Posted inଖେଳ

ଆଜି ଭାରତ-ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଶିଲଂ,୨୫ା୩: ଆଜି ଭାରତୀୟ ଦଳ ୨୦୨୭ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଂ ରାଉଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଗତ ୧୯ ତାରିଖରେ ଭାରତୀୟ ଦଳ ୩-୦ ଗୋଲରେ ମାଳଡିଭ୍ସକୁ ହରାଇଥିଲା। ଏହା ମାନୋଲୋ ମାର୍କ୍ୟୁଜଙ୍କ ମାର୍ଗଦର୍ଶନରେ ଦଳର ପ୍ରଥମ ବିଜୟ ଥିଲା। ଏହି ବିଜୟ ଯୋଗୁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।

ବାଂଲାଦେଶ ଦଳ ଭାରତ ପାଇଁ ପରିଚିତ ପ୍ରତିଦ୍ୱନ୍ଦ୍ୱୀ। ହେଲେ ଦୁଇ ଦଳ ମଧ୍ୟରେ ପ୍ରତି ଥର ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ ହୁଏ। ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ୧୨୬ତମ ସ୍ଥାନରେ ଥିବା ବେଳେ ବାଂଲାଦେଶ ୧୮୫ତମ ସ୍ଥାନରେ ରହିଛି। ୨୦୨୧ ସାଫ ଚାମ୍ପିୟନଶିପରେ ଦୁଇ ଦଳ ପରସ୍ପରକୁ ଅନ୍ତିମ ଥର ଭେଟିଥିଲେ ଏବଂ ମ୍ୟାଚ ଫଳାଫଳ ୧-୧ ଗୋଲରେ ଡ୍ର’ ରହିଥିଲା। ତେବେ ବାଂଲାଦେଶ ଦଳରେ ହମଜା ଚୌଧୁରୀଙ୍କ ଭଳି ଖେଳାଳି ରହିଛନ୍ତି, ଯିଏକି ଶିଫିଲ୍ଡ ୟୁନାଇଟେଡ୍‌ ଲାଗି ଇଂଲିଶ ପ୍ରିମିୟର ଲିଗ (ଇପିଏଲ୍‌)ରେ ଖେଳନ୍ତି।

ମଙ୍ଗଳବାର ହେବାକୁ ଥିବା ମ୍ୟାଚ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ ପରାଜୟ ୨୦୨୭ ଏଏଫ୍‌ସି ଏସିଆନ କପରେ ଭାରତର ଖେଳିବାର ଆଶା ପ୍ରତି ଘାତକ ହୋଇପାରେ। ଭାରତୀୟ ଦଳ ଗତ ବର୍ଷ ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂ ଜରିଆରେ ମୁଖ୍ୟ ଟୁର୍ନାମେଣ୍ଟ ଲାଗି ଯୋଗ୍ୟତା ହାସଲ କରିପାରିଥାନ୍ତା। କିନ୍ତୁ ଦଳ ଲଗାତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପରାଜିତ ହୋଇଥିଲା।

ଏଥିଯୋଗୁ ମୁଖ୍ୟକୋଚ ଆଇଗର ଷ୍ଟିମାକଙ୍କୁ ତାଙ୍କ ପଦରୁ ବିଦା କରାଯାଇଥିଲା। ଭାରତୀୟ ଦଳକୁ ୨୦୨୭ ଏସିଆନ କପ କ୍ୱାଲିଫାଇଂ ତୃତୀୟ ରାଉଣ୍ଡ ଲାଗି ଗ୍ରୁପ ସି’ରେ ବାଂଲାଦେଶ, ହଂକଂ ଓ ସିଙ୍ଗାପୋର ସହିତ ରଖାଯାଇଛି। ଏହି ଗ୍ରୁପରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଦଳ ମୁଖ୍ୟ ଟୁର୍ନାମେଣ୍ଟରେ ଖେଳିପାରିବେ। ମ୍ୟାଚ ସମ୍ପର୍କରେ ମାର୍କ୍ୟୁଜ କହିଛନ୍ତି ଯେ, ପ୍ରଥମ ମ୍ୟାଚ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଛୋଟ ପ୍ରତିଯୋଗିତା ଏବଂ କେବଳ ଟପ ଦଳକୁ ହିଁ ଯୋଗ୍ୟତା ମିଳିବ। ଆମକୁ ଶୀର୍ଷରେ ରହିବା ଦରକାର। ଆମେ ଯଥା ସମ୍ଭବ ଅଧିକ ପଏଣ୍ଟ ହାସଲ କରିବାକୁ ଚାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri