ରୀନା ବେହେରା ନାମ୍ନୀ ମହିଳାଙ୍କ ଅଭିଯୋଗକ୍ରମେ ଗତମାସରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ.୨୨/୨୦୨୩) ରୁଜୁ କରି ତଦନ୍ତ କରୁଛି। ଏହାର ସଦସ୍ୟମାନେ ପରସ୍ପରକୁ ‘ଜୟ ଏସ୍‌ଟିଏ’ କହି ସମ୍ବୋଧାନ କରୁଥିଲେ ବୋଲି ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri