Posted inଖେଳ

ଭାରି ପଡ଼ିଲା ଜିଦ୍‌: ସଞ୍ଜୁ ସାମସନଙ୍କ ବୁଝାଇବା ସତ୍ତ୍ୱେ ମାନିଲେ ନାହିଁ ଅଭିଷେକ, ଘଟିଲା ଏମିତି 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲରେ ଯୁବ ବ୍ୟାଟର ଅଭିଷେକ ଶର୍ମା ପୁଣିଥରେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ମାତ୍ର ୭ଟି ବଲ୍‌ରୁ ୯ ରନ କରି ଆଉଟ ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଖେଳିଥିବା ୭ଟି ଇନିଂସ ମଧ୍ୟରୁ ଏହା ତାଙ୍କର ଷଷ୍ଠ ବିଫଳତା, ଯେଉଁଥିରେ ସେ ଭଲ ଖେଳି ନାହାନ୍ତି।

ଏସବୁ ମଧ୍ୟରେ ଏବେ ଚର୍ଚ୍ଚା ହେଉଛି କି, ଯଦି ଅଭିଷେକ ନିଜ ସାଥୀ ଖେଳାଳି ସଞ୍ଜୁ ସାମସନଙ୍କ ପରାମର୍ଶ ମାନିଥାନ୍ତେ, ତେବେ ହୁଏତ ସେ ନିଜ ଉଇକେଟ ହରାଇ ନ ଥାନ୍ତେ। ପୁଣିଥରେ ଏକ ବଡ଼ ସଟ୍‌ ଖେଳିବା ଚକ୍କରରେ ସେ ଅଫ ସ୍ପିନର ୱିଲ ଜାକ୍ସଙ୍କ ଶିକାର ହୋଇଛନ୍ତି। ଅଭିଷେକଙ୍କ ପାଇଁ ଏହି ବିଶ୍ୱକପ୍‌ର ଆରମ୍ଭ ଖୁବ ଖରାପ ରହିଥିଲା, ପ୍ରଥମ ୩ଟି ଇନିଂସରେ ତାଙ୍କ ପାଇଁ ଖାତା ଖୋଲିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।

ବ୍ୟାଟିଂ ସମୟରେ ସଞ୍ଜୁ ଅଭିଷେକଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଟିକେ ସମୟ ନିଅନ୍ତୁ ଏବଂ କ୍ରିଜରେ ରହି ଖେଳନ୍ତୁ। କିନ୍ତୁ ଅଭିଷେକ ଦ୍ରୁତ ଏବଂ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କଲେ, ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା।

ଚଳିତ ଟି-୨୦ ବିଶ୍ୱକପ୍‌ରେ ଅଫ୍‌ ସ୍ପିନରମାନେ ଅଭିଷେକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛନ୍ତି। ତାଙ୍କର ପରିସଂଖ୍ୟାନ ଏହା ସ୍ପଷ୍ଟ କରୁଛି ଯେ ୭ଟି ମଧ୍ୟରୁ ୫ଟି ଇନିଂସରେ ଅଫ୍‌ ସ୍ପିନରଙ୍କ ସାମ୍ନା କରିଛନ୍ତି। ଅଫ୍‌ ସ୍ପିନରଙ୍କ ବିରୋଧରେ ୨୭ଟି ବଲ ଖେଳି ମାତ୍ର ୨୯ ରନ୍‌ କରିଛନ୍ତି। ସେ ହାରାହାରି ମାତ୍ର ୯.୬୬ ହାରରେ ରନ ସଂଗ୍ରହ କରିଛନ୍ତି। ୫ଟି ଇନିଂସରୁ ୩ ଥର ସେ ଅଫ୍‌ ସ୍ପିନରଙ୍କ ଦ୍ୱାରା ଆଉଟ ହୋଇଛନ୍ତି।

କହିବାକୁ ଗଲେ ଅଭିଷେକଙ୍କ ଏହି ଦୁର୍ବଳତା ଏବେ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ବିଜୟ ପାଇଁ ଓପନିଂ ଯୋଡ଼ିରୁ ଏକ ବଡ଼ ସ୍କୋରର ଆବଶ୍ୟକତା ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri