Posted inଖେଳ

କର ବା ମର ସ୍ଥିତିରେ ଭାରତ: ଗିଲ୍‌ଙ୍କ ଚିନ୍ତା ବଢିଲା

ମାଞ୍ଚେଷ୍ଟର,୨୩/୭(ପି.ଟି.): ଆଜିଠାରୁ ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି(ଏଟିଟି) କ୍ରିକେଟ୍‌ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏପର୍ଯ୍ୟନ୍ତ ସିରିଜ୍‌ରେ ୩ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବେ ୨-୧ରେ ଆଗରେ ରହିଛି। ଏଣୁ ଏହି ମ୍ୟାଚ୍‌ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛି। ଦଳକୁ ୫ ଟେଷ୍ଟବିଶିଷ୍ଟ ସିରିଜ୍‌କୁ ବରାବର କରିବା ପାଇଁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଦରକାର। କିନ୍ତୁ ଓଲ୍ଡ ଟ୍ରାଫୋର୍ଡରେ ଭାରତ ପୂର୍ବରୁ କଦାପି କୌଣସି ଟେଷ୍ଟ ଜିତିନାହିଁ। ପୂର୍ବରୁ ଏଠାରେ ୯ ମ୍ୟାଚ୍‌ ଖେଳିଥିବା ଭାରତ ୪ଟିରେ ପରାଜିତ ହୋଇଥିବା ବେଳେ ୫ ମ୍ୟାଚ୍‌କୁ ଡ୍ର’ ରଖିଛି। ଏହି ରେକର୍ଡ ଅପେକ୍ଷା ଭାରତୀୟ ଦଳ ପାଇଁ ଟିମ୍‌ କମ୍ବିନେଶନ ଚିନ୍ତାର କାରଣ ପାଲଟିଛି। ଦଳରେ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଚୂଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।
ଲଡର୍‌ସ ଟେଷ୍ଟରେ ଖେଳିଥିବା ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଓ ପେସର ଆକାଶ ଦୀପଙ୍କ ସହିତ ଅର୍ଶଦୀପ ସିଂ ଆହତ ହୋଇଛନ୍ତି। ଲିଡ୍ସରେ ପ୍ରଥମ ଟେଷ୍ଟରେ ପରାଜିତ ହେବା ପରେ ଭାରତୀୟ ଦଳ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ୩ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର ଓ ନୀତୀଶଙ୍କୁ ଏକାଠି ଖେଳାଇଥିଲା। ପ୍ରଥମ ଟେଷ୍ଟରେ ଖେଳିଥିବା ଶାର୍ଦ୍ଦୂଳ ଠାକୁର ସିଧାସଳଖ ନୀତୀଶଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ହରିୟାଣା ପେସର ଅଂଶୁଲ କାମ୍ବୋଜ୍‌ଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ଗ୍ରୋଇନ୍‌ ଇଞ୍ଜୁରି କାରଣରୁ ଆକାଶ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତେବେ କାମ୍ବୋଜ୍‌ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ତୃତୀୟ ପେସର ଭାବେ ଖେଳାଯିବ। ଆକାଶଙ୍କ ଭଳି କାମ୍ବୋଜ୍‌ଙ୍କ ନିକଟରେ ବଲ୍‌ରୁ ପ୍ରଚୁର ସିମ୍‌ ମୁଭ୍‌ମେଣ୍ଟ ହାସଲ କରିବାର ଦକ୍ଷତା ରହିଛି। ସେ ନିକଟରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭାରତ ଏ’ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ରେ ପ୍ରିମିୟର ପେସର ଯଶ୍‌ପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଖେଳିବା ପକ୍କା। ଲଡର୍‌ସ ଟେଷ୍ଟକୁ ଛାଡ଼ିଦେଲେ ସିରିଜ୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଭାରତୀୟ ବ୍ୟାଟରମାନେ ଭଲ ପ୍ରଦର୍ଶନ କରିଥିଲେ। ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ଗିଲ୍‌, ଭେଟେରାନ ଓପ୍‌ନର ଲୋକେଶ ରାହୁଲ, ଉଇକେଟ୍‌କିପର ରିଷଭ ପନ୍ତ, ଯୁବ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଭଲ ଫର୍ମରେ ରହିଛନ୍ତି। କିନ୍ତୁ ବ୍ୟାଟିଂ ଲାଇନ୍‌ରେ କେବଳ ଗୋଟିଏ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି। ପ୍ରଥମ ୩ ଟେଷ୍ଟରେ କରୁନ ନାୟାର ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଯଦି ତାଙ୍କୁ ବାଦ୍‌ ଦିଆଯାଏ, ତେବେ ସାଇ ସୁଦର୍ଶନଙ୍କୁ ଦଳରେ ସାମିଲ କରାଯିବ। ଯଦି ନାୟାରଙ୍କୁ ଆଉ ଏକ ସୁଯୋଗ ଦିଆଯାଏ, ତେବେ ତାଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ନ ହେଲେ ଏହା ତାଙ୍କ କ୍ୟାରିୟରର ଅନ୍ତିମ ଟେଷ୍ଟ ହୋଇପାରେ। ଗତ ମ୍ୟାଚ୍‌ରେ ଆହତ ସମସ୍ୟା ଯୋଗୁ ଉଇକେଟ୍‌ କିପିଂ କରି ନ ଥିବା ପନ୍ତ ଏବେ ପୂରା ଫିଟ୍‌ ଅଛନ୍ତି। ସେ ଟ୍ରେନିଂ ସେସନରେ ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେଇଛନ୍ତି। ଲଗାତର ୪ ଅର୍ଦ୍ଧଶତକ ହାସଲ କରିଥିବା ଜାଡେଜା ଲୋୟର ମିଡଲ ଅର୍ଡର ସମ୍ଭାଳିବେ। କିନ୍ତୁ ବଲ୍‌ରେ ତାଙ୍କଠାରୁ ଅଧିକ ଯୋଗଦାନର ଆଶା କରାଯାଉଛି।
ଭାରତୀୟ ଦଳ ଇଂଲଣ୍ଡର ଅନ୍ୟ ଭେନ୍ୟୁ ଅପେକ୍ଷା ଓଲ୍ଡ ଟ୍ରାଫୋର୍ଡରେ ନିୟମିତ ଖେଳେନାହିଁ। ଭାରତ ଅନ୍ତିମଥର ୨୦୧୪ରେ ଏଠାରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ଏହି ଭେନ୍ୟୁରେ ଅନ୍ତିମ ଭାରତୀୟ ବ୍ୟାଟର ଭାବେ ଶତକ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି, ଯାହାକି ସେ ୧୯୯୦ ଟୁର୍‌ରେ କରିଥିଲେ। ଗତ ସପ୍ତାହରେ ମାଞ୍ଚେଷ୍ଟରରେ ନିୟମିତ ବର୍ଷା ହୋଇଛି। ଏଣୁ ମ୍ୟାଚ୍‌ରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଅନ୍ୟପକ୍ଷରେ ସିରିଜ୍‌ରେ ଡ୍ରାଇଭର ସିଟ୍‌ରେ ଥିବା ଘରୋଇ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି।
ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ, ଲୋକେଶ ରାହୁଲ, କରୁନ ନାୟାର/ସାଇ ସୁଦର୍ଶନ, ଶୁବମନ ଗିଲ୍‌(ଅଧିନାୟକ), ରିଷଭ ପନ୍ତ(ଉଇକେଟ୍‌କିପର ଓ ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ସିରାଜ, ଯଶ୍‌ପ୍ରୀତ ବୁମ୍‌ରା, ଅଂଶୁଲ କାମ୍ବୋଜ୍‌/ପ୍ରସିଦ୍ଧ କ୍ରିଷ୍ଣା।
ଇଂଲଣ୍ଡ ଏକାଦଶ: ଜ୍ୟାକ୍‌ କ୍ରଲି, ବେନ୍‌ ଡକେଟ, ଓଲି ପୋପ୍‌, ଜୋ ରୁଟ୍‌, ହ୍ୟାରୀ ବ୍ରୁକ, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍‌(ଉଇକେଟ୍‌କିପର), ଲିଆମ ଡସନ, କ୍ରିସ୍‌ ଓ୍ବକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚ୍ଚର।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri