ପ୍ରଯୁକ୍ତି ବିଦ୍ୟାରେ ଭାରତ

ଡ. ଗୌରୀଶଙ୍କର ସାହୁ

 

ମେ’ ୩୧, ୧୮୯୩। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା କରୁଥାନ୍ତି ଭାରତର ଦୁଇଜଣ ଯୁଗପୁରୁଷ- ସ୍ବାମୀ ବିବେକାନନ୍ଦ ଓ ଜାମସେଦ୍‌ଜୀ ଟାଟା। ଟାଟା ସ୍ବାମିଜୀଙ୍କୁ ନିଜ ମନ କଥା ଜଣାଇଲେ-‘ଭାରତକୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ପାଇଁ ସେ ବିଦେଶୀ ଜ୍ଞାନକୌଶଳ ଓ ଯନ୍ତ୍ରାଂଶ ସାହାଯ୍ୟରେ ସ୍ବଦେଶୀ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି।’ ସ୍ବାମିଜୀ କହିଲେ ‘ବିଦେଶରୁ କାହିଁକି? ଯନ୍ତ୍ରାଂଶ ଭାରତରେ କ’ଣ ତିଆରି କରିହେବ ନାହିଁ?’ ଟାଟା କହିଲେ, ‘ଏଥିପାଇଁ ସ୍ବଦେଶୀ ଜ୍ଞାନ କୌଶଳ ଆମ ଦେଶରେ ନାହିଁ। ଯଦି ଭାରତରେ ଗୋଟିଏ ବିଶ୍ୱସ୍ତରୀୟ ଗବେଷଣା ପ୍ରତିଷ୍ଠାନଟିଏ ଖୋଲାଯାଇପାରନ୍ତା ଏହା ସମ୍ଭବ ହୋଇପାରନ୍ତା।’ ବିବେକାନନ୍ଦ କହିଲେ, ‘ଯଦି ପାଶ୍ଚାତ୍ୟଜଗତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସାଂପ୍ରତିକ ଉତ୍କର୍ଷ ସହିତ ମହାଭାରତୀୟ ମାନବବାଦ ଓ ତପସ୍ୟାର ସଙ୍ଗମରେ ଆପଣଙ୍କ ସ୍ବପ୍ନର ଅନୁଷ୍ଠାନ ଗଢ଼ାହୋଇପାରନ୍ତା, ତେବେ ଭଲ ହୁଅନ୍ତା।’ ଟାଟା କହିଲେ, ”ଆପଣ ମୋର ମାର୍ଗଦର୍ଶନ କରନ୍ତୁ, ଏପରି ମଠ(ମୋନାଷ୍ଟରୀ)ଟିଏ ଗଢ଼ାହେବ; ଯେଉଁଠି ମଣିଷମାନେ ତ୍ୟାଗ ତିତିକ୍ଷାର ମୁକ୍ତିମନ୍ତ୍ର ପ୍ରତୀକ ହେବେ, ତପସ୍ବୀସମ ଜୀବନଯାପନ କରିବେ ଓ ସେମାନଙ୍କ ଜୀବନକୁ ପ୍ରାକୃତିକ ଓ ମାନବବାଦୀ ବୈଜ୍ଞାନିକ ଗବେଷଣାରେ ଉତ୍ସର୍ଗ କରିବେ।“ ସ୍ବାମିଜୀ ଟାଟାଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ୨୩ ନଭେମ୍ବର ୧୮୯୮ରେ ସେ ସ୍ବାମିଜୀଙ୍କୁ ଚିଠିଲେଖି ଜଣାଇଲେ ଯେ ସେ ଭାରତରେ ଗୋଟିଏ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ପାଇଁ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏ ଉଦ୍ୟମର ନେତୃତ୍ୱ ନେବାପାଇଁ ଏହି ଚିଠିରେ ସେ ସ୍ବାମିଜୀଙ୍କୁ ଅନୁରୋଧ କରିଥିଲେ। ସ୍ବାମିଜୀ ସେତେବେଳେ ରାମକୃଷ୍ଣ ମିଶନ ପ୍ରତିଷ୍ଠାରେ ବ୍ୟସ୍ତ ଥିବାରୁ ଭଗିନୀ ନିବେଦିତାଙ୍କୁ ଟାଟାଙ୍କୁ ସହଯୋଗ କରିବା ପାଇଁ ପଠାଇଲେ।
୧୯୦୪ରେ ଜାମସେଦ୍‌ଜୀଙ୍କ ସ୍ବର୍ଗବାସ ହୋଇଯିବା ପରେ ତାଙ୍କ ପୁତ୍ର ଦୋରାବଜୀ ଟାଟା ଓ ଭଗିନୀ ନିବେଦିତା ସେମାନଙ୍କ ପ୍ରୟାସ ଜାରିରଖିଲେ। ୧୯୦୯ରେ ତତ୍କାଳୀନ ଭାଇସ୍‌ରାଏ ଲର୍ଡ ମିଣ୍ଟୋ ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ। ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟ ମହୀଶୁର ରାଜା ଚାମରାଜା ୱାଡିଅର୍‌ଙ୍କ ସୁପୁତ୍ର ମହାରାଜା କୃଷ୍ଣରାଜ ୱାଡିଅର୍‌ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ବାଙ୍ଗାଲୋରର ଯଶୱନ୍ତପୁର ଅଞ୍ଚଳରେ ୩୭୧ ଏକର ଜମି ଦାନ କଲେ। ପ୍ରତିଷ୍ଠାନର ଭବନ, ଗବେଷଣାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଦୋରାବଜୀ ଟାଟା ଅର୍ଥ ଯୋଗାଇଲେ। ୧୯୧୧ରେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ)ର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ଓ ସେହିବର୍ଷ ଜୁଲାଇ ୨୪ରେ ପ୍ରଥମ ବ୍ୟାଚ୍‌ ଆଡ୍‌ମିଶନ୍‌ ହେଲା। ବିଶିଷ୍ଟ ବୈଜ୍ଞାନିକ ଟ୍ରାଭର୍ସ ହେଲେ ଏହାର ପ୍ରଥମ ନିର୍ଦ୍ଦେଶକ। ଅଳ୍ପ ଦିନରେ ଏହା ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ଭାବେ ଗଣାହେଲା।
୧୯୩୯ରେ ହୋମି ଜାହାଙ୍ଗୀର ଭାଭା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ରିଡରଭାବେ ଯୋଗଦେଲେ। ଭାଭା ୧୯୪୪ରେ ଟାଟାଙ୍କୁ ଚିଠି ଲେଖି ମୌଳିକ ଗବେଷଣା ପାଇଁ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ସକାଶେ ଅନୁରୋଧ କଲେ। ଟାଟାଙ୍କ ଆର୍ଥିକ ଓ ବ୍ୟକ୍ତିଗତ ସହଯୋଗରେ ୧୯୪୫ରେ ଟାଟା ମୌଳିକ ଗବେଷଣା ଅନୁଷ୍ଠାନ (ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ) ଗଠିତ ହେଲା।
ଆମେରିକାର ମାନହାଟନ୍‌ ପ୍ରକଳ୍ପର ସଫଳତା ପରେ ଭାଭା ଭାରତକୁ ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭାବେ ଗଢ଼ିବାକୁ ଚାହିଁଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ବୁଝାଇ ସେ ୧୯୫୪ରେ ପରମାଣୁ ଶକ୍ତି ପ୍ରତିଷ୍ଠାନ (ଆଟମିକ୍‌ ଏନର୍ଜି ଏଷ୍ଟାବ୍ଲିଶ୍‌ମେଣ୍ଟ) ଟ୍ରମ୍ବେଠାରେ ଗଢ଼ିଲେ। ୧୯୬୭ରେ ଏହାର ନାମ ‘ଭାଭା ଆଣବିକ ଗବେଷଣା କେନ୍ଦ୍ର’କୁ ରୂପାନ୍ତରିତ ହୋଇଛି। ଟାଟା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଗଢ଼ିଉଠିଲା।
ଅଗଷ୍ଟ ୦୨, ୧୯୬୩ରେ ଭାଭା ନେହେରୁଙ୍କୁ ଚିଠି ଲେଖି ଜଣାଇଲେ ”ଚାଇନା ଗଣରାଜ୍ୟର ମାନସିକ ଓ ରାଜନୈତିକ ଚାପରୁ ରକ୍ଷାପାଇବା ପାଇଁ ଭାରତକୁ ପରମାଣୁ ପରୀକ୍ଷଣ କରିବାକୁ ପଡ଼ିବ। ତେଣୁ ଆପଣ ଅନୁମତି ଦିଅନ୍ତୁ। ନେହେରୁ ପରମାଣୁ ବୋମାକୁ ‘ସଇତାନର ପ୍ରତୀକ’ କହି ଭାଭାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ନେହେରୁଙ୍କ ମୃତ୍ୟୁପରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହେଲେ ଓ ସେ ମଧ୍ୟ ଭାଭାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।
୨୪ ଜାନୁୟାରୀ ୧୯୬୬ରେ ଏୟାର ଇଣ୍ଡିଆ ବିମାନ-୧୦୧ରେ ଯାତ୍ରା କରୁଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ମଣ୍ଟବ୍ଲାଙ୍କ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭାଭା ଇହଲୀଳା ସମ୍ବରଣ କଲେ।
ତାଙ୍କ ପରେ ଭାଭା ଅନୁଷ୍ଠାନର ମଙ୍ଗ ସମ୍ଭାଳିଲେ ପଦାର୍ଥ ବିଜ୍ଞାନୀ ରାଜା ରମନ୍ନା। ଭାଭାଙ୍କ ସେହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରୂପ ଦେବାପାଇଁ ରମନ୍ନାଙ୍କୁ ନିର୍ଦ୍ଦେଶ ଦେଲେ। ବୈଜ୍ଞାନିକ ଦଳ ୧୮ ମେ ୧୯୭୪ରେ ପୋଖରାନ୍‌ଠାରେ ପରମାଣୁ ପରୀକ୍ଷଣ କଲେ। ଏହାପରେ ପାଶ୍ଚାତ୍ୟ ଦେଶମାନେ ନ୍ୟୁକ୍ଲୀୟ ପଦାର୍ଥ ଯୋଗାଣ ବନ୍ଦ କରିଦେଲେ। ଭାରତର ପରମାଣୁ ପରୀକ୍ଷଣ ଶୀତସୁପ୍ତିକୁ ଚାଲିଗଲା। ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାଭା ଆଣବିକ ଗବେଷଣା କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ରାଜଗୋପାଳ ଚିଦାମ୍ବରମଙ୍କୁ ପରମାଣୁ ବୋମା ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଲେ।
୧୧ ମେ ୧୯୯୮ରେ ଭାରତ ପାଞ୍ଚଟି ପରମାଣୁ ବୋମା ସଫଳତାର ସହ ପରୀକ୍ଷା କଲା ପୋଖରାନ୍‌ଠାରେ।
ଏହି ପରୀକ୍ଷଣର ପ୍ରମୁଖ ବିନ୍ଧାଣୀ ଥିଲେ ରାଜଗୋପାଳ ଓ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଅବଦୁଲ୍‌ କଲାମ୍‌।
ପ୍ରତୀକାତ୍ମକ ଭାବେ ୧୧ ମେ’କୁ ପ୍ରତିବର୍ଷ ଭାରତୀୟ ପ୍ରଯୁକ୍ତି ବିଦ୍ୟାଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ବାଜପେୟୀ ଘୋଷଣା କଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଭାରତ ବିଶ୍ୱର ଅଗ୍ରଣୀ ଦେଶର ମାନ୍ୟତା ପାଇବାରେ ଯେଉଁ ଅନୁଷ୍ଠାନଟିର ଭୂମିକା ରହିଛି, ସେଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ସ୍ବାମୀ ବିବେକାନନ୍ଦ, ଭଗିନୀ ନିବେଦିତା, ଜାମସେଦ୍‌ଜୀ ଟାଟା ଓ ମହାରାଜା କୃଷ୍ଣରାଜ ୱାଡିଅରଙ୍କ ଯୋଗୁ ଗଢ଼ା ହୋଇପାରିଥିଲା ।
ଯନ୍ତ୍ରରେ ବି ମନ୍ତ୍ର ଭରି ଦେଇଥିଲେ ଏହି ଯୁଗପୁରୁଷ ଓ ତାଙ୍କ ସ୍ବପ୍ନର ମଣିଷମାନେ । ଆଜି ଦିନଟି ହେଉ ଆମମାନଙ୍କ ପାଇଁ ଆତ୍ମସମୀକ୍ଷାର ଦିନ ।
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ-୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri