ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ସରକାରରେ ରେଳ ମନ୍ତ୍ରୀ ଥିବା ଶେଖ ରଶିଦ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଉତ୍ସବକୁ ରଶିଦ୍‌ ସାମ୍ପ୍ରଦାୟିକା କହିବା ସହ ଭାରତ ଏବେ ରାମନଗର ହୋଇଯାଇଛି ବୋଲି କହିଛନ୍ତି। ଦେଶରେ ଆଉ ଧର୍ମନିରପେକ୍ଷତା ନାହିଁ। ବର୍ତ୍ତମାନ ଭାରତରେ ହିନ୍ଦୁବାଦୀ ଶକ୍ତିମାନେ ଧିରେ ଧିରେ ଶାସନ କରିବାରେ ଲାଗିଲେଣି ବୋଲି ସେ କହିଛନ୍ତି।

ମଙ୍ଗଳବାର ଏକ ବିବୃତି ରଖି ରଶିଦ ଭାରତରେ ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ, ଭାରତ ବର୍ତ୍ତମାନ ରାମନଗରରେ ପରିଣତ ହୋଇଛି। ସେଠାରେ ସାମ୍ପ୍ରଦାୟିକତା ବୃଦ୍ଧି ପାଉଛି ଏବଂ ଧର୍ମନିରପେକ୍ଷତା ସମାପ୍ତ ହେବାକୁ ଯାଉଛି। ସତ କହିବାକୁ ଗଲେ ଭାରତ ଆଉ ଧର୍ମନିରପେକ୍ଷ ନୁହେଁ। ସଂଖ୍ୟାଲଘୁମାନେ ସେଠାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତ ଏବେ ଶ୍ରୀରାମଙ୍କ ହିନ୍ଦୁତ୍ୱରେ ପଡ଼ିଛି ବୋଲି ସେ କହିଛନ୍ତି। ଏହାଛଡ଼ା କଶ୍ମୀର ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଯେଉଁଦିନ ମୋଦି ରାମମନ୍ଦିରକୁ ନେଇ ଭୂମିପୂଜା କରିବେ, ସେହିଦିନ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଯାଇଥିଲା। ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ-୩୭୦କୁ ହଟାଇଦିଆଯାଇଥିଲା। ଏହାସହ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଶେଷ ହୋଇଥିଲା। ହେଲେ ପାକିସ୍ତାନର ମୁସଲମାନ କଶ୍ମୀରବାସୀଙ୍କ ସହ ଛିଡ଼ା ହୋଇଛନ୍ତି। ସେମାନେ କାହା ସହ ରହିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବାକୁ ଭାରତ ତାଙ୍କୁ ସ୍ଥିର କରିବାକୁ ସୁଯୋଗ ଦେବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri