ରିଲିଜ୍‌ ହେଲା ‘ଇଣ୍ଡିଆ ଲକ୍‌ଡାଉନ୍‌’ର ଭୟଙ୍କର ଟିଜର

ମୁମ୍ବାଇ: ବଲିଉଡ୍‌ର ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଣ୍ଡିଆ ଲକଡାଉନ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମଟିି କରୋନା ମହାମାରୀ ସମୟରେ ଦେଶର ସବୁଠାରୁ ଖରାପ ପରିସ୍ଥିତିର କାହାଣୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମର ଟିଜର ଅତ୍ୟନ୍ତ ଭୟଙ୍କର ହୋଇଛି। ଲକ୍‌ଡାଉନ୍‌ ଉପରେ ନିର୍ମିିତ ହୋଇଥିବା ଏହି ଫିଲ୍ମକୁ ଦେଖିଲେ ଯାକାହାର ବି ଲୋମଟାଙ୍କୁରି ଉଠିବ। ଭାରତ ବନ୍ଦ ପରେ ଜନାସାଧାରଣ ଚାଲି ଚାଲି ନିଜ ଘରକୁ ଫେରିବା ଏବଂ ଜୀବିକା ଅନ୍ବେଷଣରେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି। ଟିଜରର ଆରମ୍ଭରୁ ଅଭିନେତା ପ୍ରତୀକ ବବ୍ବର ଜଣେ ଶ୍ରମିକ ଭୂମିକାରେ ନଜର ଆସିଛନ୍ତି। ଯିଏ ଚାଲି ଚାଲି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଡାକ୍ତରଙ୍କୁ ପିପିଇ କିଟ୍‌ ପିନ୍ଧି ରୋଗୀମାନଙ୍କୁ ଚିକିତ୍ସା କରୁଥିବା ସମୟର ଦୃଶ୍ୟକୁ ଦେଖିଲେ ସେହି ସମୟର କଥା ମନେପଡ଼ିଯାଉଛି। ଏହି ଟିଜର କରୋନା ମହାମାରୀ ସମୟରେ ମିଳିଥିବା ସମସ୍ତ କ୍ଷତକୁ ପୁଣି ଥରେ ସତେଜ କରିଛି। ୨୦୨୦ ମାର୍ଚ୍ଚ ୨୦ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସେତେବେଳେ ପରିସ୍ଥିତି ବହୁ ଜଟିଳ ହୋଇପଡ଼ିଥିଲା। ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର ୨ରେ ଓଟିଟି ପ୍ଲାଟଫର୍ମରେ ଜି-ଫାଇଭ୍‌ରେ ରିଲିଜ୍‌ ହେବ। କିଛି ଦିନ ପୂର୍ବରୁ ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରିଥିଲେ। ଏଥିରେ ଅଭିନେତା ପ୍ରତୀକ ବବ୍ବର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଆହାନା କୁମାର, ଶ୍ୱେତା ବସୁ ପ୍ରସାଦଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସବୁଠାରୁ ବିଶେଷ କଥା ହେଲା ଏହି ଫିଲ୍ମର ଅଧିକାଂଶ ଶୁଟିଂ ଲକ୍‌ଡାଉନ୍‌ରେ କରାଯାଇଥିଲା। ଏହି ଟିଜର ଜବରଦସ୍ତ ହୋଇଥିବା ବେଳେ ପ୍ରଶଂସକ ବହୁ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by Taran Adarsh (@taranadarsh)


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri