Posted inଜାତୀୟ

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ ଭାଜପା ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କ ରଖିବା ଅଭିଯୋଗ ଆଣିଥିଲା। ଏହାକୁ ଲୋକସଭାରେ ବିରୋଧୀ ଦଳ ଉପନେତା “ହାସ୍ୟାସ୍ପଦ ଏବଂ ମଜାଦାର” ବୋଲି କହି ଖାରଜ କରିଦେଇଥିଲେ। ଏବେ ଗୁରୁବାର ହିମନ୍ତ ଦାବି କରିଛନ୍ତି ଯେ ବ୍ରିଟିଶ ମହିଳାଙ୍କୁ ବିବାହ କରିବା ପରେ ଏମ୍‌ପି ଲୋକ ସଭାରେ ପ୍ରତିରକ୍ଷା ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗୋଗୋଇ ବଡ଼ ବୟାନ ଦେଇଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଗୁରୁବାର କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ଉପରେ ବୟାନ ଦେଇ କହିଛନ୍ତି ଯେ ସେ ଜଣେ ବ୍ରିଟିଶ ନାଗରିକଙ୍କୁ ବିବାହ କରିବା ପରେ ସଂସଦରେ ସମ୍ବେଦନଶୀଳ ପ୍ରତିରକ୍ଷା ମାମଲାରେ ପ୍ରଶ୍ନ ଉଠାଉଛନ୍ତି। ହେଲେ ଗୋଗୋଇ ଏହାକୁ ’ମିଥ୍ୟା ଅଭିଯୋଗ’ ବୋଲି କହିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କ ରଖିବାର ଅଭିଯୋଗ ଆଣିବା ପରେ ଶର୍ମା ଏହି ମନ୍ତବ୍ୟ ଦେଇଛନ୍ତି।
ସିଏମ ଶର୍ମା ’X’ ରେ ଏକ ପୋଷ୍ଟରେ, ଗୋଗୋଇଙ୍କ ନାମ ନ ନେଇ ଦାବି କରିଛନ୍ତି ଯେ, “୨୦୧୫ ମସିହାରେ, ଭାରତରେ ପାକିସ୍ତାନୀ ହାଇକମିଶନର ଅବଦୁଲ ବାସିତ ପ୍ରଥମ ଥର ପାଇଁ ଏମ୍‌ପି ସଦସ୍ୟ ଏବଂ ତାଙ୍କ ଷ୍ଟାର୍ଟଅପ୍‌ ’ପଲିସି ଫର୍‌ ୟୁଥ’କୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବା ପାଇଁ ନିମନ୍ତ୍ରଣ କରିଥିଲେ।” ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ’ବିଶେଷ କଥା ହେଉଛି ଯେ ଏମ୍‌ପି ସେତେବେଳେ ବୈଦେଶିକ ବ୍ୟାପାର ସଂସଦୀୟ କମିଟିର ସଦସ୍ୟ ନ ଥିଲେ, ତେଣୁ ଏହା ତାଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଉଛି।’ ଏପରିକି ଶର୍ମା ଦାବି କରିଛନ୍ତି ଯେ ’ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନୀ ହାଇକମିଶନରଙ୍କ ହସ୍ତକ୍ଷେପ, ବିଶେଷକରି ହୁରିୟତ କନଫରେନ୍ସ ସହିତ ଏହାର ଜଡିତତା ବିରୁଦ୍ଧରେ ଭାରତର ସରକାରୀ ପ୍ରତିବାଦ ସତ୍ତ୍ୱେ’ ଏହି ଗସ୍ତ ହୋଇଥିଲା।

ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଗୋଗୋଇ କହିଛନ୍ତି ଯେ ଯଦି ମୋ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ। ସେ କହିଛନ୍ତି ଯେ ଭାଜପା ପାଖରେ ଉଠାଇବା ପାଇଁ କୌଣସି ପ୍ରସଙ୍ଗ ନାହିଁ ଏବଂ ସେମାନେ ମିଥ୍ୟା ଅଭିଯୋଗ ଉପରେ ନିର୍ଭର କରୁଛନ୍ତି।
ଏହା ପୂର୍ବରୁ ବୁଧବାର ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଅଭିଯୋଗ କରିଥିଲେ ଯେ ଜାତୀୟ ସୁରକ୍ଷା ସହ ଜଡିତ କିଛି ଗମ୍ଭୀର ତଥ୍ୟ ସାମ୍ନାକୁ ଆସିଛି। ସେ ଦାବି କରିଥିଲେ, ’ଲୋକ ସଭାରେ ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ କଲବର୍ଣ୍ଣଙ୍କ ପାକିସ୍ତାନ ଯୋଜନା କମିଶନ ପରାମର୍ଶଦାତା ଅଲି ତୌକିର ଶେଖ୍‌ ଏବଂ ଆଇଏସ୍‌ଆଇ ସହିତ ସମ୍ପର୍କର ପର୍ଦ୍ଦାଫାଶ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri