Posted inଖେଳ

ଭାରତର ପାଳି ଘୋଷଣା

ଲଣ୍ଡନ,୧୬।୮: ଲଡର୍‌ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ କରି ପାଳି ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୨୭୧ରନ୍‌ ଆଗରେ ଅଛି ଟିମ୍‌ ଇଣ୍ଡିଆ।

ଦ୍ୱିତୀୟ ଇନିଂସରେ ଫେଲ୍‌ ମାରିଥିଲା ଭାରତୀୟ ଦଳର ଟପ୍‌ ଅର୍ଡର। ମାତ୍ର ୫୫ ରନ୍‌ ମଧ୍ୟରେ ପଡ଼ି ସାରିଥିଲା ରୋହିତ ଶର୍ମା (୨୧), ଲୋକେଶ ରାହୁଲ (୫) ଓ ଅଧିନାୟକ ବିରାଟ କୋହଲି (୨୦)ଙ୍କ ଉଇକେଟ। ସଙ୍କଟ ଜନକ ପରିସ୍ଥିତିରେ ସ୍ଥିତି ସମ୍ଭାଳିଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୬୧) ଓ ଚେତେଶ୍ୱର ପୂଜାରା (୪୫)। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୦ ରନ୍‌। କିନ୍ତୁ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିବାରୁ ଟିମ୍‌ ଇଣ୍ଡିଆ ପୁଣି ଥରେ ସଙ୍କଟରେ ପଡିଥିଲା। ଭାରତୀୟ ଦଳ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ୧୮୧ ରନ୍‌ କରିଥିଲା। ପଞ୍ଚମ ଦିନରେ ପନ୍ତ ୧୪ ଓ ଈଶାନ୍ତ ଶର୍ମା ୪ ରନ୍‌ କରି ପଡିଆକୁ ଓହ୍ଲାଇ ଥିଲେ। ହେଲେ ସକାଳୁ ସକାଳୁ ପନ୍ତ ୨୨ ଏବଂ ଈଶାନ୍ତ ୧୬ ରନ୍‌ କରି ଆଉଟ ହୋଇଯାଇଥିଲେ। ଏଭଳି ସ୍ଥିତିରେ ମହମ୍ମଦ ଶାମି ଏବଂ ଜଶପ୍ରୀତ ବୁମ୍‌ରା ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଶାମି ୫୬ ରନ୍‌ କରିଥିବା  ବେଳେ ବୁମ୍‌ରା ୩୪ ରନ୍‌ କରିଥିଲେ। ଫଳରେ ଭାରତ ୨୮୯ ରନ୍‌ କରି ପାଳି ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମିକାଙ୍କ ସହ ସର୍ବସାଧାରଣରେ ଝଗଡ଼ା: ଜରିମାନା ଗଣିବେ କ୍ଲାର୍କ !

ନୂଆଦିଲ୍ଲୀ, ୨୨।୧: ସର୍ବସାଧାରଣରେ ପ୍ରେମିକାଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ...

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ...

୪୩୬ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ ଧୋନୀ

ଆବୁଧାବି, ୧୯।୯: ଶନିବାରଠାରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

ଇଂଲଣ୍ଡରେ ଆସନ୍ତା ସପ୍ତାହରୁ ଦର୍ଶକଙ୍କୁ ଅନୁମତି

ଲଣ୍ଡନ, ୧୮ା୭ (ଏପି)-ଇଂଲଣ୍ଡରେ ଆସନ୍ତା ସପ୍ତାହରେ କେତୋଟି ସ୍ପୋଟର୍‌ସ ଇଭେଣ୍ଟରେ ଅଳ୍ପ କେତେଜଣ ଦର୍ଶକଙ୍କୁ ପରୀକ୍ଷାମୂଳକ ଭାବେ ଅନୁମତି ମିଳିବ। କରୋନା ଭାଇରସ୍‌ ପାଇଁ ଏଥିରେ...

୧-୧ରେ ସିରିଜ୍‌ ବରାବର

ଗାଲେ,୨୮ା୭: ଗାଲେରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍‌ ୧-୧ରେ ବରାବର କରିଛି ଶ୍ରୀଲଙ୍କା। ୫୦୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ...

ଦେଶ ଛାଡିବେ ଇଂଲଣ୍ଡ କ୍ରିକେଟର୍‌: ଏବେ ଭାରତୀୟ ଖେଳାଳିଙ୍କ ସହ ଆରମ୍ଭ କରିବେ କ୍ୟାରିୟର୍‌

ଲଣ୍ଡନ,୧।୯: ଇଂଲଣ୍ଡ ଅଲରାଉଣ୍ଡର ଲିଆମ ପ୍ଲଙ୍କେଟ ନିଜ ଦେଶ ଛାଡିଛନ୍ତି ଏବଂ ଏବେ ସେ ଭାରତୀୟ ଖେଳାଳିଙ୍କ ସହ ଏକ ନୂତନ ଦଳ ସହିତ ନିଜର...

ହାଇଦ୍ରାବାଦରୁ କୋଲାକୋଙ୍କୁ ଆଣିଲା ଏଟିକେ

ହାଇଦ୍ରାବାଦ, ୧୦ା୪(ପି.ଟି.)-ହାଇଦ୍ରାବାଦ ଏଫ୍‌ସିରୁ ରେକର୍ଡ ଟ୍ରାନ୍ସଫର ଫି’ ବିନିମୟରେ ଲିଷ୍ଟନ କୋଲାକୋଙ୍କ ସହ ଚୁକ୍ତି କରିଛି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ମୋହନବାଗାନ।...

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି...

Advertisement
Archives

Model This Week