Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି ଭାରତୀୟ ବ୍ୟାଟର

ପୁଣେ,୩ା୬: ଭାରତୀୟ ବ୍ୟାଟର କେଦାର ଯାଦବ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ପକ୍ଷରୁ ସେ ଶେଷଥର ପାଇଁ ୪ ବର୍ଷ ତଳେ ଖେଳିଥିଲେ। ୩୯ବର୍ଷୀୟ ଏହି କ୍ରିକେଟର ୨୦୧୪ ନଭେମ୍ବରରେ ରାଞ୍ଚିଠାରେ ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆରେ ଭାରତ ତରଫରୁ ଖେଳି ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ସେ ୭୩ ଦିନିକିଆ ଓ ୯ଟି ଅନ୍ତର୍ଜାତୀୟ ଟି୨୦ ଖେଳିଛି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ସେ ଜଣେ ଘନିିଷ୍ଠ ଭାବେ ଜଣାଶୁଣା।, ଯାଦବ ବର୍ତ୍ତମାନ ପୁଣେରେ ଚାଲିଥିବା ମହାରାଷ୍ଟ୍ର ପ୍ରିମିୟର ଲିଗ୍‌ରେ କୋହ୍ଲାପୁର ଟସ୍କର ଦଳର ଅଧିନାୟକତ୍ୱ କରୁଛନ୍ତି। ସେ ଅବସର ଘୋଷଣା କରିବା ପରେ ଏହି ଟୁର୍ନାମେଣ୍ଟରେ ତାଙ୍କ ଖେଳ ଜାରି ରହିବ କି ନା ତାହା ସ୍ପଷ୍ଟ ହୋଇନାହିଁ।

ଯାଦବ ଭାରତର ପକ୍ଷରୁ ୭୩ ଅନ୍ତର୍ଜାତୀୟ ଦିନିକିଆ ଖେଳି ଦୁଇ ଶତକ ଓ ୬ ଅର୍ଦ୍ଧଶତକ ସହ ୪୨.୦୯ ଆଭରେଜ ସହ ୧,୩୮୯ ସ୍କୋର କରିଛନ୍ତି। ସେ ଆହୁରି ମଧ୍ୟ ୯ ଅନ୍ତର୍ଜାତୀୟ ଟି୨୦ ଖେଳି ୬ଟି ଇନିଂସରେ ୧୨୨ ରନ କରିଛନ୍ତି। ଯାବଦ ତାଙ୍କର ସବୁଠାରୁ ଉଲ୍ଲେଖନୀୟ ଇନିଂସ ୨୦୧୭ ଜାନୁଆରୀରେ ପୁଣେଠାରେ ଇଂଲଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ଦିନିକିଆରେ ଖେଳିଥିଲେ। ଏହି ହାଇ ସ୍କୋରିଂ ମ୍ୟାଚରେ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରିଥିଲେ। ସେ ୭୬ ବଲ୍‌ରେ ୧୨ଚୌକା ଓ ୪ ଛକା ସହ ୧୨୦ ରନ ସଂଗ୍ରହ କରିଥିଲେ। ଭାରତ ଏହି ମ୍ୟାଚ ୩ ଉଇକେଟରେ ଜିତି ନେଇଥିଲା।

ମ୍ୟାଚରେ ୩୫୧ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଭାରତ ଏକଦା ୬୩ ରନରେ ୪ ଉଇକେଟ ହରାଇ ସାରିଥିଲା। ସେତେବେଳେ ଯାଦବ ଓ ବିରାଟ କୋହଲି (୧୨୨) ପଞ୍ଚମ ଉଇକେଟରେ ୧୪୭ ବଲ୍‌ରୁ ୨୦୦ ରନ ଯୋଗ କରିଥିଲେ।

ଯାଦବ ମଧ୍ୟ ଆହୁରି ଜଣେ ଅଫ୍‌ ସ୍ପିନ ବୋଲର। ସେ ୨୭ ଅନ୍ତର୍ଜାତୀୟ ଦିନିକିଆ ଉଇକେଟ ହାସଲ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ, ପୂର୍ବତନ ଦିଲ୍ଲୀ ଡେୟାର ଡେଭିଲ୍ସ, ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବା କୋଚି ଟସ୍କର୍ସ କେରଳ, ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri