‘ଅଲିମ୍ପିକ୍ସ ହକିରେ ଭାରତ ସ୍ବର୍ଣ୍ଣ ଜିତିପାରିବ’

ନୂଆଦିଲ୍ଲୀ, ୯ା୧୦ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ଦୃଢ଼ ମନୋବଳ ଓ ପ୍ରତିଭା ରହିଛି। ତେଣୁ ଆଗାମୀ ଅଲିମ୍ପିକ୍ସ ହକିରେ ଦଳ ସ୍ବର୍ଣ୍ଣ ଜିତିପାରିବା ନେଇ ତାଙ୍କର ବିଶ୍ୱାସ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ହାଙ୍ଗ୍‌ଝୋ ଏସିଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ପରେ ଏକ ସାକ୍ଷାତ୍‌କାର ଅବସରରେ ନବୀନ ଏକଥା କହିଛନ୍ତି। ସେ କହିଛନ୍ତି, ହକି ହେଉଛି ଆମର ଡିଏନ୍‌ଏ। ଇତିମଧ୍ୟରେ ଅନ୍ୟ କେତେକ ଖେଳ ଦୃଷ୍ଟି ଆକର୍ଷଣ କରିପାରିଛି, ହେଲେ ବର୍ତ୍ତମାନ ହକିର ପ୍ରଶଂସା କରିବା ସମୟ ଆସି ଉପନୀତ ହୋଇଛି। ଓଡ଼ିଶା ସରକାର ଭାରତର ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଅଛନ୍ତି। ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛି।

ନବୀନ ପଟ୍ଟନାୟକଙ୍କର ହକି ଖେଳ ପ୍ରତି କାହିଁକି ଏତେ ଆବେଗ ରହିଛି ତାହା କାହାରିକୁ ଆଉ ଅଛପା ନାହିଁ। ସେ ଡୁନ୍‌ ସ୍କୁଲରେ ପାଠପଢୁଥିବା ବେଳେ ହକି ଖେଳୁଥିଲେ। ଭାରତୀୟ ଦଳ ଯେତେବେଳେ ଓଡ଼ିଶାରେ ଖେଳିଥାଏ ଗ୍ୟାଲେରିରେ ଏବଂ ବିଦେଶରେ ଖେଳୁଥିବା ବେଳେ ଟିଭି ସାମ୍ନାରେ ବସି ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥାଏ। ୨୦୧୮ରେ ଯେତେବେଳେ ସାହାରା ସମସ୍ତ ଦଳ ଉପରୁ ଏହାର ସ୍ପନସରଶିପ୍‌ ପ୍ରତ୍ୟାହାର କରିନେଲା ସେତେବେଳେ ତାଙ୍କ ସରକାର ଭାରତୀୟ ହକି ଦଳକୁ ସହାୟତାର ହାତ ବଢ଼ାଇଥିଲା। ଆସନ୍ତାବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଏହି ସଫଳତା ଦୋହରାଇବା ନେଇ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ବୋଲି ନବୀନ କହିଛନ୍ତି। ଏହି ସ୍ବପ୍ନ ସାକାରା କରାଇବା ଲାଗି ହକି ଇଣ୍ଡିଆକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଟୁର୍ନାମେଣ୍ଟଗୁଡ଼ିକରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭଲ ପ୍ରଦର୍ଶନ କରିଆସିଛନ୍ତି।

ସେମାନଙ୍କୁ ସମର୍ଥନ କରିବାକୁ ଯାଇ ଫେବୃୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆମେ ପ୍ରୋ-ଲିଗ୍‌ ମ୍ୟାଚଗୁଡ଼ିକ ଆୟୋଜନ କରିଛୁ। ଅଲିମ୍ପିକ୍ସ ପୂର୍ବରୁ ଏହା ସେମାନଙ୍କୁ ଅଭ୍ୟାସରେ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତ ଶେଷ ଥର ପାଇଁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ୧୯୮୦ରେ ଜିତିଥିଲା। ହକି ଖେଳ ପ୍ରତି ସେ କାହିଁକି ଆକୃଷ୍ଟ ହେଲେ ତାହା ମନେ ପକାଇବାକୁ ଯାଇ ସେ କହିଥିଲେ, ସ୍ବାଧୀନତା ଆନ୍ଦୋଳନ ସମୟରେ ରାଷ୍ଟ୍ର ଗଠନରେ ହକିର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ତାହା ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କଠାରୁ ଜାଣିବାକୁ ପାଇଥିଲେ। ପରେ ଏହି ଖେଳ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା।

ସ୍କୁଲରେ ଜଣେ ଗୋଲକିପର ଭାବେ ସେ ଖେଳିବା ଆରମ୍ଭ କରିଥିଲେ। ହକି ଆମର ଜାତୀୟ କ୍ରୀଡ଼ା ବୋଲି ଅଧିକାଂଶ ଭାରତୀୟ ବିଶ୍ୱାସ କରନ୍ତି। ତେଣୁ ଏହି ଖେଳ ପ୍ରତି ଆମର ଭାବାବେଗ ରହିବା ସ୍ବାଭାବିକ। ହକି ସମସ୍ତ ପ୍ରକାର ସହାୟତା ପାଇବା ପାଇଁ ହକ୍‌ଦାର। ଭାରତ ଯେତେବେଳେ ଅଲିମ୍ପିକ୍ସରେ ଖେଳିବ ସମଗ୍ର ଦେଶର ଜନତାଙ୍କୁ ଏକାଠି ବାନ୍ଧି ରଖିବ।

ଓଡ଼ିଶାର ସୁନ୍ଦରଗଡ଼ରେ ହକି କେବଳ ଏକ ଖେଳ ହୋଇ ରହି ନାହିଁ, ଏହା ସେଠିକାର ଏକ ଜୀବନଶୈଳୀ। ଓଡ଼ିଶାବାସୀଙ୍କର ଏହି ଖେଳ ପ୍ରତି ଖୁବ୍‌ ଆବେଗ ରହିଛି। ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ଦଳ (ସିନିୟର ଓ ଜୁନିୟର)ର ପ୍ରଥମ ୫ବର୍ଷ ପ୍ରାୟୋଜକ ହେବାପରେ ଏହାର ମିଆଦକୁ ଆଉ ୧୦ ବର୍ଷ (୨୦୨୩ରୁ ୨୦୩୩) ବୃଦ୍ଧି କରିଛନ୍ତି। ଓଡ଼ିଶାରେ ହକି ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଦର୍ଶକ ଭରପୂର ଥାନ୍ତି। ଏପରି କି ରାଉରକେଲାରେ ସ୍ଥାନୀୟ ଟୁର୍ନାମେଣ୍ଟ ବେଳେ ମ୍ୟାଚ ଦେଖିବା ଲାଗି ଓ ସେମାନଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥାନ୍ତି।

ଓଡ଼ିଶା ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଓ୍ବିଲିୟମ ଖାଲ୍‌କୋ, ନମିତା ଟପ୍ପୋ, ଦୀପଗ୍ରେସ୍‌ ଏକ୍କା ଓ ଅମିତ ରୋହିଦାସଙ୍କ ଭଳି ଖେଳାଳି ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଓଡ଼ିଶା ୨୦୧୮ ଓ ୨୦୨୩ରେ ପୁରୁଷ ବିଶ୍ୱକପ୍‌, ୨୦୧୪ରେ ଚାମ୍ପିିୟନ୍ସ ଟ୍ରଫି, ୨୦୧୮-୧୯ରେ ପୁରୁଷ ଏଫ୍‌ଆଇଏଚ୍‌ ସିରିଜ, ୨୦୧୯ରେ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଏବଂ ପୁରୁଷ ପ୍ରୋ ଲିଗ୍‌ ୨୦୨୧ ସଫଳତାର ସହ ଆୟୋଜନ କରିସାରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ହକି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ତୃଣମୂଳ ସ୍ତରରେ ଆଷ୍ଟ୍ରୋ ଟର୍ଫ ସହ ୨୨ ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ହକି ଖେଳର ପ୍ରସାର ପାଇଁ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବାର ଅଛି। ଭୁବନେଶ୍ୱର ଓ ରାଉରକେଲା ଇତିମଧ୍ୟରେ ହକି ହବ୍‌ରେ ପରିଣତ ହୋଇଛି। ସ୍ପୋଟର୍‌ସ ସାଇନ୍ସ ସୁବିଧା ସହ ଭୁବନେଶ୍ୱରରେ ଆମର ଏକ ହାଇ ପରଫର୍ମାନ୍ସ ସେଣ୍ଟର ରହିଛି। ଆମେ ଖୁବ୍‌ ଶୀଘ୍ର ଏକ ରାଜ୍ୟ ସ୍ତରୀୟ ହକି ଲିଗ୍‌ର ଆୟୋଜନ କରିବାକୁ ଯାଉଛୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri