Posted inଖେଳ

ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ,୧ା୯(ପି.ଟି): ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ ୫ ଉଇକେଟ ବିନିମୟରେ ୧୫୨ ରନ କରି ବିଜୟଠାରୁ ୪୦ ରନ ଦୂରରେ ରହିଯାଇଥିଲା। ଟସହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଦୁଇ ଓପନର ରୋହିତ ଓ ରାହୁଲ ସତର୍କତାର ସହିତ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ରାହୁଲ ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ରୋହିତ ୧୩ ବଲ ଖେଳି ୨ ଚୌକା ଓ ୧ ଛକା ସହିତ ୨୧ ରନ କରି ପ୍ୟାଭିଲିୟନ୍‌ ଫେରିଥିଲେ। ରାହୁଲ ୩୬ ରନର ଇନିଂସ ଖେଳିବା ପାଇଁ ୩୯ ବଲର ସାହାରା ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ବିରାଟ କୋହଲିଙ୍କ ସହିତ ୫୬ରନର ଭାଗୀଦାରି କରିଥିଲେ। ଏହାପରେ କୋହଲି ଓ ସୂର୍ଯ୍ୟକୁମାର ଅବିଭାଜିତ ୯୮ ରନ ଯୋଡିବା ସହିତ ଭାରତର ସ୍କୋର ୧୯୨ରେ ପହଞ୍ଚାଇଥିଲେ। ଅନ୍ତିମ ୭ ଓଭରରେ ଉଭୟ ଓଭର ପିଛା ୧୪ ରନ୍‌ହାରରେ ରନ୍‌ ସଂଗ୍ରହ କରିଥିଲେ। କୋହଲି ଷ୍ଟ୍ରାଇକ ରୋଟେଟ କରି ଖେଳୁଥିବା ବେଳେ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୪୪ ବଲ ଖେଳି ୫୯ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୧ ଚୌକା ଓ ୩ ଛକା। ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ ଯାଦବ। ଏହି ଇନିଂସରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଯାଦବ ଅନ୍ତିମ ଓଭରରୁ ୨୬ ରନ୍‌ ସଂଗ୍ରହ କରିଥିଲେ। ଏହି ଓଭରରୁ ହ୍ୟାଟ୍ରିକ ସହିତ ମାରିଥିଲେ ୪ ଛକା। ପ୍ରଥମ ୩ ବଲରୁ ୩ ଛକା ମାରି ହ୍ୟାଟ୍ରିକ ପୂରଣ କରିଥିବା ବେଳେ ପରବର୍ତ୍ତୀ ବଲରୁ କୌଣସି ରନ ସଂଗୃହୀତ ହୋଇ ନ ଥିଲା। ଅନ୍ତିମ ଦୁଇ ବଲରେ ଗୋଟିଏ ଛକା ଓ ଦୁଇ ରନ୍‌ ହାସଲ କରିଥିଲେ ଯାଦବ। ହଂକଂ ପକ୍ଷରୁ ଆୟୁଷ ଶୁକ୍ଲା ଓ ମହମ୍ମଦ ଘଜନଫର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ବାବର ହାୟାତ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ କିଞ୍ଚିତ ଶାହ ୩୦ ରନ କରିଥିଲେ। ଶେଷ ଆଡକୁ ଜିଶାନ ଅଲି(୨୬) ଓ ସ୍କଟ ମ୍ୟାକେଞ୍ଜି(୧୬) ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଦଳ ୧୫୨ରେ ସୀମିତ ରହିଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା ଓ ଆଭେଶ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରା ଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୯୨/୨ (ସୂର୍ଯ୍ୟକୁମାର ଯାଦବ-୬୮*, ବିରାଟ କୋହଲି-୫୯*, ଲୋକେଶ ରାହୁଲ-୩୬, ମହମ୍ମଦ ଘଜନଫର-୧/୧୯, ଆୟୁଷ ଶୁକ୍ଲା-୧/୨୯)। ହଂକଂ ୨୦ ଓଭରରେ ୧୫୨/୫ (ବାବର ହାୟତ-୪୧, କିଞ୍ଚିତ ଶାହ-୩୦, ଜିଶାନ ଅଲି-୨୬*, ଅର୍ଶଦୀପ ସିଂ-୧/୪୪, ରବୀନ୍ଦ୍ର ଜାଡେଜା -୧/୧୫, ଭୁବନେଶ୍ୱର କୁମାର-୧/୧୫)।

 


Enter your email to get our daily news in your inbox.

All Right Reserved By Dharitri.Com

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri