Posted inଖେଳ

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ ଟେଷ୍ଟ ସିରିଜ ଉପରେ ନଜର ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏବଂ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ପ୍ରଥମ ମ୍ୟାଚ କାନପୁରର ଗ୍ରୀନ ପାର୍କରେ ଖେଳାଯିବ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଅଜିଙ୍କେ ରାହାନେ ଅଧିନାୟକତ୍ୱ କରିବ। ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ। ତାଙ୍କ ଆଖି ମଧ୍ୟ ଟି୨୦ ପରି ଟେଷ୍ଟ ସିରିଜ୍‌ ଉପରେ ରହିବ। ଗ୍ରୀନ ପାର୍କ ଷ୍ଟାଡିୟମ ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି। ନ୍ୟୁଜିଲାଣ୍ଡ ଏଠାରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ଗ୍ରୀନ ପାର୍କରେ ଶେଷ ୬ ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଟିମ ଇଣ୍ଡିଆ ଜିତିଛି। ୧୯୮୩ରେ ୱେଷ୍ଟଇଣ୍ଡିଜ ଦ୍ୱାରା ଭାରତ ଶେଷ ଥର ପାଇଁ ପରାସ୍ତ ହୋଇଥିଲା। ୩୮ ବର୍ଷ ଧରି ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଅପରାଜୟେ ରହିଛି।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେବେ ଆରମ୍ଭ ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ ରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେଉଁଠାରେ ଖେଳାଯିବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟକୁ କେଉଁଠାରେ ଦେଖି ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳେ

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖି ହେବ?
ଡିଜ୍‌ନି + ହଟଷ୍ଟାରରେ ଆପଣ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଟିମ୍‌ ପାଲଟିଲା ନ୍ୟୁଜିଲାଣ୍ଡ, ପଛରେ ପଡ଼ିଲା ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୬।୧: ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ୍‌ ଟିମ୍‌ ହୋଇଛି ନ୍ୟୁଜିଲାଣ୍ଡ। ଚିରପ୍ରତିନ୍ଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ର଼୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଛି...

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ...

ମହିଳା କ୍ରିକେଟ: ଭାରତକୁ ୭ ଉଇକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ, ୧୫ା୩ (ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ପରାସ୍ତ ହୋଇଛି। ଏଥିସହିତ ଭ୍ରମଣକାରୀ ଦଳ...

ରାବାଡ଼ା କ୍ଷଣକୋପୀ ନୁହନ୍ତି

କୋଲକାତା, ୭ା୬ (ପି.ଟି.)- ଖେଳ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ ଯୋଗୁ ଅନେକ ଥର ଅଡୁଆରେ ପଡ଼ିଛନ୍ତି ଦକ୍ଷିଣଆଫ୍ରିକା ସ୍ପିଡ୍‌ଷ୍ଟର କାଭିସୋ ରାବାଡ଼ା। ଏଥିପାଇଁ ଅନେକେ ତାଙ୍କୁ...

ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ

କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ...

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି...

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ…

ଇସଲାମାବାଦ,୪।୩ : ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ...

ଶୁବମନଙ୍କ ଉପରେ କାର୍ତ୍ତିକଙ୍କ ଭରସା

ଆବୁଧାବି, ୨୩।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ସମ୍ମୁଖରେ ସବୁଠାରୁ ସଫଳ ଦଳ...

Advertisement
Archives

Model This Week