ପାକ୍‌ ଦେଇ ଆଫଗାନିସ୍ତାନକୁ ଗହମ ଯୋଗାଇ ପାରିବ ଭାରତ

ଇସଲାମାବାଦ,୧୩ା୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ସେ ଆଫଗାନିସ୍ତାନର ଆବେଦନ ଉପରେ ବିଚାର କରିବାକୁ ପ୍ରସ୍ତୁତ। ଯେଉଁଥିରେ ପାକିସ୍ତାନ ଦେଇ ଭାରତୀୟ ଗହମ ଆମଦାନୀ କରିବାକୁ ଅନୁମତି ମାଗିଛି ଆଫଗାନିସ୍ତାନ। ଏହା ସହିତ ସେ ଅନ୍ତର୍ଜାତୀୟ ସମୁଦାୟକୁ ମାନବିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସାମୂହିକ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟାକିଙ୍କ ଗସ୍ତ ସମୟରେ ଏହି କଥା ଆସିଛି। ମୁଟାକି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ପାକିସ୍ତାନ ଆସିଥିଲେ। ତାଙ୍କ ସହ ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଇମ୍ରାନ କହିଛନ୍ତି, ଆମେ ଆମର ଆଫଗାନିସ୍ତାନ ଭାଇମାନଙ୍କ ଅନୁରୋଧକୁ ବିଚାର କରିବୁ, ଯେଉଁଥିରେ ସେମାନେ ଭାରତୀୟ ଗହମକୁ ପାକିସ୍ତାନ ଦେଇ ଯିବାକୁ ଅନୁମତି ମାଗିଛନ୍ତି। ସେ କହିଛନ୍ତି, ମାନବିକତା ଦୃଷ୍ଟିରୁ ସ୍ବତନ୍ତ୍ର ପରିସ୍ଥିତିରେ ପାକିସ୍ତାନ ଏହି ଅନୁରୋଧକୁ ବିଚାର କରିବାକୁ ପ୍ରସ୍ତୁତ।

ଆଫଗାନିସ୍ତାନର ମାନବିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଆଫଗାନିସ୍ତାନକୁ ସାହାଯ୍ୟ କରୁଛି। ଗତ ଦଶନ୍ଧି ମଧ୍ୟରେ ଏଥିରେ ଏକ ମିଲିୟନ ଟନ୍‌ ଗହମର ସହାୟତା ମଧ୍ୟ ଅନ୍ତର୍ଭୁକ୍ତ। ଗତ ବର୍ଷ ମଧ୍ୟ ଆଫଗାନିସ୍ତାନକୁ ଭାରତ ୭୫୦୦୦ ଟନ୍‌ ଗହମ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ...

ସରସ୍ବତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘ ମୁଖ୍ୟଙ୍କ ଚେତାବନୀ…

ଜେନେଭା,୨୩।୩ : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି । ଏହାର ସୁଦୂରପ୍ରସାରୀ ପାର୍ଶ୍ୱ...

ବରଫ ପଡ଼ିଥିବା କାର୍‌ରୁ ମିଳିଛି ଅନେକ ମୃତଦେହ

ଓ୍ବାଶିଂଟନ,୨୮ା୧୨: ଆମେରିକାରେ ତୁଷାର ଝଡ଼ ମଧ୍ୟରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍‌ ପ୍ରମାଣିତ ହୁଏ, ତେବେ ଆଗାମୀ ଦିନରେ...

ନ୍ୟାୟପାଳିକାରେ ବିବାଦୀୟ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ବି ନେତନ୍ୟାହୁଙ୍କୁ କଲେ ବିରୋଧ

ଜେରୁଜେଲମ,୨୭ ।୩: ଇସ୍ରାଏଲରେ ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନକୁ ନେଇ ନେତନ୍ୟାହୁ ସରକାରଙ୍କ ଯୋଜନା ଉପରେ ବିବାଦ ବଢିବାରେ ଲାଗିଛି । ନିକଟରେ ଏହି ଯୋଜନା ବିରୋଧରେ...

‘ମୋ ବିରୋଧରେ ପ୍ରମାଣ ମିଳିଲେ ଛାଡିଦେବି ପ୍ରଧାନମନ୍ତ୍ରୀ ପଦ, ଇମ୍ରାନଙ୍କ ଅଭିଯୋଗର ହେଉ ଯାଞ୍ଚ’: ଶହବାଜ ଶରିଫ

ଇସଲାମାବାଦ,୬ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି, ଇମ୍ରାନ ଅରାଜକତା ବିସ୍ତାର କରିବା ପାଇଁ...

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଜେଲେନସ୍କି ଆଗରେ…

ଓସଲୋ,୨।୨ : ନୋବେଲ ଶାନ୍ତି ପୁରସ୍କାର ପାଇଁ ନାଟୋ ସେକ୍ରେଟେରୀ ଜେନେରାଲ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନାମ ଆଗରେ ରହିଛି। ନୋବେଲ ନିୟମ...

‘ମୋତେ ଲୁହ ପୋଛିବାକୁ ପଡ଼ିବ’

କାବୁଲ୍‌,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ...

ମଙ୍ଗଳବାର ସୂର୍ଯ୍ୟ ପରାଗ: ଭାରତକୁ ହେବନି ଦୃଶ୍ୟମାନ

ଓ୍ବାଶିଂଟନ,୧।୭: ମଙ୍ଗଳବାର ଦକ୍ଷିଣ ପାସିଫିକ୍‌ ଏବଂ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ସୂର୍ଯ୍ୟ ପରାଗ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବନି। ଭାରତୀୟ ସମୟ...

Advertisement
Archives

Model This Week