Posted inଜାତୀୟ

୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍‌ ଚୁକ୍ତି…

ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍‌ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ ଭାରତ ଫ୍ରାନ୍ସ୍‌ ମଧ୍ୟରେ ଚୁକ୍ତି ହୋଇଛି। ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ିର ଯୁଦ୍ଧବିମାନ ସ୍କ୍ବାଡ୍ରନକୁ ସୁଦୃଢ଼ କରିବା ଲାଗି ଫ୍ରାନ୍ସ୍‌ର ଡାସଲ୍ଟ ଆଭିଏସନ ଦ୍ୱାରା ନିର୍ମିତ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବା ଲାଗି ସ୍ଥିର ହୋଇଛି।

ଏହା ସହିତ, ବାୟୁସେନାର ଅନ୍ୟ ଦୁଇଟି ସ୍କ୍ବାଡ୍ରନ ପାଇଁ ଯନ୍ତ୍ରାଶଂ ମଧ୍ୟ କିଣାଯିବ। ଏଥିପାଇଁ ଭାରତୀୟ ବାୟୁସେନା ଫ୍ରାନ୍ସ ବାୟୁସେନାଠାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଥିବା ମିରାଜ ବିମାନ କିଣିବା ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛି।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ବାୟୁସେନା କିଛି ଦିନ ପୂର୍ବରୁ ମିରାଜ ଜେଟର ଏକ ସ୍କ୍ବାଡ୍ରନକୁ ସେବାରୁ ବାହାର କରିଥିଲା। ଏସବୁ ବିମାନ କିଣିବା ପାଇଁ ୩୧ ଅଗଷ୍ଟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ, ଫ୍ରାନ୍ସ ବାୟୁସେନାରୁ ହଟାଇ ଦିଆଯାଇଥିବା ବିମାନଗୁଡ଼ିକୁ ଭାରତକୁ ଅଣାଯିବ। ଏହା ସହିତ ଭାରତୀୟ ବାୟୁସେନାରେ ଏସବୁ ମିରାଜ ଯୁଦ୍ଧ ବିମାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯିବ।

ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ୨୭ ନିୟୁତ ୟୁରୋ (୨୩୩.୬୭ କୋଟି ଟଙ୍କା)ର ଚୁକ୍ତିନାମା ସ୍ବାକ୍ଷର କରିଛି। ସେସବୁ ବିମାନ ମଧ୍ୟରୁ ଆଠଟି ଉଡ଼ିବା ଅବସ୍ଥାରେ ଅଛି। ଗୋଟିଏ ବିମାନର ମୂଲ୍ୟ ୧.୧୨୫ ନିୟୁତ ୟୁରୋ ( ୯.୭୩ କୋଟି ଟଙ୍କା) ରହିଛି।

ସୂଚନାଯୋଗ୍ୟ, ୮୦ଦଶକରେ ମିରାଜ-୨୦୦୦ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ସର୍ବଶ୍ରେଷ୍ଠ ଯୁଦ୍ଧ ବିମାନ। ମିରାଜ ନିର୍ମାଣ କରିଥିବା ଡାସଲ୍ଟ ଆଭିଏସନ ରାଫାଲ ଯୁଦ୍ଧ ବିମାନ ମଧ୍ୟ ତିଆରି କରୁଛି। ଭାରତୀୟ ବାୟୁସେନା ବ୍ୟତୀତ ଫ୍ରାନ୍ସ, ୟୁଏଇ ଏବଂ ଚାଇନା ସୈନ୍ୟ ବାହିନୀରେ ମିରାଜ ଯୁଦ୍ଧ ବିମାନ ମଧ୍ୟ ସାମିଲ ହୋଇଛି।

କାରଗିଲ ଯୁଦ୍ଧ ସମୟରେ ମିରାଜ ଏଲଓସି ଅତିକ୍ରମ ନ କରି ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri