Posted inଖେଳ

ଜାଡେଜାଙ୍କ ଯାଦୁ: ୫୭୪ରେ ପାଳି ଘୋଷଣା କଲା ଭାରତ

ମୋହାଲି,୫।୩: ତିନି ମାସ ପରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ୨୨୮ ବଲ୍‌ରେ ରେକର୍ଡ ୧୭୫ ରନ କରିଛନ୍ତି । ଶେଷରେ ଟିମ ଇଣ୍ଡିଆ ତା’ର ପ୍ରଥମ ଇନିଂସରେ ବିଶାଳ ୫୭୪ ରନ କରିବା ପରେ ପାଳି ଘୋଷଣା କରିଛି । ପାଳି ଘୋଷଣା ବେଳେ ଜାଡେଜା ଅପରାଜିତ ୧୭୫ ଓ ମହମ୍ମଦ ଶାମି ୨୦ ରନ କରି କ୍ରିଜରେ ରହିଥିଲେ । ଏବେ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍‌ର ବ୍ୟାଟିଂ ଆରମ୍ଭ କରିବ।

ମ୍ୟାଚ୍‌ର ଦ୍ୱିତୀୟ ଦିନ ଶନିବାର ଦୁଇ ସେସନରେ ବ୍ୟାଟିଂ କରି ଭାରତ କେବଳ ୨ଟି ଉଇକେଟ ହିଁ ହରାଇଛି । ରବିଚନ୍ଦ୍ରନ ଅଶ୍ୱିନୀ( ୬୧) ଓ ଜୟନ୍ତ ଯାଦବ(୨) ରନ କରି ପ୍ୟାଭିଲିୟନର ଫେରିବା ପରେ ଆସିଥିଲେ ଜାଡେଜା । ସେ ଶତକ ମାରିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହି ଶତକ ସହ ସେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ ମଧ୍ୟ ହାସଲ କରିଛନ୍ତି । ଅପରାଜିତ ୧୭୫ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

କହିରଖୁଛୁ, ଶୁକ୍ରବାର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଋଷଭ ପନ୍ତଙ୍କ ୯୬ ରନ ବଳରେ ୬ ଉଇକେଟ ହରାଇ ୩୫୭ ରନ କରିଥିଲା । ଶନିବାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଜାଡେଜା(୪୫) ଓ ଅଶ୍ୱିନୀ(୧୦) ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ନାକେଦମ କରିଥିଲେ । ସେ ୮୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ।  ଏଥିସହ ୯୬.୬ ଓଭରରେ ଦଳୀୟ ସ୍କୋରକୁ ୪୦୦ରେ ପହଞ୍ଚାଇଥିଲେ । ଅଶ୍ୱିନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ । ଉଭୟ ୧୩୮ ବଲରେ ୭ମ ଉଇକେଟ ପାଇଁ ୧୦୦ ଯୋଡ଼ି ସ୍ଥିତି ମଜବୁତ କରିଥିଲେ ।୧୬୦ ବଲରେ ଶତକ ଅର୍ଜନ କରିଥିବା ଜାଡେଜା ଏଠାରେ ଅଟକି ନ ଥିଲେ । ଲଞ୍ଚ ପରେ ସେ ଆହୁରି ଆକ୍ରମଣାତ୍ମକ ବ୍ୟାଟିଂ କରି ୧୫୦ ରନ ପୂରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୯୬, ରବି ଅଶ୍ୱିନ ୬୧, ହନୁମା ବିହାରୀ ୫୮, ବିରାଟ କୋହଲି ୪୫, ମୟଙ୍କ ଅଗ୍ରୱାଲ ୩୩, ରୋହିତ ଶର୍ମା ୩୯ ଓ ଶ୍ରେୟସ ଆୟର ୨୭ ରନ୍‌ର ଇନିଂସ ଖେଳିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?