Posted inଖେଳ

ଭାରତ ବୋଲିଂ ବନାମ ପାକିସ୍ତାନ ବ୍ୟାଟିଂ

ଗୌତମ ଗମ୍ଭୀର: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବା ସ୍ବାଭାବିକ। ଚଳିତ ବିଶ୍ୱକପ୍‌ରେ ଅହମଦାବାଦରେ ଦୁଇ ଦଳ ମୁହଁାମୁହିଁ ହେବେ। ଏହାକୁ କେହି ମିସ୍‌ କରିବାକୁ ଚାହିଁବେ ନାହିଁ। ଏହି ମ୍ୟାଚ ଯେଉଁ ଦଳ ଜିତିବ ନଭେମ୍ବର ୧୯ ଫାଇନାଲକୁ ଆଉ ଏକ ପାଦ ଅଗ୍ରସର ହେବ। ଭୌଗୋଳିକ ଅବସ୍ଥିତି ଓ ରାଜନୈତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ହାଇ-ପ୍ରୋଫାଇଲ ରହିଆସିଛି। ଖେଳାଳିଙ୍କ କ୍ରୀଡ଼ା ନୈପୁଣ୍ୟ ଅପେକ୍ଷା ଦୁଇ ଦେଶର ଇତିହାସ ପ୍ରତିଯୋଗିତା ପାଇଁ ଏକ ମଜଭୁତ ପୃଷ୍ଠଭୂମି ସୃଷ୍ଟି କରିଥାଏ। ମୁଁ କିନ୍ତୁ ଏସବୁ ପସନ୍ଦ କରେ ନାହିଁ। ଏହା ଏକ ଯୁଦ୍ଧ ନୁହେଁ। ଯଦି ଭାରତ ହାରିଯାଏ ତେବେ କାହାରି ମୃତ୍ୟୁ ଘଟେ ନାହିଁ। ଦୁଇ ଦଳ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଭାରତ ଏହି ମ୍ୟାଚ ଜିତିବା କଥା। ଯଦି ଅବା ହାରିଯାଏ ତେବେ କିଛି ଅସିଦ୍ଧ ହୋଇଯିବ ନାହିଁ। ପାକିସ୍ତାନ କ୍ଷେତ୍ରରେ ମଧ୍ୟ ସେୟା। ୨୦୦୫-୦୬ର ଜଣେ ପାକିସ୍ତାନ ଖେଳାଳି ଥରେ ମୋତେ କହିଥିଲେ, ସେ ଜଣେ ଝିଅ ସହ ଡେଟିଂରେ ଥିଲେ। କିନ୍ତୁ ଝିଅର ପରିବାର ଦୁହିଁଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଭାରତ ବିପକ୍ଷ ଏକ ସିରିଜରେ ଭଲ ପ୍ରଦର୍ଶନ କରିବାରୁ ସେମାନେ ମତ ପରିବର୍ତ୍ତନ କରିଥିଲେ। ଫଳତଃ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିଥିଲେ। ପାକିସ୍ତାନ ଏପରି ଏକ ଦଳ ଏହାକୁ ନେଇ ପୂର୍ବାନୁମାନ କରିହେବ ନାହିଁ। ଏହାର ରଣନୀତି ଅଣପାରମ୍ପରିକ। ସେଥିପାଇଁ ସେମାନଙ୍କ ମ୍ୟାଚରେ ରୋମାଞ୍ଚ ଆଶା କରାଯାଇଥାଏ। ଭାରତ ତୁଳନାତ୍ମକ ଭାବେ ବ୍ୟବସ୍ଥିତଭିତ୍ତିକ ଦଳ। ଏହି ଦଳରେ ଶୁବମନ ଗିଲ୍‌, ଇଶାନ କିଶନ, କୁଲ୍‌ଦୀପ ଯାଦବଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ପାକିସ୍ତାନ ତୁଳନାରେ ଆମ ଦଳ ଅଧିକ ସନ୍ତୁଳିତ । ସେମାନଙ୍କ ସ୍ପିନ୍‌ ବିଭାଗ କିନ୍ତୁ ଶକ୍ତିଶାଳୀ ମନେହୁଏ। ପାକିସ୍ତାନରେ ଏକଦା ଅବଦୁଲ କାଦିର ଓ ସାକ୍‌ଲେନ ମୁସ୍ତାକଙ୍କ ଭଳି ପ୍ରତିଭାସମ୍ପନ୍ନ ସ୍ପିନର ଥିଲେ। ସେଭଳି ଖେଳାଳି ଆଉ ଦେଖିବାକୁ ମିଳୁନାହାନ୍ତି। ସମ୍ଭବତଃ ସ୍ପିନ ଶିକ୍ଷାର ଅଭାବ ରହିଛି। ସଦାବ ଖାନ୍‌, ମହମ୍ମଦ ନଓ୍ବାଜ ଓ ଇଫ୍‌ତିକର ଅହମଦଙ୍କୁ ନେଇ ସ୍ପିନ୍‌ ବିଭାଗ ଭାରତ ଭଳି ଦଳକୁ ଆଉଟ କରିଦେବ ଏକଥା ମନେକରିବା ବୋକାମି ହେବ। ସେ ତୁଳନାରେ ଆମର ଅଶ୍ୱିନ, ଜାଡେଜା ଓ କୁଲଦୀପ ଜଣେ ଜଣେ ମ୍ୟାଚ ବିଜୟୀ ଖେଳାଳି। ଏପରିକି ଭାରତର ପେସ ବାହିନୀରେ କେତେଜଣ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ପାକିସ୍ତାନ କେବଳ ଶାହିନ ଶାହା ଆଫ୍ରିଦିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ। ପରିଶେଷରେ ଅହମଦାବାଦରେ ୧,୩୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ବୋଲିଂ ଏବଂ ପାକିସ୍ତାନର ବ୍ୟାଟରମାନେ କିପରି ଦୃଢମାନସିକାତର ସହ ତାହାର ମୁକାବିଲା କରୁଛନ୍ତି, ତାହା ଲକ୍ଷ୍ୟ କରିବାର କଥା।
(ଗେମ୍‌ପ୍ଳାନ୍‌/ଦୀନେଶ
ଚୋପ୍ରା ମିଡିଆ)


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ ଗିରଫ

ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି।...

ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri