Posted inଖେଳ

ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ,୧ା୯(ପି.ଟି): ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ ୫ ଉଇକେଟ ବିନିମୟରେ ୧୫୨ ରନ କରି ବିଜୟଠାରୁ ୪୦ ରନ ଦୂରରେ ରହିଯାଇଥିଲା। ଟସହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଦୁଇ ଓପନର ରୋହିତ ଓ ରାହୁଲ ସତର୍କତାର ସହିତ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ରାହୁଲ ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ରୋହିତ ୧୩ ବଲ ଖେଳି ୨ ଚୌକା ଓ ୧ ଛକା ସହିତ ୨୧ ରନ କରି ପ୍ୟାଭିଲିୟନ୍‌ ଫେରିଥିଲେ। ରାହୁଲ ୩୬ ରନର ଇନିଂସ ଖେଳିବା ପାଇଁ ୩୯ ବଲର ସାହାରା ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ବିରାଟ କୋହଲିଙ୍କ ସହିତ ୫୬ରନର ଭାଗୀଦାରି କରିଥିଲେ। ଏହାପରେ କୋହଲି ଓ ସୂର୍ଯ୍ୟକୁମାର ଅବିଭାଜିତ ୯୮ ରନ ଯୋଡିବା ସହିତ ଭାରତର ସ୍କୋର ୧୯୨ରେ ପହଞ୍ଚାଇଥିଲେ। ଅନ୍ତିମ ୭ ଓଭରରେ ଉଭୟ ଓଭର ପିଛା ୧୪ ରନ୍‌ହାରରେ ରନ୍‌ ସଂଗ୍ରହ କରିଥିଲେ। କୋହଲି ଷ୍ଟ୍ରାଇକ ରୋଟେଟ କରି ଖେଳୁଥିବା ବେଳେ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୪୪ ବଲ ଖେଳି ୫୯ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୧ ଚୌକା ଓ ୩ ଛକା। ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ ଯାଦବ। ଏହି ଇନିଂସରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଯାଦବ ଅନ୍ତିମ ଓଭରରୁ ୨୬ ରନ୍‌ ସଂଗ୍ରହ କରିଥିଲେ। ଏହି ଓଭରରୁ ହ୍ୟାଟ୍ରିକ ସହିତ ମାରିଥିଲେ ୪ ଛକା। ପ୍ରଥମ ୩ ବଲରୁ ୩ ଛକା ମାରି ହ୍ୟାଟ୍ରିକ ପୂରଣ କରିଥିବା ବେଳେ ପରବର୍ତ୍ତୀ ବଲରୁ କୌଣସି ରନ ସଂଗୃହୀତ ହୋଇ ନ ଥିଲା। ଅନ୍ତିମ ଦୁଇ ବଲରେ ଗୋଟିଏ ଛକା ଓ ଦୁଇ ରନ୍‌ ହାସଲ କରିଥିଲେ ଯାଦବ। ହଂକଂ ପକ୍ଷରୁ ଆୟୁଷ ଶୁକ୍ଲା ଓ ମହମ୍ମଦ ଘଜନଫର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ବାବର ହାୟାତ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ କିଞ୍ଚିତ ଶାହ ୩୦ ରନ କରିଥିଲେ। ଶେଷ ଆଡକୁ ଜିଶାନ ଅଲି(୨୬) ଓ ସ୍କଟ ମ୍ୟାକେଞ୍ଜି(୧୬) ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଦଳ ୧୫୨ରେ ସୀମିତ ରହିଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା ଓ ଆଭେଶ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରା ଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୯୨/୨ (ସୂର୍ଯ୍ୟକୁମାର ଯାଦବ-୬୮*, ବିରାଟ କୋହଲି-୫୯*, ଲୋକେଶ ରାହୁଲ-୩୬, ମହମ୍ମଦ ଘଜନଫର-୧/୧୯, ଆୟୁଷ ଶୁକ୍ଲା-୧/୨୯)। ହଂକଂ ୨୦ ଓଭରରେ ୧୫୨/୫ (ବାବର ହାୟତ-୪୧, କିଞ୍ଚିତ ଶାହ-୩୦, ଜିଶାନ ଅଲି-୨୬*, ଅର୍ଶଦୀପ ସିଂ-୧/୪୪, ରବୀନ୍ଦ୍ର ଜାଡେଜା -୧/୧୫, ଭୁବନେଶ୍ୱର କୁମାର-୧/୧୫)।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri