Posted inଫୁରସତ

ବାହ୍ୟ ଗ୍ରହରେ ଜୀବନ ଖୋଜିବେ ଭାରତ, ଜାପାନ

ନୂଆଦିଲ୍ଲୀ: ମାନବଜାତିର ସବୁଠାରୁ ଗଭୀର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଭାରତ ଓ ଜାପାନ ଉଦ୍ୟମ ଆରମ୍ଭ କରିଛନ୍ତି। ଉଭୟ ଦେଶ ମିଶି ୩୦ମିଟରର ବିଶାଳକାୟ ଟେଲିସ୍କୋପ ନିର୍ମାଣ କରୁଛନ୍ତି, ଯାହାକୁ ‘ଥାର୍ଟି ମିଟର ଟେଲିସ୍କୋପ’(ଟିଏମ୍‌ଟି) କୁହାଯାଉଛି। ଏହି ଅତ୍ୟାଧୁନିକ ଅପ୍ଟିକାଲ-ଇନ୍‌ଫ୍ରାରେଡ ଟେଲିସ୍କୋପ ମାଧ୍ୟମରେ ବ୍ଲାକ ହୋଲ୍‌, ଦୂର ଗାଲାକ୍ସି ଅଧ୍ୟୟନ କରାଯିବ। ଏଥିସହ ପୃଥିବୀ ବାହାରେ ଜୀବନର ଅନୁସନ୍ଧାନ କରାଯାଇପାରିବ ବୋଲି କୁହାଯାଇଛି। ‘ଟିଏମ୍‌ଟି’ର ପ୍ରାଥମିକ ଦର୍ପଣ ୩୦ ମିଟର ବ୍ୟାସ ବିଶିଷ୍ଟ ହେବ, ଯାହା ୫୦୦ରୁ ଅଧିକ ଛୋଟ ଦର୍ପଣକୁ ଠିକ୍‌ ଭାବରେ ସଂଯୋଜିତ କରି ନିର୍ମାଣ କରାଯିବ। ଏହି ଛୋଟ ଦର୍ପଣଗୁଡ଼ିକୁ ସମ୍ପୂର୍ଣ୍ଣ ସିଧା ଓ ସମାନ କରି ରଖିବା ପାଇଁ ଆବଶ୍ୟକ ହେଉଥିବା ଅପ୍ଟୋ-ମେକାନିକାଲ ସିଷ୍ଟମ ପ୍ରସ୍ତୁତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜାପାନର କ୍ୟାବିନେଟ ଅଫିସ୍‌ ନାଶନାଲ ସ୍ପେସ୍‌ ପଲିସି କମିଟିର ଭାଇସ୍‌ ଚେୟାରମ୍ୟାନ ଡ. ସାକୁ ସୁନେତା ଭାରତର ଏହି ପ୍ରଯୁକ୍ତି ସମ୍ପର୍କିତ ଜ୍ଞାନକୁ ପ୍ରଶଂସା କରିଛନ୍ତି। ଏହି ଅନ୍ତର୍ଜାତୀୟ ପ୍ରକଳ୍ପରେ ଭାରତ, ଜାପାନ ଏବଂ ଆମେରିକାର ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ମିଶି କାର୍ଯ୍ୟ କରୁଛନ୍ତି। ଭାରତରୁ ଆଇଆଇଏ(ବେଙ୍ଗାଲୁରୁ), ଆଇୟୁସିଏଏ(ପୁଣେ) ଏବଂ ଏଆରଆଇଇଏସ୍‌(ନୈନିତାଲ) ସାମିଲ ଅଛନ୍ତି।
ମୁଖ୍ୟ ଲକ୍ଷ୍ୟ ଅନ୍ୟ ତାରାଗୁଡ଼ିକ ଚାରିପଟେ ଘୂରୁଥିବା ବାହ୍ୟ ଗ୍ରହର ବାୟୁମଣ୍ଡଳ ବିଶ୍ଳେଷଣ କରି ଜଳୀୟବାଷ୍ପ ବା ଜୈବିକ ଅଣୁ ପରି ଜୀବନର ରାସାୟନିକ ସଙ୍କେତ ଖୋଜିବା।
ଏହାର ନିର୍ମାଣ ପାଇଁ ହାୱାଇର ମୌନାକିଆକୁ ଚୟନ କରାଯାଇଛି, ଯାହାକି ଉତ୍କୃଷ୍ଟ ନୀଳ ଆକାଶ ପାଇଁ ପ୍ରସିଦ୍ଧ। ତେବେ ସ୍ଥାନୀୟ ମୂଳ ନିବାସୀଙ୍କ ବିରୋଧ ଯୋଗୁ ନିର୍ମାଣ କାର୍ଯ୍ୟରେ ସମସ୍ୟା ଉପୁଜିଛି। ତେବେ ଏନେଇ ଆପୋସ ଆଲୋଚନା ଜାରି ରହିଛି। ଅପରପକ୍ଷେ ଏଥିଲାଗି ଲଦାଖର ହାନ୍ଲେକୁ ଏକ ବିକଳ୍ପ ସ୍ଥଳୀ ଭାବରେ ବିଚାର କରାଯାଉଛି। ତେବେ ଭାରତର ପ୍ରଯୁକ୍ତିଗତ ଅବଦାନ ଯୋଗୁୁ ଏହି ପ୍ରକଳ୍ପର କାର୍ଯ୍ୟ ୨୦୩୦ ଦଶକର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବବୋଲି ଆଶାପ୍ରକାଶ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri