Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କାନବେରା,୨୮ା୧୦- ସ୍ଥାନୀୟ ମାନୁକା ଓଭାଲ ଷ୍ଟାଡିୟମରେ ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପ୍ରଦର୍ଶନ ଓ ଦଳୀୟ ଫିଲ୍ଡିଂ ପ୍ରଦର୍ଶନ ଉପରେ ନଜର ରହିବ। ବର୍ତ୍ତମାନ ଖୁବ୍‌ ଭଲ ଫର୍ମରେ ଥିବା ଏହି ଦୁଇ ଦଳ ଗତ ୧୦ ଟି୨୦ ମ୍ୟାଚ୍‌ରୁ ୮ଟି ଲେଖାଏ ଜିତିଥିବା ବେଳେ ଗୋଟିଏ ଲେଖାଏ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଏଣୁ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଏସିଆ କପ୍‌ରେ ଭାରତୀୟ ଖେଳାଳିମାନେ ଫିଲ୍ଡରେ ସର୍ବାଧିକ ୧୨ କ୍ୟାଚ୍‌ ହାତଛଡ଼ା କରିଥିଲେ। ୨୦୨୫ ଆରମ୍ଭ ହେବା ପରଠାରୁ ଭାରତର କ୍ୟାଚିଂ ଦକ୍ଷତା ୮୨.୭ %କୁ ହ୍ରାସ ପାଇଛି, ଯାହାକି ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଟାଇଟଲ ଡିଫେଣ୍ଡ କରିବାକୁ ଯାଉଥିବାରୁ କ୍ୟାଚିଂରେ ସୁଧାର ଆଣିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ କ୍ୟାଚ୍‌ ହାତଛଡ଼ା କରିବା ମହାଙ୍ଗା ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟକୁମାର ଅଧିନାୟକ ହେବା ପରଠାରୁ ଭାରତ ୨୯ରୁ ୨୩ ମ୍ୟାଚ୍‌ ଜିତିଛି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଭୟମୁକ୍ତ ଖେଳ ଖେଳୁଛି। ଏହି ଆଟାକିଂ ଷ୍ଟାଇଲ ଯୋଗୁ ସୂର୍ଯ୍ୟଙ୍କ ନେତୃତ୍ୱରେ ଭାରତ ସମସ୍ତ ଦ୍ୱିପାକ୍ଷିକ ସିରିଜ୍‌ ଓ ଏସିଆ କପ୍‌ ଭଳି ଟୁର୍ନାମେଣ୍ଟ ଜିତିଛି। ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ୧୫ ଟି୨୦ ମ୍ୟାଚ୍‌ ଖେଳିବାର ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପରେ ଭାରତ ଘରୋଇ କଣ୍ଡିଶନରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସମାନସଂଖ୍ୟକ ମ୍ୟାଚ୍‌ ଖେଳିବ। ତେବେ ସୂର୍ଯ୍ୟଙ୍କ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ରହିଛି। ସେ ୨୦୨୩ରେ ୧୮ ଇନିଂସ୍‌ରେ ୨ ଶତକ ଓ ୫ ଅର୍ଦ୍ଧଶତକ ସହିତ ୧୫୬ ଷ୍ଟ୍ରାଇକ୍‌ ରେଟ୍‌ରେ ୭୩୩ ରନ୍‌ କରିଥିଲେ। ୨୦୨୪ରେ ସେ ୧୫୧ ଷ୍ଟ୍ରାଇକ୍‌ ରେଟ୍‌ରେ ପାଖାପାଖି ୪୫୦ ରନ୍‌ କରିଥିଲେ। କିନ୍ତୁ ୨୦୨୫ରେ ସୂର୍ଯ୍ୟ ୧୦ ମ୍ୟାଚ୍‌ରେ ୧୦୫ ଷ୍ଟ୍ରାଇକ୍‌ ରେଟ୍‌ରେ ୧୧୦ ରନ୍‌ କରିଛନ୍ତି। ଭଲ ଫର୍ମରେ ଥିବା ଷ୍ଟାର ଓପ୍‌ନର ଅଭିଷେକ ଶର୍ମା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଖେଳିବାକୁ ଯାଉଛନ୍ତି। ତାଙ୍କ ଲାଗି ଏଠାକାର ଅତିରିକ୍ତ ବାଉନ୍ସ ଚ୍ୟାଲେଞ୍ଜ ହେବ। ବୋଲିଂ ବିଭାଗରେ ଯଶ୍‌ପ୍ରୀତ ବୁମ୍‌ରାଙ୍କ ଉପସ୍ଥିତି ଯୋଗୁ ଭାରତୀୟ ଦଳ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଦଳର ସ୍କୋରକୁ ଯଥାସମ୍ଭବ କମ୍‌ ରଖିବାକୁ ଚେଷ୍ଟା କରିବ। ଦଳରେ ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଥିବାରୁ ୧୨ ଓଭର ସ୍ପିନ୍‌ ବୋଲିଂ ଦେଖିବାକୁ ମିଳିବ। ବୁମ୍‌ରାଙ୍କ ସହ ଅର୍ଶଦୀପ ସିଂ ନୂଆ ବଲ୍‌ରେ ବୋଲିଂ କରିବେ। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ହେବ ବିପଜ୍ଜନକ ଟ୍ରାଭିସ୍‌ ହେଡ୍‌ ଓ ମିଚେଲ ମାର୍ଶଙ୍କୁ ଶୀଘ୍ର ପାଭିଲିଅନ୍‌କୁ ପଠାଇବା।

ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର୍‌ ସ୍ପୋଟର୍‌ସ ନେଟଓ୍ବର୍କରେ ହେବ। ଟସ୍‌ ଅପରାହ୍ନ ୧.୧୫ଟାରେ ପଡ଼ିବ ଏବଂ ମ୍ୟାଚ୍‌ ଅପରାହ୍ନ ୧.୪୫ରେ ଆରମ୍ଭ ହେବ।

ଭାରତୀୟ ଦଳ: ଅଭିଷେକ ଶର୍ମା, ଶୁବମନ ଗିଲ୍‌(ଉପଅଧିନାୟକ), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଶିବମ୍‌ ଦୁବେ, ସଞ୍ଜୁ ସାମ୍‌ସନ, ଜିତେଶ ଶର୍ମା(ଉଇକେଟ୍‌କିପର), ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଯଶ୍‌ପ୍ରୀତ ବୁମ୍‌ରା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ୍‌ ରାଣା, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର।
ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ(ଅଧିନାୟକ), ସିନ୍‌ ଆବଟ(୧ରୁ ୩ ମ୍ୟାଚ୍‌), ଜାଭିଅର ବାର୍ଟଲେଟ, ମାହଲି ବିଅର୍ଡମାନ(୩ରୁ ୫), ଟିମ୍‌ ଡେଭିଡ୍‌, ବେନ ଡ୍ବାରଶୁଇସ (୪ ଓ ୫), ନାଥନ ଏଲିସ, ଜୋଶ୍‌ ହାଜେଲଉଡ୍‌ (୧ ଓ ୨), ଗ୍ଲେନ୍‌ ମ୍ୟାକ୍ସଓ୍ବେଲ (୩ରୁ ୫), ଟ୍ରାଭିସ୍‌ ହେଡ୍‌, ଜୋଶ୍‌ ଇଙ୍ଗ୍‌ଲିସ, ମାଥ୍ୟୁ କୁହ୍ନେମାନ, ମିଚେଲ ଓଓ୍ବେନ, ଜୋଶ୍‌ ଫିଲିପ, ତାନବୀର ସାଙ୍ଘା, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ୍‌।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri