Posted inଜାତୀୟ

ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କଲା ଭାରତ…

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୯।୫ : ଭାରତ ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛି। କେନ୍ଦ୍ରୀୟ ବହିର୍ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ବୁଧବାର ନ୍ୟୁୟର୍କରେ ’ଗ୍ଲୋବାଲ ଫୁଡ ସିକ୍ୟୁରିଟି-କଲ ଟୁ ଆକ୍ସନ’ ଉପରେ ଏକ ଉଚ୍ଚ ସ୍ତରୀୟ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପୃଥିବୀର ଖାଦ୍ୟ ନିରାପତ୍ତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନ୍ୟୁୟର୍କରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ବୈଠକରେ ସଭାପତିତ୍ୱ କରିଥିଲେ।

ବୈଠକରେ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ କହିଛନ୍ତି ଯେ କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବିକାଶଶୀଳ ଦେଶକୁ ପ୍ରଭାବିତ କରିବା ସହିତ ଶକ୍ତି କ୍ଷେତ୍ର ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ପୃଥିବୀର ସାମଗ୍ରୀ ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିଛି।

ମୁରଲୀଧରନ ତାଙ୍କ ଅଭିଭାଷଣରେ ଖାଦ୍ୟ ସଙ୍କଟ ଉପରେ ଏକ ବିଶ୍ୱସ୍ତରୀୟ ରିପୋର୍ଟ ସମ୍ପର୍କରେ କହିଛନ୍ତି ଯେ ୨୦୨୨ ରିପୋର୍ଟ ଅନୁଯାୟୀ ପୃଥିବୀର ୧୩୯ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ସୁରକ୍ଷା ନାହିଁ। ସେ କହିଛନ୍ତି ଯେ ଏହି ପରିସ୍ଥିତି ଏକ ଗୁରୁତର ପ୍ରସଙ୍ଗ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଅଧିକ ପ୍ରଭାବିତ ଲୋକଙ୍କ ଦୁଃଖକୁ ହ୍ରାସ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ଖାଦ୍ୟ, ଶକ୍ତି ଏବଂ ଅର୍ଥ ଉପରେ ଏକ ଗ୍ଲୋବାଲ କ୍ରାଇସିସ ରେସପନ୍ସ ଗ୍ରୁପ ଗଠନ ପାଇଁ ଆମେ ଜାତିସଂଘ ସେକ୍ରେଟେରୀ ଜେନେରାଲଙ୍କ ପଦକ୍ଷେପ ଉପରେ ଧ୍ୟାନ ଦେଇଛୁ ବୋଲି ସେ କହିଛନ୍ତି।

ମୁରଲୀଧରନ କହିଛନ୍ତି ଯେ କେତେକ ଦେଶର ଲୋକମାନେ ଖାଦ୍ୟ ଶସ୍ୟର ମୂଲ୍ୟକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ଗହମ ମୂଲ୍ୟରେ ହଠାତ୍‌ ବୃଦ୍ଧି ଖାଦ୍ୟ ସୁରକ୍ଷା ତଥା ପଡୋଶୀ ଦେଶ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଦେଶକୁ ବିପଦରେ ପକାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ମୁରଲୀଧରନ କହିଛନ୍ତି ଯେ ବିଶ୍ୱର ଖାଦ୍ୟ ନିରାପତ୍ତା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଏଥି ସହିତ ବିଶ୍ୱର ଖାଦ୍ୟ ନିରାପତ୍ତାକୁ ଆଗକୁ ନେବାରେ ଭାରତ ଉଚିତ ଭୂମିକା ଗ୍ରହଣ କରିବ ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri