Posted inଖେଳ

ବୋଲିଂରେ ସୁଧାର ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ,୧୪ା୧୨(ପି.ଟି.): ଗୁରୁବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ତୃତୀୟ ମ୍ୟାଚ୍‌ ପାଇଁ ସିରିଜ ବାଜିରେ ରହିଥିବା ବେଳେ ଭାରତ ଏହାର ବୋଲିଂ ଦୁର୍ବଳତା ସୁଧାରିବାକୁ ପ୍ରୟାସ କରିବ। ଜୋହାନ୍ସବର୍ଗରେ ଅନ୍ତିମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଅର୍ଶଦୀପ ସିଂ ଓ ମୁକେଶ କୁମାର ନିଜ ଫର୍ମ ସୁଧାରିବାକୁ ଚାହିଁବେ। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଓଭର ପିଛା ୧୦ ହାରରେ ରନ୍‌ ସଂଗ୍ରହ କରିବାକୁ ଥିବାବେଳେ ଭାରତୀୟ ବୋଲରମାନେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ। ଖାସ କରି ଅର୍ଶଦୀପ ଓ ମୁକେଶ କୁମାରଙ୍କ ଇକୋନୋମି ଚିନ୍ତାଜନକ ରହିଥିଲା। ଅର୍ଶଦୀପ ୧୫.୫୦ ଓ ମୁକେଶ ୧୧.୩୩ର ଇକୋନୋମିରେ ବୋଲିଂ କରିଥିଲେ। ଯଦିଓ ପୋର୍ଟ ଏଲିଜାବେଥ୍‌ରେ ବର୍ଷା ଓ କାକର ରନ୍‌ଚେଜ୍‌କୁ ଅତ୍ୟନ୍ତ ସହଜ କରି ଦେଇଥିଲା ତଥାପି ମୁକେଶ ଓ ଅର୍ଶଦୀପଙ୍କ ଲାଇନ୍‌ ଓ ଲେନ୍ଥ ଠିକ୍‌ ରହି ନ ଥିଲା। ବ୍ୟକ୍ତିଗତ କାରଣରୁ ଦୀପକ ଚହର ବାଦ୍‌ ପଡିବା ଭାରତୀୟ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି। ସମାନ ବୋଲିଂ ଲାଇନ୍‌ଅପ୍‌ ସହିତ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଏହା ନିଷ୍ପ୍ରଭ ମନେହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌କୁ ଛାଡିଲେ ଅର୍ଶଦୀପଙ୍କ ବୋଲିଂ ବେଶ୍‌ ଦୁର୍ବଳ ମନେହେଉଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁକେଶଙ୍କ ଇକୋନୋମି ମଧ୍ୟ ୯.୧୨ ରହିଥିଲା।
ଟି୨୦ ବିଶ୍ୱକପ୍‌ ପୂର୍ବରୁ ମାତ୍ର ୪ଟି ଟି୨୦ ମ୍ୟାଚ୍‌ ରହିଥିବା ବେଳେ ଭାରତୀୟ ଖେଳାଳି ଏହାର ଫାଇଦା ଉଠାଇ ଦଳରେ ନିଜ ସ୍ଥାନ ମଜଭୁତ କରିବାକୁ ଚାହିଁବେ। ଦୀର୍ଘ ୧୬ ମାସ ପରେ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଭାବିତ କରିବାରେ ଅସଫଳ ରହିଛନ୍ତି। ତେବେ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ। ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ରିଙ୍କୁ ସିଂ ଅନ୍ତିମ ମ୍ୟାଚ୍‌ରେ ଦଳର ବିଜୟରେ ଯୋଗଦାନ କରିବାକୁ ଚାହିଁବେ। ପଦାର୍ପଣ ପରଠାରୁ ହିଁ ରିଙ୍କୁ ଚମତ୍କାର ବ୍ୟାଟିଂ କରିଛନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଚମତ୍କାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଯଦି ଋତୁରାଜ ଗାଏକ୍ୱାଡ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ କିଏ ବାଦ୍‌ ପଡିବେ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ଗିଲ୍‌ ଓ ଜୟସ୍ବାଲ ଦକ୍ଷିଣ ଆଫ୍ରିକୀୟ ପରିବେଶର ବାଉନ୍ସକୁ ମୁକାବିଲା କରିବାରେ ବିଫଳ ହୋଇଥିଲେ। ତେବେ ପାରମ୍ପରିକ ଭାବରେ ଜୋହାନ୍ସବର୍ଗର ରେକର୍ଡ ଭାରତ ସପକ୍ଷରେ ରହିଛି। ଟି୨୦ର ଏହି ଭେନ୍ୟୁରେ ଉଭୟ ଦଳ ୪ ଥର ସାମ୍ନାସାମି୍ନ ହୋଇଥିବାବେଳେ ଭାରତ ୩ ଥର ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଠିକ୍‌ଠାକ୍‌ ରହିଥିବା ବେଳେ ଏହାର ବୋଲିଂ ବେଶ୍‌ ଦୁର୍ବଳ ରହିଛି। ଅନ୍ତିମ ମ୍ୟାଚ୍‌ରେ ଏହି ଦୁର୍ବଳତା ସୁଧାରିବାକୁ ଦଳ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri