Posted inଖେଳ

ଭାରତ, ମାଲେସିଆ ସେମିରେ

ଚେନ୍ନାଇ, ୮।୮: ଭାରତ ଓ ମାଲେସିଆ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୨ ଗୋଲରେ ଦକ୍ଷିଣ କୋରିଆକୁ ହରାଇଥିବାବେଳେ ମାଲେସିଆ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଅନ୍ୟଏକ ମ୍ୟାଚରେ ପାକିସ୍ତାନ ୨-୧ ଗୋଲରେ ଚାଇନାକୁ ହରାଇ ଦେଇଛି। ଭାରତ ପକ୍ଷରୁ ନୀଳକାନ୍ତ ଶର୍ମା ୬, ଅଧିନାୟକ ହରମନପ୍ରୀତ ସିଂ ୨୩ ଓ ମନଦୀପ ସିଂ ୩୩ତମ ମିନିଟରେ ଗୋଲ ଦେଇଥିଲେ। କୋରିଆର କିମ୍‌ ଶ୍ୟୁଙ୍ଗ୍‌ହ୍ୟୁନ ୧୨ ଓ ୟାଙ୍ଗ୍‌ ଜିହୁନ ୫୮ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ଭାରତ ୪ ମ୍ୟାଚରୁ ୩ ବିଜୟ ଓ ୧ ଡ୍ର ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ଅପରିବର୍ତ୍ତିତ ରହିଛି। କୋରିଆ ପରାସ୍ତ ହୋଇଥିଲେ ମଧ୍ୟ ପାକିସ୍ତାନ ସହ ସେମିଫାଇନାଲ ଦୌଡ଼ରେ ରହିଛି। ତେବେ ଅନ୍ତିମ ଲିଗ୍‌ ମ୍ୟାଚ ଏହି ଦୁଇ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଆସନ୍ତା ବୁଧବାର ଭାରତ ଏହାର ଶେଷ ଲିଗ୍‌ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ସେହିଦିନ କୋରିଆ-ମାଲେସିଆ ଏବଂ ଜାପାନ-ଚାଇନା ମଧ୍ୟରେ ମୁକାବିଲା ହେବ। ତେଣୁ ଜାପାନ ପାଇଁ ମଧ୍ୟ ସୁଯୋଗ ରହିଛି।
ମାଲେସିଆ ପକ୍ଷରୁ ନଜମି ଜଜଲାନ ୧୩, ଅର୍ଶନ ହାମସାନି ୩୭ ଓ ଶେଲୋ ସିଲଭେରିଅସ ୫୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନେକ ସୁଯୋଗ ହାତଛଡ଼ା କରିବା ପରେ ଜାପାନ ପକ୍ଷରୁ ୫୯ତମ ମିନିଟରେ ନିଓ୍ବା ଟାକୁମା ଗୋଟିଏ ଗୋଲ ପରିଶୋଧ କରିଥିଲେ। ମାଲେସିଆ ୪ ମ୍ୟାଚରୁ ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟରେ ପହଞ୍ଚତ୍ଛି। ବିଶେଷ କରି ଭାରତ ନିକଟରୁ ୦-୫ ଗୋଲରେ ପରାଜୟ ପରେ ଏହି ଦଳ ଟୁର୍ନାମେଣ୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୩-୩ରେ ଡ୍ର ରଖିଥିବା ଜାପାନ ଅନେକଥର ଗୋଲ ପରିଶୋଧ ପାଇଁ ସୁଯୋଗ ପାଇଥିଲେ ମଧ୍ୟ ଫିନିଶିଂ ଅଭାବରୁ ପରାଜୟ ସ୍ବାଦ ଚାଖିଛି।
ଚାଇନା ନକ୍‌ଆଉଟ
ପାକିସ୍ତାନଠାରୁ ପରାସ୍ତ ଚାଇନା ପ୍ରତିଯୋଗିତାରୁ ନକ୍‌ଆଉଟ ହୋଇଛି। ୨୦ତମ ମିନିଟରେ ପାକିସ୍ତାନକୁ ମିଳିଥିବା ପେନାଲ୍ଟି କର୍ନରରୁ ପ୍ରଥମ ଗୋଲ ଦେଇଥିଲେ ମହମ୍ମଦ ଖାଁ। ଚାଇନା ଭିଲିଓ ରେଫରାଲ ମାଧ୍ୟମରେ ଗୋଲକୁ ଚ୍ୟାଲେଞ୍ଜ କରିଥିଲା। ବିପଜ୍ଜନକ ଉଚ୍ଚତାରେ ବଲ୍‌କୁ ଶୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଟିଭି ଅମ୍ପାୟର ପାକିସ୍ତାନ ସପକ୍ଷରେ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭର ୩ ମିନିଟ ପରେ ଅର୍ଥାତ୍‌ ୩୩ତମ ମିନିଟରେ ଚାଇନାର ଜିଶେଙ୍ଗ୍‌ ଗାଓ ଗୋଲ ପରିଶୋଧ କରି ଦେଇଥିଲେ। ମ୍ୟାଚ ରୋମାଞ୍ଚକ ହୋଇ ପଡ଼ିଥିବାବେଳେ ୩୯ତମ ମିନିଟରେ ପାକିସ୍ତାନର ଅଫରାଜ ହାକିମ ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri