Posted inUncategorized

ଅଲିମ୍ପିକ୍ସରେ ଭାରତ

ନିର୍ବିବାଦରେ ଦେଶର ମହାନତମ ଏବଂ ସଫଳତମ କ୍ରୀଡାବିତ୍‌ର ମାନ୍ୟତା ପାଇଥିବା କିମ୍ବଦନ୍ତୀ ହକି ଖେଳାଳି ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କର ୧୧୮ ତମ ଜନ୍ମବାର୍ଷିକୀ ଅଗଷ୍ଟ ୨୯ ତାରିଖ ଦିନ ସାରା ଦେଶରେ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ ହେଉଛି। ଏହି ଅବସରରେ ଏହି ମହାନ୍‌ ହକି ଖେଳାଳିଙ୍କର ଅଲିମ୍ପିକ୍‌ କ୍ରୀଡ଼ାରେ ଅନ୍ଧବିଶ୍ୱସନୀୟ କୀର୍ତ୍ତି ଓ କୃତୀକୁ ମନେପକାଇ ସାମ୍ପ୍ରତିକ ପରିସ୍ଥିତିରେ ଆମ ଦେଶର କ୍ରୀଡ଼ାବିତ୍‌ମାନଙ୍କର ପୂର୍ବ ପ୍ରଦର୍ଶନ ଏବଂ ଆସନ୍ତା ବର୍ଷ ୨୦୨୪ରେ ପ୍ୟାରିସଠାରେ ହେବାକୁ ଯାଉଥିବା ୩୩ତମ ଅଲିମ୍ପିକ୍‌ କ୍ରୀଡ଼ାରେ ପଦକ ଜିତିବା ସମ୍ଭାବନା ଉପରେ ସମ୍ୟକ୍‌ ଆଲୋଚନା ପ୍ରାସଙ୍ଗିକ ମନେହୁଏ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ କ୍ରୀଡ଼ା ବିଶେଷ ଭାବେ ଭାରତୀୟ ହକିର ସୁବର୍ଣ୍ଣ ଯୁଗର (୧୯୨୮ ରୁ ୧୯୬୪) ମହାନାୟକ ଥିଲେ ସ୍ବର୍ଗତ ଧ୍ୟାନଚାନ୍ଦମ୍‌। ୩ଟି ଅଲିମ୍ପିକ୍‌ (୧୯୨୮ ଆମ୍‌ଷ୍ଟରଡାମ, ୧୯୩୨ – ଲସଏଞ୍ଜେଲ୍ସ୍‌, ୧୯୩୬ – ବର୍ଲିନ୍‌)ରେ ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ଜିତେଇବାରେ ଧ୍ୟାନଚାନ୍ଦ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅଲିମ୍ପିକ୍‌ କ୍ରୀଡ଼ା ଇତିହାସରେ ଦଳଗତ କ୍ରୀଡ଼ାରେ ଯୁକ୍ତରାଷ୍ଟ୍ର ଆମେରିକାର ପୁରୁଷ ବାସ୍କେଟବଲ ଦଳ ସମୁଦାୟ ୧୬ ଥର ସ୍ବର୍ଣ୍ଣ ପଦକ ଜିତି ସଫଳତମ ଦଳ ଭାବେ ବିବେଚିତ ହେଉଛି। ଏହା ପଛକୁ ଭାରତୀୟ ପୁରୁଷ ହକି ଦଳ ସମୁଦାୟ ୮ ଥର ସ୍ବର୍ଣ୍ଣ ପଦକ ଜିତି ଦ୍ୱିତୀୟ ସଫଳତମ ଦଳଭାବେ ମାନ୍ୟତା ପାଇଛି।
ଆସନ୍ତାବର୍ଷ ଜାତୀୟ କ୍ରୀଡ଼ା ଦିବସ ପାଳନ ହେଲାବେଳକୁ ପ୍ୟାରିସ ଅଲିମ୍ପିକ୍‌ ସମାପ୍ତ ହେବାର ୧୫ ଦିନ ବିତି ଯାଇଥିବ। ଆମ ଦେଶରୁ କ୍ରୀଡାବିତ୍‌ମାନେ କେତେ ସଫଳ ହେଲେ ତାହା ସ୍ପଷ୍ଟ ହୋଇ ସାରିଥିବ। ଗତ ୩ଟି ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତ୍‌ଙ୍କର ପ୍ରଦର୍ଶନ ଥିଲା ଏହିପରି ୨୦୧୨- ଲଣ୍ଡନ: ପଦକ – ୬, (ରୌପ୍ୟ – ୨, ବ୍ରୋଞ୍ଜ୍‌ – ୪), ୨୦୧୬-ରିଓ: ପଦକ- ୨ (ରୌପ୍ୟ-୧, ବ୍ରୋଞ୍ଜ-୧), ୨୦୨୦-୨୧ ଟୋକିଓ: ପଦକ ୭ (ସ୍ବର୍ଣ୍ଣ-୧, ରୌପ୍ୟ-୨, ବ୍ରୋଞ୍ଜ୍‌-୪), ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ଟୋକିଓ କ୍ରୀଡ଼ାରେ ଆମ କ୍ରୀଡ଼ାବିତଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ସର୍ବାଧିକ ରୋମାଞ୍ଚ ଆଣିଥିଲା ଜାଭେଲିନ୍‌ ଥ୍ରୋରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ହାସଲ ଏବଂ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଜ ପଦକ ହାସଲ।
ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାର ୧୨୪ ବର୍ଷ ଇତିହାସରେ ଯେଉଁ କ୍ରୀଡ଼ା ମହାଶକ୍ତି ଦେଶଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି ତା’ ସହିତ ତୁଳନା କଲେ ବିଗତ ୨୭ଟି ଅଲିମ୍ପିକ କ୍ରୀଡ଼ାରେ ଭାରତର ପ୍ରଦର୍ଶନ (ଜନସଂଖ୍ୟା-୧୩୯ କୋଟି, ମେଡାଲ୍ସ: ସ୍ବର୍ଣ୍ଣ-୧୦, ରୌପ୍ୟ-୯, ବ୍ରୋଞ୍ଜ- ୧୬, ସମୁଦାୟ-୩୫) ଉତ୍ସାହଜନକ ମନେହୁଏ ନାହିଁ।
ଗତ ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତ୍‌ମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ଗୋଟିଏ ସ୍ବର୍ଣ୍ଣ ସହ ୭ଟି ପଦକ ଜିତିବାରୁ ଭାରତ ୪୮ତମ ସ୍ଥାନରେ (ଗତ ୪ ଦଶନ୍ଧିରେ ଶ୍ରେଷ୍ଠ ସ୍ଥାନ)ରେ ରହିଥିଲା। ଭାରତୀୟ ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଆଥ୍‌ଲେଟିକ୍ସ ଇଭେଣ୍ଟରୁ ଦେଶ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତି ନିଆରା କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। (ଏହା ପୂର୍ବରୁ କେବଳ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ୨୦୦୮ ବେଜିଂ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ)।
ବର୍ତ୍ତମାନର ଆହ୍ବାନ ହେଉଛି କିପରି ବିଗତ ବର୍ଷମାନଙ୍କର ସୀମିତ ସଫଳତାକୁ ଅତିକ୍ରମ କରି ଭାରତ ବିଶ୍ୱରେ ଏକ କ୍ରୀଡ଼ାଶକ୍ତି ଭାବେ ପ୍ରତିଷ୍ଠାଲାଭ କରିବ। ଏପରି ସ୍ଥିତିକୁ ବିଚାରକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯୁବପିଢ଼ିଙ୍କୁ କ୍ରୀଡ଼ାପ୍ରତି ଆକୃଷ୍ଟ କରିବା ପାଇଁ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଟପ୍‌ (ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ) ଯୋଜନା ମାଧ୍ୟମରେ ପ୍ରତିଭାବାନ ଏବଂ ପଦକ ଆଶାୟୀ କ୍ରୀଡ଼ାବିତ୍‌ମାନଙ୍କୁ ବିଦେଶରେ ପ୍ରଶିକ୍ଷଣ ଏବଂ ପର୍ଯ୍ୟାପ୍ତ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ପୂର୍ବତନ ଅଲିମ୍ପିଆନ୍‌ ଏବଂ ପ୍ରସିଦ୍ଧ କ୍ରୀଡ଼ାବିତମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଅଲିମ୍ପିକ୍‌ ଗୋଲ୍ଡ କ୍ୱେଷ୍ଟ’, ‘ଗନ ଫରଗ୍ଲୋରି’, ‘ପି.ଟି. ଉଷା ଆଥ୍‌ଲେଟିକ୍ସ ଏକାଡେମୀ’ ଭଳି ପ୍ରଶିକ୍ଷଣ କେନ୍ଦ୍ର/ ଏକାଡେମୀମାନଙ୍କୁ ସରକାର ସହାୟତା ପ୍ରଦାନ କରୁଛନ୍ତି। ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପାନୁଷ୍ଠାନମାନଙ୍କ ସହିତ ସହଭାଗିତାରେ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଚୟନ ଏବଂ ଆଧୁନିକ ପ୍ରଶିକ୍ଷଣ ସୁବିଧା ଉପଲବ୍ଧ ହେଉଛି।
ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍‌ ପାଇଁ ଆମ କ୍ରୀଡ଼ାବିତ୍‌ମାନେ ଜୋର୍‌ଦାର ପ୍ରସ୍ତୁତି ଜାରି ରଖିଛନ୍ତି। ପଦକ ସମ୍ଭାବନା ଥିବା କ୍ରୀଡ଼ା ଶୃଙ୍ଖଳାଗୁଡ଼ିକ ମଧ୍ୟରୁ ତୀରନ୍ଦାଜୀ, କୁସ୍ତି, ବନ୍ଧୁକ ଚାଳନା, ଭାରୋତ୍ତୋଳନ, ପୁରୁଷ ହକି, ବ୍ୟାଡ୍‌ମିଣ୍ଟନ ଏବଂ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ବିଶେଷ ଧ୍ୟାନ ଦିଆଯାଉଛି।
ଓ ବିଶ୍ୱାସ ଆମର କ୍ରୀଡ଼ାବିତ୍‌ମାନେ ପୂର୍ବ ପ୍ରଦର୍ଶନରେ ଉନ୍ନତି ଆଣି ପ୍ୟାରିସ୍‌-୨୦୨୪ ଅଲିମ୍ପିକ୍ସରେ ଉତ୍ସାହଜନକ ପ୍ରଦର୍ଶନ କରି ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିବେ। ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ ଅବସରରେ ଏହା ହେଉଛି ସବୁଠାରୁ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?