୨୦୧୧-୨୦ରେ ଭାରତ ଅଧିକ ଉତ୍ତପ୍ତ, ଆର୍ଦ୍ର

ଦୁବାଇ,୬ା୧୨(ପି.ଟି.):ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୦୧୧ରୁ ୨୦୨୦ ଦଶନ୍ଧିରେ ଭାରତ ଅଧିକ ଉତ୍ତପ୍ତ ଓ ଆର୍ଦ୍ର ରହିଥିଲା ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ନୂଆ ରିପୋର୍ଟରେ କୁହାଯାଇଛି। ଦୁବାଇରେ ଚାଲିଥିବା ଜାତିସଂଘ ଜଳବାୟୁ ସମ୍ମିଳନୀ ଅବସରରେ ମଙ୍ଗଳବାର ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ଡବ୍ଲ୍ୟୁଏମ୍‌ଓର ଜଳବାୟୁ ସ୍ଥିତି ରିପୋର୍ଟ ପ୍ରତିବର୍ଷ ପ୍ରକାଶ ପାଇଥାଏ। ନୂଆ ରିପୋର୍ଟରେ ଗୋଟିଏ ଦଶନ୍ଧିର ପାଣିପାଗ ସ୍ଥିତି ଉଲ୍ଲେଖ ରହିଛି, ଯାହା ଆଗାମୀ ଦିନର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ଚିତ୍ର ପ୍ରଦାନ କରୁଛି ବୋଲି ଡବ୍ଲ୍ୟୁଏମ୍‌ଓ ଉପମହାସଚିବ ଏଲେନା ମାନାଏଙ୍କୋଭା କହିଛନ୍ତି। ଏଲ୍‌ ନିନୋ ଏବଂ ଲା ନିନା ଭଳି ପ୍ରଭାବ ଯୋଗୁ ପାଣିପାଗରେ ତାରତମ୍ୟ ଦେଖାଦେଇଛି। ଏଲ୍‌ ନିନୋ ଏବଂ ଲା ନିନା ହେଉଛି ବିଷୁବମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ କିଛିଦିନ ପାଇଁ ଜଳର ଅସ୍ବାଭାବିକ ଉଷ୍ମତା ଓ ଶୀତଳତାର ପ୍ରଭାବ। ଏହି ତାପମାତ୍ରା ବିଭିନ୍ନ ଦେଶର ପାଣିପାଗକୁ ପ୍ରଭାବିତ କରିଥାଏ। ଜଳବାୟୁ ସମିଟ୍‌ କପ୍‌୨୮ରେ ପ୍ରକାଶ ପାଇଥିବା ୨୦୨୩ର ଅସ୍ଥାୟୀ ବାର୍ଷିକ ରିପୋର୍ଟରେ ଚଳିତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଛି।
ଡବ୍ଲ୍ୟୁଏମ୍‌ଓ ରିପୋର୍ଟ ଅନୁଯାୟୀ ଉତ୍ତର-ପଶ୍ଚିମ ଭାରତ, ପାକିସ୍ତାନ, ଚାଇନା ଏବଂ ଆରବୀୟ ଉପଦ୍ୱୀପର ଦକ୍ଷିଣ ଉପକୂଳରେ ଗତ ଦଶନ୍ଧି ଅଧିକ ଆର୍ଦ୍ର ରହିଥିଲା। ଏହି ସମୟରେ ଦକ୍ଷିଣ-ପୂର୍ବ ଏସିଆ, ୟୁରୋପ, ଆଫ୍ରିକା ମହାଦେଶର ଦକ୍ଷିଣ ଭାଗ, ମେକ୍ସିକୋ ଏବଂ ପୂର୍ବ ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଅତ୍ୟଧିକ ଉତ୍ତପ୍ତ ଦିନ ସଂଖ୍ୟା ୧୯୬୧-୧୯୯୦ ସମୟର ହାରାହାରି ଉତ୍ତପ୍ତ ଦିନର ଦୁଇଗୁଣ ଥିଲା। ବିଶ୍ୱ ତାପମାତ୍ରା ବଢ଼ୁଥିବାରୁ ଏହି ସମୟରେ ଅତ୍ୟଧିକ ଶୀତ ଦିନ ସଂଖ୍ୟା ୧୯୬୧-୧୯୯୦ ସମୟ ତୁଳନାରେ ୪୦ ପ୍ରତିଶତ ହ୍ରାସ ପାଇଥିଲା। ୨୦୧୩ ଜୁନ୍‌ରେ ଭାରତରେ ବର୍ଷାଦିନେ ସବୁଠୁ ଭୟାବହ ବନ୍ୟା ହୋଇଥିଲା। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ବରଫ ତରଳିବା ଏବଂ ଗ୍ଲେସିୟର ହ୍ରଦ ମାଡ଼ିଆସିବା ଯୋଗୁ ୫,୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ କେରଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟାରେ ବହୁ ଧନଜୀବନ କ୍ଷୟ ହୋଇଥିଲା। ୨୦୧୯ ଏବଂ ୨୦୨୦ ବର୍ଷ ଭାରତରେ ସବୁଠୁ ଆର୍ଦ୍ର ମୌସୁମୀ ଋତୁ ଥିଲା। ଏହି ସମୟରେ ସର୍ବାଧିକ ବନ୍ୟା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri