ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…

କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ ଆମେରିକା ପର୍ଯ୍ୟଟକ ଡାନଆଲ୍‌ ଏବଂ ମହାରାଷ୍ଟ୍ରର ପଙ୍କଜ ପହଁରି ପଳାଇ ଆସିଥିବାବେଳେ ବିଭାଷ ନାଏକ ନାମକ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ବିଭାଷଙ୍କ ଘର କନ୍ଧମାଳରେ ବୋଲି ଜଣାପଡ଼ିଛି। ପୋଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣଙ୍କୁ ଖୁବ୍‌ଶୀଘ୍ର ଧରିବା ପାଇଁ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତ ୨୧ ବର୍ଷୀୟ ମଲେଶ ଏବଂ ଚେତନ ସାଇ। ସେମାନଙ୍କ ଘର ଗଙ୍ଗାବଦୀ ସହରର ସାଇନଗର ହୋଇଥିବାବେଳେ ଉଭୟ ରାଜମିସ୍ତ୍ରି ଭାବେ କାମ କରୁଥିଲେ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି।

ରାତ୍ରଭୋଜନ ପରେ ଇସ୍ରାଏଲୀ ମହିଳା ଓ ୩ ପୁରୁଷ ପର୍ଯ୍ୟଟକଙ୍କ ସହ ୨୯ ବର୍ଷୀୟ ହୋମ୍‌ଷ୍ଟେ ଅପରେଟର ସାନାପୁର ଲେକ୍‌ ନିକଟ ତୁଙ୍ଗଭଦ୍ରା କେନାଲ କୂଳରେ ବସି ଗିଟାର ବଜାଇ ସଙ୍ଗୀତ ଉପଭୋଗ କରୁଥିଲେ। ଏହି ସମୟରେ ୩ ଜଣ ମୋଟରସାଇକେଲରେ ଆସି ପେଟ୍ରୋଲ ପମ୍ପ୍‌ କେଉଁଠାରେ ଅଛି ବୋଲି ପଚାରିଥିଲେ। ପାଖରେ ପେଟ୍ରୋଲ ପମ୍ପ୍‌ ନାହିଁ ବୋଲି କହିବାରୁ ସେମାନେ ୧୦୦ ଟଙ୍କା ମାଗିଥିଲେ। ସେମାନେ ଅପରିଚିତ ହୋଇଥିବାରୁ ଟଙ୍କା ଦେବାକୁ ହୋମ୍‌ଷ୍ଟେ ଅପରେଟର ମନା କରିଦେଇଥିଲେ। ସେମାନେ ବାଧ୍ୟ କରିବାରୁ ଓଡ଼ିଆ ପର୍ଯ୍ୟଟକ ଜଣଙ୍କ ୨୦ ଟଙ୍କା ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ପାଟିତୁଣ୍ଡ କରିବା ସହ ପଥରରେ ସେମାନଙ୍କ ମୁଣ୍ଡ ଛେଚିଦେବେ ବୋଲି ଧମକ ଦେଇଥିଲେ। ଏହା ସତ୍ତ୍ୱେ ଟଙ୍କା ଦେବାକୁ ପର୍ଯ୍ୟଟକମାନେ ମନା କରିବାରୁ କନ୍ନଡ ଏବଂ ତେଲୁଗୁରେ କଥା ହେଉଥିବା ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ୨ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ପୁରୁଷ ପର୍ଯ୍ୟଟକଙ୍କୁ କେନାଲ ମଧ୍ୟକୁ ଠେଲିଦେଇଥିଲେ। ଅଭିଯୁକ୍ତଙ୍କ ମାଡ଼ରେ ହୋମ୍‌ଷ୍ଟେ ଅପରେଟର ଗୁରୁତର ଆହତ ହୋଇଛନ୍ତି। ସେମାନେ ପୁରୁଷ ପର୍ଯ୍ୟଟକମାନଙ୍କୁ କେନାଲକୁ ଠେଲିଦେବା ପରେ ହୋମ୍‌ଷ୍ଟେ ଅପରେଟରଙ୍କ ପୋଷାକ ଖୋଲି ମାଡ଼ ମାରିବା ସହ ବଳାତ୍କାର କରିଥିଲେ। ଏଥିସହିତ ତାଙ୍କ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଉକ୍ତ ବ୍ୟାଗ୍‌ରେ ୨ଟି ମୋବାଇଲ ଫୋନ୍‌ ଓ ନଗଦ ୯,୫୦୦ ଟଙ୍କା ଥିଲା। ଜଣେ ଅଭିଯୁକ୍ତ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କୁ ଘୋଷାରି ନେଇ ବଳାତ୍କାର କରିଥିଲେ।

୩ ପୁରୁଷ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଓଡ଼ିଆ ପର୍ଯ୍ୟଟକ ବିଭାଷ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ମିଳିଥିବା ପୋଲିସ କହିଛି। ଅଭିଯୋଗ ଆଧାରରେ ଗଙ୍ଗାବତୀ ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଜବରଦସ୍ତ ଟଙ୍କା ଆଦାୟ, ଡକାୟତି, ଗଭୀର ଆଘାତ ଦେବା, ଗଣବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ୨ ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri