ତାଲିବାନକୁ କଡ଼ା ଚେତାବନୀ ଦେଲା ଭାରତ

ନ୍ୟୁୟର୍କ,୧୦।୬: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ପୁଣି ଥରେ ଉଦବେଗ ପ୍ରକାଶ କରିଛି ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଏହି ପ୍ରସଙ୍ଗ ଉଠାଇଛି। ୟୁଏନଏସସିରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ ତିରୁମୂର୍ତ୍ତିର କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ବି ସ୍ଥିତି ଗୁରୁତର ରହିଛି। ଆଫଗାନିସ୍ତାନର ପଡ଼ୋଶୀ ତଥା ଲୋକଙ୍କ ବନ୍ଧୁ ଭାବରେ ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ସିଧାସଳଖ ଚିନ୍ତାର ବିଷୟ। ଆଫଗାନିସ୍ତାନରେ ଭାରତ ଏପରି ଏକ ବ୍ୟବସ୍ଥା ଆହ୍ବାନ କରୁଛି ଯେଉଁଥିରେ ସମସ୍ତ ବିଭାଗ ପ୍ରତିନିଧିତ୍ୱ କରିପାରିବେ। ସେଠାରେ ଏକ ଅନ୍ତର୍ଜାତୀୟ ସ୍ବୀକାର୍ଯ୍ୟତା ଏବଂ ବୈଧତା ଥିବା ସରକାର ଗଠନ ହେଉ ବୋଲି ସେ କହିଛନ୍ତି।
କାବୁଲ ଆକ୍ରମଣ ସମ୍ପର୍କରେ ଟିଏସ ତିରୁମୁର୍ତ୍ତୀ କହିଛନ୍ତି ଯେ, ଗତ ମାସରେ ଏକ ନିନ୍ଦନୀୟ ଆକ୍ରମଣର ସାକ୍ଷୀ ରହିଥିଲା। ଆଫଗାନିସ୍ତାନ ପାଇଁ ଆତଙ୍କବାଦ ଏକ ଗୁରୁତର ବିପଦ ହୋଇ ରହିଛି। ତେଣୁ ତାଲିବାନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ ସମ୍ମାନିତ ଏବଂ ପାଳନ କରାଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା...

୧୦୦୦ଫୁଟ୍‌ ଉପରୁ ଖସି ଗୋବ୍ରାଇଟ୍‌ଙ୍କ ପରଲୋକ

ଓ୍ବାଶିଂଟନ, ୩୦।୧୧: ଉତ୍ତର ମେକ୍ସିକୋର ଏକ ୧୦୦୦ ଫୁଟ୍‌ ଉଚ୍ଚ ଶିଳା ଉପରୁ ଖସିପଡ଼ି ଆମେରିକାର ପ୍ରଖ୍ୟାତ ପର୍ବତାରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ଙ୍କ ପରଲୋକ ହୋଇଛି। ୩୧...

ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ...

ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧...

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ...

୧୧ ସହ ଗୁଣନର ସରଳ ଟ୍ରିକ୍‌

ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ...

ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଦେଖାଯାଇଥିବା ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର...

ଅବସର ବୟସ ସୀମା ବୃଦ୍ଧି କରିବ ଚାଇନା, ୨୦୩୫ ବେଳକୁ ଦେଶରେ ୪୦ କୋଟି ଲୋକେ ହେବ ୬୦ ବର୍ଷ ବୟସ୍କ…

ବେଜିଂ,୧୪।୩ : ଦେଶର ଦ୍ରୁତ ବୃଦ୍ଧାବୃଦ୍ଧ ଜନସଂଖ୍ୟାକୁ ମୁକାବିଲା କରିବା ପାଇଁ ଚାଇନା ଅବସର ବୟସକୁ ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ବୃଦ୍ଧି କରିବାକୁ ଯୋଜନା...

Advertisement
Archives

Model This Week