ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ ଏବେ ବିଶ୍ୱକପ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଆସନ୍ତା ମହାଲଢ଼େଇରେ ଭାରତର ସାମ୍ନା ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ସହ ହେବ।
ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନଙ୍କ ଧୂଆଁଧାର ୮୯ ରନ ଏବଂ ଅନ୍ୟ ବ୍ୟାଟରଙ୍କ ସହଯୋଗରେ ଭାରତ ୨୫୩ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହି ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କ ଶାଣିତ ଆକ୍ରମଣ ଆଗରେ ଆତ୍ମସମର୍ପଣ କରିଥିଲା। ଭାରତୀୟ ବୋଲରମାନେ ନିୟମିତ ବ୍ୟବଧାନରେ ଉଇକେଟ ନେଇ ଇଂଲଣ୍ଡକୁ ମ୍ୟାଚରୁ ବାହାର କରିଦେଇଥିଲେ।
ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ…
ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇ ନ୍ୟୁଜିଲାଣ୍ଡ ପୂର୍ବରୁ ହିଁ ଫାଇନାଲରେ ପହଞ୍ଚି ସାରିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତ ପାଇଁ ଏକ ବଡ଼ ଆହୱାନ ସାଜି ଆସିଛି। ତେଣୁ ଏହି ଫାଇନାଲ ମ୍ୟାଚ କେବଳ ଟ୍ରଫି ପାଇଁ ନୁହେଁ, ବରଂ ପୁରୁଣା ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ଏକ ସୁବର୍ଣ୍ଣ ସୁଯୋଗ।
ଭାରତ ଫାଇନାଲରେ ପହଞ୍ଚିବା ପରେ ସାରା ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି। ୱାଙ୍ଖେଡେ ଷ୍ଟାଡିୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି କେବଳ “ଚକ ଦେ ଇଣ୍ଡିଆ”ର ସ୍ଲୋଗାନ ଶୁଣିବାକୁ ମିଳୁଛି।
ଭାରି ପଡ଼ିଲା ଜିଦ୍: ସଞ୍ଜୁ ସାମସନଙ୍କ ବୁଝାଇବା ସତ୍ତ୍ୱେ ମାନିଲେ ନାହିଁ ଅଭିଷେକ, ଘଟିଲା ଏମିତି

