ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର କାର୍ ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି।

ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଇଲେକ୍ଟ୍ରିକ୍ କାର୍ ଏବଂ ରପ୍ତାନି ପାଇଁ ସୁ-ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ। ପରେ କମ୍ପନୀ ଏହାର ଅଟୋ ପର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ। ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ଯାହା କମ୍ପାନୀକୁ ଏହାର ଖର୍ଚ୍ଚ ଭାର କମାଇବ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନାଗୁଡିକ ପରିବର୍ତ୍ତନ ହୋଇପାରେ ଏବଂ ଟେସଲା ସିଇଓ ଏଲନ୍ ମସ୍କ ପୂର୍ବରୁ ଜୁନ୍ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ଵପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୧୩।୧୦: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି...

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, କହିଲେ ହାଇକୋର୍ଟ ଯାଅ

ନୂଆଦିଲ୍ଲୀ,୧୪।୧୦: ଜମ୍ମୁ-କଶ୍ମୀର ବିଧାନସଭାରେ ଉପ ରାଜ୍ୟପାଳଙ୍କ ଦ୍ୱାରା ୫ଜଣ ବିଧାୟକଙ୍କୁ ମନୋନୀତ କରିଥିବା ବିରୋଧରେ ଆବେଦନ ସୋମବାର (ଅକ୍ଟୋବର ୧୪)ରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଆବେଦନ...

କାହିଁକି ଭୟ କରୁଛନ୍ତି ଖାର୍ଗେଙ୍କ ପରିବାର

ବେଙ୍ଗାଲୁରୁ,୧୪।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମସ୍ୟା ବଢିବାରେ ଲାଗିଛି। ତେବେ ଖାର୍ଗେଙ୍କ ପରିବାର ଏହି ଗୋଟିଏ ଅସୁବିଧାକୁ ଦୂର...

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ...

ସେପ୍ଟେମ୍ବରରେ ବଢିଲା ହୋଲସେଲ ଦରଦାମ୍

ନୂଆଦିଲ୍ଲୀ,୧୩।୧୦: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ ସେପ୍ଟେମ୍ବର ମାସରେ ବୃଦ୍ଧି ପାଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି କାରଣରୁ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୧.୮୪% ବୃଦ୍ଧି ପାଇଛି। ଅଗଷ୍ଟରେ...

ବହରାଇଚରେ ବଢୁଛି ହିଂସା, ଗାଡି ଶୋ’ରୁମରେ ନିଆଁ ଲଗାଇଲେ ଲୋକେ

ବହରାଇଚ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହାର୍ଦ୍ଦିକ ପୋଲିସ ଷ୍ଟେଶନର ମହାରାଜଗଞ୍ଜରେ ରବିବାର ବିଳମ୍ବିତ ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପଥର ଫିଙ୍ଗିବା ଏବଂ ଗୁଳି...

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର।...

କର୍ମଚାରୀଙ୍କ ଉପରେ ଖୁସି ହୋଇ Mercedes Benz ଭଳି ଉପହାର ଦେଲା ଏହି କମ୍ପାନୀ

ମୁମ୍ବାଇ,୧୪।୧୦: ଦେଶରେ, ଶୁଣିବାକୁ ବହୁତ କ୍ୱଚିତ ମିଳେ ଯେ କୌଣସି ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ କାର୍‌ କିମ୍ବା ବାଇକ ଉପହାର ଦେଇଥାଏ। ଚେନ୍ନାଇ ସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri