Posted inଖେଳ

ବୋଲିଂରେ ସୁଧାର ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ,୧୪ା୧୨(ପି.ଟି.): ଗୁରୁବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ତୃତୀୟ ମ୍ୟାଚ୍‌ ପାଇଁ ସିରିଜ ବାଜିରେ ରହିଥିବା ବେଳେ ଭାରତ ଏହାର ବୋଲିଂ ଦୁର୍ବଳତା ସୁଧାରିବାକୁ ପ୍ରୟାସ କରିବ। ଜୋହାନ୍ସବର୍ଗରେ ଅନ୍ତିମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଅର୍ଶଦୀପ ସିଂ ଓ ମୁକେଶ କୁମାର ନିଜ ଫର୍ମ ସୁଧାରିବାକୁ ଚାହିଁବେ। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଓଭର ପିଛା ୧୦ ହାରରେ ରନ୍‌ ସଂଗ୍ରହ କରିବାକୁ ଥିବାବେଳେ ଭାରତୀୟ ବୋଲରମାନେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ। ଖାସ କରି ଅର୍ଶଦୀପ ଓ ମୁକେଶ କୁମାରଙ୍କ ଇକୋନୋମି ଚିନ୍ତାଜନକ ରହିଥିଲା। ଅର୍ଶଦୀପ ୧୫.୫୦ ଓ ମୁକେଶ ୧୧.୩୩ର ଇକୋନୋମିରେ ବୋଲିଂ କରିଥିଲେ। ଯଦିଓ ପୋର୍ଟ ଏଲିଜାବେଥ୍‌ରେ ବର୍ଷା ଓ କାକର ରନ୍‌ଚେଜ୍‌କୁ ଅତ୍ୟନ୍ତ ସହଜ କରି ଦେଇଥିଲା ତଥାପି ମୁକେଶ ଓ ଅର୍ଶଦୀପଙ୍କ ଲାଇନ୍‌ ଓ ଲେନ୍ଥ ଠିକ୍‌ ରହି ନ ଥିଲା। ବ୍ୟକ୍ତିଗତ କାରଣରୁ ଦୀପକ ଚହର ବାଦ୍‌ ପଡିବା ଭାରତୀୟ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି। ସମାନ ବୋଲିଂ ଲାଇନ୍‌ଅପ୍‌ ସହିତ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଏହା ନିଷ୍ପ୍ରଭ ମନେହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌କୁ ଛାଡିଲେ ଅର୍ଶଦୀପଙ୍କ ବୋଲିଂ ବେଶ୍‌ ଦୁର୍ବଳ ମନେହେଉଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁକେଶଙ୍କ ଇକୋନୋମି ମଧ୍ୟ ୯.୧୨ ରହିଥିଲା।
ଟି୨୦ ବିଶ୍ୱକପ୍‌ ପୂର୍ବରୁ ମାତ୍ର ୪ଟି ଟି୨୦ ମ୍ୟାଚ୍‌ ରହିଥିବା ବେଳେ ଭାରତୀୟ ଖେଳାଳି ଏହାର ଫାଇଦା ଉଠାଇ ଦଳରେ ନିଜ ସ୍ଥାନ ମଜଭୁତ କରିବାକୁ ଚାହିଁବେ। ଦୀର୍ଘ ୧୬ ମାସ ପରେ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଭାବିତ କରିବାରେ ଅସଫଳ ରହିଛନ୍ତି। ତେବେ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ। ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ରିଙ୍କୁ ସିଂ ଅନ୍ତିମ ମ୍ୟାଚ୍‌ରେ ଦଳର ବିଜୟରେ ଯୋଗଦାନ କରିବାକୁ ଚାହିଁବେ। ପଦାର୍ପଣ ପରଠାରୁ ହିଁ ରିଙ୍କୁ ଚମତ୍କାର ବ୍ୟାଟିଂ କରିଛନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଚମତ୍କାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଯଦି ଋତୁରାଜ ଗାଏକ୍ୱାଡ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ କିଏ ବାଦ୍‌ ପଡିବେ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ଗିଲ୍‌ ଓ ଜୟସ୍ବାଲ ଦକ୍ଷିଣ ଆଫ୍ରିକୀୟ ପରିବେଶର ବାଉନ୍ସକୁ ମୁକାବିଲା କରିବାରେ ବିଫଳ ହୋଇଥିଲେ। ତେବେ ପାରମ୍ପରିକ ଭାବରେ ଜୋହାନ୍ସବର୍ଗର ରେକର୍ଡ ଭାରତ ସପକ୍ଷରେ ରହିଛି। ଟି୨୦ର ଏହି ଭେନ୍ୟୁରେ ଉଭୟ ଦଳ ୪ ଥର ସାମ୍ନାସାମି୍ନ ହୋଇଥିବାବେଳେ ଭାରତ ୩ ଥର ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଠିକ୍‌ଠାକ୍‌ ରହିଥିବା ବେଳେ ଏହାର ବୋଲିଂ ବେଶ୍‌ ଦୁର୍ବଳ ରହିଛି। ଅନ୍ତିମ ମ୍ୟାଚ୍‌ରେ ଏହି ଦୁର୍ବଳତା ସୁଧାରିବାକୁ ଦଳ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri