Posted inଫୁରସତ

ବାହ୍ୟ ଗ୍ରହରେ ଜୀବନ ଖୋଜିବେ ଭାରତ, ଜାପାନ

ନୂଆଦିଲ୍ଲୀ: ମାନବଜାତିର ସବୁଠାରୁ ଗଭୀର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଭାରତ ଓ ଜାପାନ ଉଦ୍ୟମ ଆରମ୍ଭ କରିଛନ୍ତି। ଉଭୟ ଦେଶ ମିଶି ୩୦ମିଟରର ବିଶାଳକାୟ ଟେଲିସ୍କୋପ ନିର୍ମାଣ କରୁଛନ୍ତି, ଯାହାକୁ ‘ଥାର୍ଟି ମିଟର ଟେଲିସ୍କୋପ’(ଟିଏମ୍‌ଟି) କୁହାଯାଉଛି। ଏହି ଅତ୍ୟାଧୁନିକ ଅପ୍ଟିକାଲ-ଇନ୍‌ଫ୍ରାରେଡ ଟେଲିସ୍କୋପ ମାଧ୍ୟମରେ ବ୍ଲାକ ହୋଲ୍‌, ଦୂର ଗାଲାକ୍ସି ଅଧ୍ୟୟନ କରାଯିବ। ଏଥିସହ ପୃଥିବୀ ବାହାରେ ଜୀବନର ଅନୁସନ୍ଧାନ କରାଯାଇପାରିବ ବୋଲି କୁହାଯାଇଛି। ‘ଟିଏମ୍‌ଟି’ର ପ୍ରାଥମିକ ଦର୍ପଣ ୩୦ ମିଟର ବ୍ୟାସ ବିଶିଷ୍ଟ ହେବ, ଯାହା ୫୦୦ରୁ ଅଧିକ ଛୋଟ ଦର୍ପଣକୁ ଠିକ୍‌ ଭାବରେ ସଂଯୋଜିତ କରି ନିର୍ମାଣ କରାଯିବ। ଏହି ଛୋଟ ଦର୍ପଣଗୁଡ଼ିକୁ ସମ୍ପୂର୍ଣ୍ଣ ସିଧା ଓ ସମାନ କରି ରଖିବା ପାଇଁ ଆବଶ୍ୟକ ହେଉଥିବା ଅପ୍ଟୋ-ମେକାନିକାଲ ସିଷ୍ଟମ ପ୍ରସ୍ତୁତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜାପାନର କ୍ୟାବିନେଟ ଅଫିସ୍‌ ନାଶନାଲ ସ୍ପେସ୍‌ ପଲିସି କମିଟିର ଭାଇସ୍‌ ଚେୟାରମ୍ୟାନ ଡ. ସାକୁ ସୁନେତା ଭାରତର ଏହି ପ୍ରଯୁକ୍ତି ସମ୍ପର୍କିତ ଜ୍ଞାନକୁ ପ୍ରଶଂସା କରିଛନ୍ତି। ଏହି ଅନ୍ତର୍ଜାତୀୟ ପ୍ରକଳ୍ପରେ ଭାରତ, ଜାପାନ ଏବଂ ଆମେରିକାର ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ମିଶି କାର୍ଯ୍ୟ କରୁଛନ୍ତି। ଭାରତରୁ ଆଇଆଇଏ(ବେଙ୍ଗାଲୁରୁ), ଆଇୟୁସିଏଏ(ପୁଣେ) ଏବଂ ଏଆରଆଇଇଏସ୍‌(ନୈନିତାଲ) ସାମିଲ ଅଛନ୍ତି।
ମୁଖ୍ୟ ଲକ୍ଷ୍ୟ ଅନ୍ୟ ତାରାଗୁଡ଼ିକ ଚାରିପଟେ ଘୂରୁଥିବା ବାହ୍ୟ ଗ୍ରହର ବାୟୁମଣ୍ଡଳ ବିଶ୍ଳେଷଣ କରି ଜଳୀୟବାଷ୍ପ ବା ଜୈବିକ ଅଣୁ ପରି ଜୀବନର ରାସାୟନିକ ସଙ୍କେତ ଖୋଜିବା।
ଏହାର ନିର୍ମାଣ ପାଇଁ ହାୱାଇର ମୌନାକିଆକୁ ଚୟନ କରାଯାଇଛି, ଯାହାକି ଉତ୍କୃଷ୍ଟ ନୀଳ ଆକାଶ ପାଇଁ ପ୍ରସିଦ୍ଧ। ତେବେ ସ୍ଥାନୀୟ ମୂଳ ନିବାସୀଙ୍କ ବିରୋଧ ଯୋଗୁ ନିର୍ମାଣ କାର୍ଯ୍ୟରେ ସମସ୍ୟା ଉପୁଜିଛି। ତେବେ ଏନେଇ ଆପୋସ ଆଲୋଚନା ଜାରି ରହିଛି। ଅପରପକ୍ଷେ ଏଥିଲାଗି ଲଦାଖର ହାନ୍ଲେକୁ ଏକ ବିକଳ୍ପ ସ୍ଥଳୀ ଭାବରେ ବିଚାର କରାଯାଉଛି। ତେବେ ଭାରତର ପ୍ରଯୁକ୍ତିଗତ ଅବଦାନ ଯୋଗୁୁ ଏହି ପ୍ରକଳ୍ପର କାର୍ଯ୍ୟ ୨୦୩୦ ଦଶକର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବବୋଲି ଆଶାପ୍ରକାଶ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ଅଜବ ବଜାର: ଯେଉଁଠାରେ ନଳା ପାଣି-କାଦୁଅରୁ ବାହାରୁଛି ସୁନା; ଲକ୍ଷଲକ୍ଷ ଟଙ୍କାରେ ହେଉଛି ବିକ୍ରି!

ବିହାରର ଆରା ସହରର ଐତିହାସିକ ଗୁଦ୍ରି ବଜାର ଏହାର ସୁନା-ରୂପା ଅଳଙ୍କାର ବ୍ୟବସାୟ ଏବଂ ସରାଫା ଦୋକାନଗୁଡ଼ିକ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବଜାରର ପରିଚୟର ଏପରି…

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ୨ ଗାଁ! ଘରେ ଝୁଲେ ତାଲା, କାରଣ ଜାଣିଲେ….

କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?