Posted inଫୁରସତ

ବାହ୍ୟ ଗ୍ରହରେ ଜୀବନ ଖୋଜିବେ ଭାରତ, ଜାପାନ

ନୂଆଦିଲ୍ଲୀ: ମାନବଜାତିର ସବୁଠାରୁ ଗଭୀର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଭାରତ ଓ ଜାପାନ ଉଦ୍ୟମ ଆରମ୍ଭ କରିଛନ୍ତି। ଉଭୟ ଦେଶ ମିଶି ୩୦ମିଟରର ବିଶାଳକାୟ ଟେଲିସ୍କୋପ ନିର୍ମାଣ କରୁଛନ୍ତି, ଯାହାକୁ ‘ଥାର୍ଟି ମିଟର ଟେଲିସ୍କୋପ’(ଟିଏମ୍‌ଟି) କୁହାଯାଉଛି। ଏହି ଅତ୍ୟାଧୁନିକ ଅପ୍ଟିକାଲ-ଇନ୍‌ଫ୍ରାରେଡ ଟେଲିସ୍କୋପ ମାଧ୍ୟମରେ ବ୍ଲାକ ହୋଲ୍‌, ଦୂର ଗାଲାକ୍ସି ଅଧ୍ୟୟନ କରାଯିବ। ଏଥିସହ ପୃଥିବୀ ବାହାରେ ଜୀବନର ଅନୁସନ୍ଧାନ କରାଯାଇପାରିବ ବୋଲି କୁହାଯାଇଛି। ‘ଟିଏମ୍‌ଟି’ର ପ୍ରାଥମିକ ଦର୍ପଣ ୩୦ ମିଟର ବ୍ୟାସ ବିଶିଷ୍ଟ ହେବ, ଯାହା ୫୦୦ରୁ ଅଧିକ ଛୋଟ ଦର୍ପଣକୁ ଠିକ୍‌ ଭାବରେ ସଂଯୋଜିତ କରି ନିର୍ମାଣ କରାଯିବ। ଏହି ଛୋଟ ଦର୍ପଣଗୁଡ଼ିକୁ ସମ୍ପୂର୍ଣ୍ଣ ସିଧା ଓ ସମାନ କରି ରଖିବା ପାଇଁ ଆବଶ୍ୟକ ହେଉଥିବା ଅପ୍ଟୋ-ମେକାନିକାଲ ସିଷ୍ଟମ ପ୍ରସ୍ତୁତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜାପାନର କ୍ୟାବିନେଟ ଅଫିସ୍‌ ନାଶନାଲ ସ୍ପେସ୍‌ ପଲିସି କମିଟିର ଭାଇସ୍‌ ଚେୟାରମ୍ୟାନ ଡ. ସାକୁ ସୁନେତା ଭାରତର ଏହି ପ୍ରଯୁକ୍ତି ସମ୍ପର୍କିତ ଜ୍ଞାନକୁ ପ୍ରଶଂସା କରିଛନ୍ତି। ଏହି ଅନ୍ତର୍ଜାତୀୟ ପ୍ରକଳ୍ପରେ ଭାରତ, ଜାପାନ ଏବଂ ଆମେରିକାର ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ମିଶି କାର୍ଯ୍ୟ କରୁଛନ୍ତି। ଭାରତରୁ ଆଇଆଇଏ(ବେଙ୍ଗାଲୁରୁ), ଆଇୟୁସିଏଏ(ପୁଣେ) ଏବଂ ଏଆରଆଇଇଏସ୍‌(ନୈନିତାଲ) ସାମିଲ ଅଛନ୍ତି।
ମୁଖ୍ୟ ଲକ୍ଷ୍ୟ ଅନ୍ୟ ତାରାଗୁଡ଼ିକ ଚାରିପଟେ ଘୂରୁଥିବା ବାହ୍ୟ ଗ୍ରହର ବାୟୁମଣ୍ଡଳ ବିଶ୍ଳେଷଣ କରି ଜଳୀୟବାଷ୍ପ ବା ଜୈବିକ ଅଣୁ ପରି ଜୀବନର ରାସାୟନିକ ସଙ୍କେତ ଖୋଜିବା।
ଏହାର ନିର୍ମାଣ ପାଇଁ ହାୱାଇର ମୌନାକିଆକୁ ଚୟନ କରାଯାଇଛି, ଯାହାକି ଉତ୍କୃଷ୍ଟ ନୀଳ ଆକାଶ ପାଇଁ ପ୍ରସିଦ୍ଧ। ତେବେ ସ୍ଥାନୀୟ ମୂଳ ନିବାସୀଙ୍କ ବିରୋଧ ଯୋଗୁ ନିର୍ମାଣ କାର୍ଯ୍ୟରେ ସମସ୍ୟା ଉପୁଜିଛି। ତେବେ ଏନେଇ ଆପୋସ ଆଲୋଚନା ଜାରି ରହିଛି। ଅପରପକ୍ଷେ ଏଥିଲାଗି ଲଦାଖର ହାନ୍ଲେକୁ ଏକ ବିକଳ୍ପ ସ୍ଥଳୀ ଭାବରେ ବିଚାର କରାଯାଉଛି। ତେବେ ଭାରତର ପ୍ରଯୁକ୍ତିଗତ ଅବଦାନ ଯୋଗୁୁ ଏହି ପ୍ରକଳ୍ପର କାର୍ଯ୍ୟ ୨୦୩୦ ଦଶକର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବବୋଲି ଆଶାପ୍ରକାଶ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ନ ଖାଇ ନ ପିଇ ୫ ଦିନ ହେବ ମନ୍ଦିର ପରିକ୍ରମା କରୁଛି କୁକୁର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଡାକ୍ତର କହିଲେ…

ଜୟପୁର,୧୬।୧: ବିଜନୌର ଜିଲାର ନାଗିନା ଅଞ୍ଚଳର ନାନ୍ଦପୁର ଗାଁରେ ଆଜିକାଲି ଏକ କୁକୁର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମନ୍ଦିରରେ କୁକୁରର ରହସ୍ୟମୟ କାର୍ଯ୍ୟକଳାପ ଦର୍ଶକ...

ଚମତ୍କାର! ୪ ଦିନ ହେଲାଣି ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କରି ଚାଲିଛି କୁକୁର, ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼; Video  

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୌର ଜିଲାର ନଗୀନା ଅଞ୍ଚଳର ନନ୍ଦପୁର ଖୁର୍ଦ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ପ୍ରାଚୀନ ସିଦ୍ଧପୀଠ...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

ଦୁନିଆର ସବୁଠୁ ଅଳସୁଆ ପ୍ରାଣୀ

ଦୁନିଆରେ କିଛି ମଣିଷ ଅଳସୁଆ ଥାନ୍ତି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏମିତି କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ସେମାନଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ...

RAC ଟିକେଟ ବାତିଲ ପରେ ଟଙ୍କା ଫେରସ୍ତ ଦେବ କି ରେଳ ବିଭାଗ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୫।୧: ଭାରତୀୟ ରେଳ ବିଭାଗ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପରିବହନ କରିଥାଏ। ଏହାର ସୁଲଭ, ସୁବିଧାଜନକ ଏବଂ ସୁରକ୍ଷିତ...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri