Posted inଖେଳ

ସେମିଫାଇନାଲରେ ଭାରତ

ଭୁବନେଶ୍ୱର,୧।୧୨: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଡିଫେଣ୍ଡିଂ ଚାମ୍ପିୟନ ବୁଧବାର ସନ୍ଧ୍ୟାରେ ଆୟୋଜିତ କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଦେଇଛି। ମ୍ୟାଚ୍‌ରେ ଭାରତ ପାଇଁ ଏକମାତ୍ର ଗୋଲ ସ୍କୋର କରିଥିଲେ ସର୍ଦ୍ଦାନନ୍ଦ ତିୱାରୀ (୨୧ତମ ମିନିଟ୍‌)। ଏହି ବିଜୟ ସହ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଇତିହାସରେ ବେଲଜିୟମ ବିପକ୍ଷରେ ଭାରତ ତା’ର ଅପରାଜେୟ ଧାରା ଜାରି ରଖିଛି। ଇଭେଣ୍ଟ ଇତିହାସରେ ବେଲଜିୟମ ବିପକ୍ଷରେ ଏହା ଭାରତର କ୍ରମାଗତ ୫ମ ବିଜୟ। ଏଥିପୂର୍ବରୁ ଦୁଇ ଦଳ ଗତ ସଂସ୍କରଣର ଫାଇନାଲରେ ପରସ୍ପରକୁ ଭେଟିଥିଲେ। ସେଥର ବେଲଜିୟମକୁ ୨-୧ ହରାଇ ବିଶ୍ୱକପ୍‌ ହାତେଇଥିଲା ଭାରତ। ଡିସେମ୍ବର ୩ରେ ଭାରତ ସେମିଫାଇନାଲରେ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ଜର୍ମାନୀକୁ ଭେଟିବ। ଅନ୍ୟ ସେମିଫାଇନାଲରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌...

ସଚିନଙ୍କ ନାମରେ ରହିଛି ଅଜଣା ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ,୨୨।୭- ଆଇସିସି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ଠାରୁ ଆରମ୍ଭ କରି ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହାଛଡ଼ା...

ଦୁବାଇ ହୋମ୍‌ ମାରାଥନରେ ଭାଗ ନେଲେ ୭୪୯ ଧାବକ

ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍‌ ହୋମ୍‌’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ...

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି ।...

ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌

ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...

କ୍ରିକେଟରୁ ବିଦାୟ ନେଲେ ମୋରିସ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ ମୋରିସ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ...

ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଚହର

କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍‌ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି...

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ...

Advertisement
Archives

Model This Week