Posted inଜାତୀୟ

ଆସାମରେ ସୁଖୋଇ-୩୦ ଯୁଦ୍ଧବିମାନ ନିଖୋଜ; ରାଡାରରୁ ସମ୍ପର୍କ ବିଚ୍ଛିନ୍ନ, କ୍ରାଶ୍‌ ହୋଇଥିବା ସନ୍ଦେହରେ…

ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ଟ୍ରାକ୍‌ କରାଯାଇ ପାରିନାହିଁ। ଗୁଆହାଟୀ ପ୍ରତିରକ୍ଷା ପିଆର୍‌ଓଙ୍କ ସୂଚନା ଅନୁଯାୟୀ, ବାୟୁସେନାର ଏକ ବିଶେଷ ଦଳ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ନିୟୋଜିତ ହୋଇଛନ୍ତି ଏବଂ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ସୂଚନା ଅନୁଯାୟୀ, ଏହି Su-୩୦ MKI ବିମାନଟି ଯୋରହାଟରୁ ଉଡ଼ାଣ ଭରିଥିଲା। କାର୍ବି ଆଙ୍ଗଲଙ୍ଗ୍‌ ଜିଲା ଉପରେ ’ସର୍ଟି’ (Sorte) ବା ଅଭ୍ୟାସ କରୁଥିବା ସମୟରେ ହଠାତ ଏହା ରାଡାରରୁ ଗାୟବ ହୋଇଯାଇଥିଲା। କିଛି ରିପୋର୍ଟ ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ମାତ୍ର ବାୟୁସେନା କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ଆଧିକାରିକ ବୟାନ ଆସିନାହିଁ।

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ସମୟରେ ପାହାଡ଼ିଆ ଅଞ୍ଚଳରୁ ଏକ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିଛି ପ୍ରତ୍ୟକ୍ଷଦର୍ଶୀ ପାହାଡ଼ ପଛପଟୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ତେବେ ଉକ୍ତ ସ୍ଥାନଟି ଜନବସତିଠାରୁ ବହୁ ଦୂରରେ ଥିବା ଜଣାପଡ଼ିଛି।

ଭାରତୀୟ ବାୟୁସେନାର ଏହି ମୁଖ୍ୟ ଯୁଦ୍ଧ ବିମାନର କିଛି ବିଶେଷତା:
ନିର୍ମାଣ: ଏହା ଏକ ରୁଷୀୟ ମୂଳର ଟୁଇନ୍‌ ସିଟର୍‌ ଏବଂ ଟୁଇନ୍‌ ଇଞ୍ଜିନ ବିଶିଷ୍ଟ ମଲ୍ଟିରୋଲ ଫାଇଟର ଜେଟ। ଏହା ୮ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ବାହ୍ୟ ଅସ୍ତ୍ରଶସ୍ତ୍ର ଏବଂ ଏକ ୩୦ ମିଲିମିଟର GSH ଗନ ବହନ କରିବାରେ ସକ୍ଷମ। ଏହି ବିମାନ ଏକାସାଙ୍ଗରେ ଆକାଶରୁ ଆକାଶକୁ ଏବଂ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରେ। ସୁଖୋଇ-୩୦ MKI ପ୍ରାୟ ୩ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସମର୍ଥ।

ତେବେ ବର୍ତ୍ତମାନ ବାୟୁସେନାର ହେଲିକପ୍ଟର ଏବଂ ଗ୍ରାଉଣ୍ଡ ଟିମ ନିଖୋଜ ବିମାନର ସନ୍ଧାନ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?