Posted inଜାତୀୟ

ସୀମାରେ କ୍ଷେପଣାସ୍ତ୍ର ମୁତୟନ କଲା ଭାରତ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌): ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିଛି। ପୂର୍ବ ଲଦାଖ ସୀମାରେ ୮ ସପ୍ତାହ ହେଲା ଉଭୟ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତ ପକ୍ଷରୁ ଚାଇନା ସୀମାରେ ଏହା ସର୍ବାଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ ବୋଲି କୁହାଯାଉଛି। ଏଲ୍‌ଏସିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ପୂର୍ବ ଲଦାଖ ଅଞ୍ଚଳରେ ଭାରତୀୟ ସେନା ଅଧିକ ୩ ଡିଭିଜନ ଯବାନ ମୁତୟନ କରିଥିବା ଏକ ସୂତ୍ରରୁ ଜଣାପଡିଛି। ଏଥିସହିତ ଟ୍ୟାଙ୍କ, କମାଣ ଏବଂ ଅତ୍ୟାଧୁନିକ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଆକାଶ କ୍ଷେପଣାସ୍ତ୍ର ସମେତ ଅନ୍ୟାନ୍ୟ ମିଶାଇଲ ଡିଫେନ୍ସ ସିଷ୍ଟମ ମହଜୁଦ୍‌ ରଖାଯାଇଛି। ଶତ୍ରୁପକ୍ଷରୁ ବିମାନ ଓ ଡ୍ରୋନ୍‌କୁ ଖସାଇବା ପାଇଁ ଏହା ସମର୍ଥ।
ସୂଚନାଯୋଗ୍ୟ ୪ ସପ୍ତାହ ପୂର୍ବରୁ ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଡିଭିଜନ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୁଦ୍ଧକୌଶଳର ଅଭ୍ୟାସ କରିଥିଲା ଏବଂ ୨ ସପ୍ତାହ ପୂର୍ବରୁ ସେମାନଙ୍କୁ ୧୮ ହଜାର ଫୁଟ ଉଚ୍ଚ ଡେପ୍‌ସାଙ୍ଗରେ ନିୟୋଜିତ କରାଯାଇଥିଲା। ଚାଇନା ସୀମାରେ ସୈନ୍ୟ ଉପସ୍ଥିତି ବଢ଼ାଇଥିବାରୁ ଏହାର ମୁକାବିଲା ପାଇଁ ଆଗୁଆ ଘାଟି ଅଞ୍ଚଳକୁ ରିଜର୍ଭ ଫୋର୍ସ ପଠାଯାଇଥିଲା। ସେହିପରି ଭାରତୀୟ ନୌସେନା ଓ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ ରହିଛନ୍ତି। ବାୟୁସେନା ପକ୍ଷରୁ ଲଦାଖରେ ଅନେକ ଏସ୍‌ଏଜିଡବ୍ଲ୍ୟୁ ସିଷ୍ଟମ ମୁତୟନ କରାଯାଇଛି। ଲଦାଖର ଚୁଶୁଲ-ମୋଲଡୋରେ କମାଣ୍ଡର ସ୍ତରୀୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହେବା ପରେ ଭାରତ ପକ୍ଷରୁ ସୀମାରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ ହୋଇଥିବା ଜଣାପଡିଛି।
ଲଦାଖର ଗଲଓ୍ବାନ ଉପତ୍ୟକା, ହଟ୍‌ ସ୍ପ୍ରିଙ୍ଗ୍‌ସ, ଡେପସାଙ୍ଗ ଏବଂ ପଙ୍ଗଓଙ୍ଗ ହ୍ରଦ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଛି। ଚାଇନା ଏହାର ସୈନ୍ୟଙ୍କୁ ଫିଙ୍ଗର ୪ ପର୍ଯ୍ୟନ୍ତ ପଠାଇଛି। ସେମାନେ ୧୨୦ରୁ ଊର୍ଦ୍ଧ୍ୱ ଗାଡ଼ି ଓ ଅନେକ ବୋଟ୍‌ ଆଣି ଆସିଛନ୍ତି। ଡେପସାଙ୍ଗ ବୁଲ୍‌ଗ ନିକଟରେ ଚାଇନା ସେନା ଏକ ନୂଆ ଫ୍ରଣ୍ଟ ଗଢ଼ିବା ସହ ସେଠାରେ କ୍ୟାମ୍ପ ପକାଇଛି। ଏହା ବ୍ୟତୀତ ଗଲଓ୍ବାନ୍‌ର ପାଟ୍ରୋଲ ପଏଣ୍ଟ ୧୪, କୋଙ୍ଗ୍‌କା ଲାର ପାଟ୍ରୋଲ ପଏଣ୍ଟ ୧୫, ହଟ୍‌ ସ୍ପ୍ରିଙ୍ଗ୍‌ସର ପାଟ୍ରୋଲ ପଏଣ୍ଟ ୧୭ରେ ଚାଇନା ବିପୁଳ ପରିମାଣରେ ସୈନ୍ୟ ଠୁଳ କରିଛି। ଏହାର ଜବାବରେ ଭାରତକୁ ଉକ୍ତ ଅଞ୍ଚଳରେ ସେନା ଉପସ୍ଥିତି ବଢ଼ାଇବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri