Posted inଖେଳ

ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ରେ ଗୁରୁବାର ୪ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟରୁ ପୁଲ୍‌ ‘ଡି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଓ୍ବେଲ୍ସକୁ ଭେଟିବ ଭାରତ। ରାତି ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଏହି ଗ୍ରୁପ୍‌ରେ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଅନ୍ୟ ଏକ ମ୍ୟାଚ ଅପରାହ୍ନ ୫ଟାରେ ଖେଳାଯିବ। କ୍ରସ୍‌ ଓଭରର ଜଟିଳତା ମଧ୍ୟରେ ନ ପଶି ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବାକୁ ହେଲେ ଭାରତକୁ ବୃହତ୍‌ ବ୍ୟବଧାନରେ ଓ୍ବେଲ୍ସକୁ ହରାଇବାକୁ ପଡ଼ିବ। ଭାରତ ଏହାର ପ୍ରଥମ ୨ଟି ପୁଲ୍‌ ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିଥିଲା। ତେଣୁ ଚଳିତ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବ।
ପୁଲ୍‌ ‘ଡି’ର ସ୍ଥିତି
ପୁଲ୍‌ ପର୍ଯ୍ୟାୟରେ ୨ଟି ଲେଖାଏ ମ୍ୟାଚ ଶେଷ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟ ବିଭିନ୍ନ ଦଳର ଭାଗ୍ୟ ନିର୍ଣ୍ଣୟ କରିବ। ଭାରତ ସ୍ଥାନ ପାଇଥିବା ପୁଲ୍‌ ‘ଡି’ର ସ୍ଥିତି ଏପରି ରହିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୨-୦ ଗୋଲରେ ହରାଇଥିବାବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଏହାର ପ୍ରଥମ ମ୍ୟାଚକୁ ଓ୍ବେଲ୍ସ ବିପକ୍ଷରେ ୫-୦ ଗୋଲରେ ଜିତିଥିଲା। ତେଣୁ ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗରେ ରହି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଇଂଲଣ୍ଡର ଗୋଲ ବ୍ୟବଧାନ +୫ ଥିବାବେଳେ ଭାରତର +୨ ରହିଛି। ତେଣୁ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ହିଁ କେବଳ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲକୁ ନେଇଯାଇ ପାରିବ। ଅନ୍ୟପକ୍ଷରେ ସ୍ପେନ୍‌ ୨ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଓ୍ବେଲ୍ସ ୨ଟି ଯାକ ମ୍ୟାଚ ହାରିଯାଇଥିବାରୁ ଏକପ୍ରକାର ବିଦାୟ ଦ୍ୱାରରେ ପହଞ୍ଚତ୍ ଯାଇଛି। ନିୟମ ଅନୁସାରେ ପ୍ରତି ପୁଲ୍‌ରୁ କେବଳ ଶୀର୍ଷସ୍ଥାନୀୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ୨ୟ ଓ ୩ୟ ସ୍ଥାନରେ ରହିବା ଦଳ କ୍ରସ୍‌ ଓଭର ଖେଳିବେ। ପୁଲ୍‌୍‌ ‘ଡି’ର ୨ୟ ଦଳ ପୁଲ୍‌ ‘ସି’ର ୩ୟ ଏବଂ ପୁଲ୍‌ ‘ଡି’ର ୩ୟ ଦଳ ପୁଲ୍‌ ‘ସି’ର ଦ୍ୱିତୀୟ ଦଳକୁ କ୍ରସ୍‌ ଓଭରରେ ଭେଟିବେ। ପୁଲ୍‌ ‘ଏ’ ଓ ‘ବି’ କ୍ଷେତ୍ରରେ ମଧ୍ୟ ତାହା ହେବ। କ୍ରସ୍‌ ଓଭରରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳକୁ ଭେଟିବା ସମ୍ଭାବନା ଥିବାରୁ ଭାରତ ଆଗାମୀ ମ୍ୟାଚରେ ଓ୍ବେଲ୍ସକୁ ବଡ଼ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ଯିବାକୁ ଚାହିଁବ ନିଶ୍ଚିତ। ଘରୋଇ ପିଚ୍‌ ଓ ଦର୍ଶକ ସମର୍ଥନ ମଧ୍ୟ ଭାରତ ସପକ୍ଷରେ ରହିବ।
ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳତା ଏବଂ ଫିଲ୍ଡ ଗୋଲ ସ୍କୋର କ୍ଷେତ୍ରରେ ସୁଯୋଗର ସଦ୍‌ବ୍ୟବହାର କରି ନ ପାରିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ୨ଟି ମ୍ୟାଚ ଖେଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେନାଲ୍ଟି କର୍ନରରୁ ଗୋଟିଏ ହେଲେ ଗୋଲ ସିଧାସଳଖ କରି ପାରିନାହିଁ। ଇଂଲଣ୍ଡ ବିପକ୍ଷରେ ୪ଟିକୁ ମିଶାଇ ପ୍ରଥମ ୨ଟି ମ୍ୟାଚରେ ଭାରତ ମୋଟ ୯ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଏହା ମଧ୍ୟରୁ ସ୍ପେନ୍‌ ବିପକ୍ଷ ମ୍ୟାଚରେ କେବଳ ଗୋଟିଏ ଗୋଲ ପେନାଲ୍ଟି କର୍ନରରୁ ସ୍କୋର କରିଥିଲା। ମାତ୍ର ତାହା ସିଧାସଳଖ ହୋଇ ନ ଥିଲା। ଅଧିନାୟକ ହରମନପ୍ରୀତ ସିଂ ମାରିଥିବା ଶଟ୍‌କୁ ସ୍ପେନ୍‌ ଦଳର ଜଣେ ଡିଫେଣ୍ଡର ରୋକିଥିଲେ। ତାଙ୍କ ଷ୍ଟିକ୍‌ରୁ ବଲ୍‌ ରିବାଉଣ୍ଡ ହୋଇ ଫେରି ଆସୁଥିବାବେଳେ ଅମିତ ରୋହିଦାସ ଗୋଲ କରିବାରେ ସକ୍ଷମ ହୋଇଥିଲେ। ଅମିତଙ୍କୁ ଛାଡ଼ିଦେଲେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କେବଳ ହାର୍ଦ୍ଦିକ ସିଂ ଗୋଲ ଦେଇଛନ୍ତି। ସେ ପୁଣି ଆହତ ସମସ୍ୟାରେ ଥିବାରୁ ଆଗାମୀ ମ୍ୟାଚ ଖେଳିବେ ନାହିଁ। ଅନ୍ୟ କୌଣସି ଖେଳାଳି ଏପର୍ଯ୍ୟନ୍ତ ପ୍ରତିପକ୍ଷ ଦଳର ରକ୍ଷଣଭାଗକୁ ଅତିକ୍ରମ କରି ଗୋଲ ଦେଇପାରି ନାହାନ୍ତି।
ଇଂଲଣ୍ଡ-ସ୍ପେନ୍‌ କଡ଼ା ଟକ୍କର
ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଏହି ପୁଲ୍‌ର ଅନ୍ୟ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଓ୍ବେଲ୍ସ ବିପକ୍ଷରେ ବଡ଼ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ଭାରତଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ଏକାଧିକ ସୁଯୋଗ ପାଇଥିଲେ ହେଁ ଭାରତୀୟ ରକ୍ଷଣଭାଗ ଏବଂ ଗୋଲକିପରଙ୍କୁ ଚକ୍‌ମା ଦେଇ ଗୋଲ ଦେଇପାରି ନ ଥିଲା। ତେଣୁ ସ୍ପେନ୍‌ ବିପକ୍ଷ ମ୍ୟାଚ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଅନ୍ୟ ପକ୍ଷରେ ଭାରତଠାରୁ ପ୍ରଥମ ମ୍ୟାଚରେ ହାରିବା ପରେ ସ୍ପେନ୍‌ ଦ୍ୱିତୀୟ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ୩ ପଏଣ୍ଟ ପାଇଥିବା ସ୍ପେନ୍‌ ଦଳର ଗୋଲ ବ୍ୟବଧାନ ମଧ୍ୟ +୨ ରହିଛି। ଭାରତ ବିପକ୍ଷରେ ଦଳ ଗୋଟିଏ ହେଲେ ଗୋଲ ଦେଇପାରି ନ ଥିଲା, ମାତ୍ର ଓ୍ବେଲ୍ସ ବିପକ୍ଷରେ ୫ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମାକ୍ର ରେନେ ୧୭ ଓ ୩୯ତମ ମିନିଟରେ ଏବଂ ମାର୍କ ମିରାଲେସ ପୋର୍ଟିଲୋ ୨ଟି ଲେଖାଏ ଗୋଲ ଦେଇ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଲଭାରୋ ଇଗ୍‌ଲେସିଆସ ମାର୍କୋସ ମଧ୍ୟ ଗୋଟିଏ ଗୋଲ ଦେଇଥିଲେ। ଅନ୍ତର୍ଜାତୀୟ ହକିରେ ସ୍ପେନ୍‌ ଏକ ଲଢ଼ୁଆ ଦଳଭାବେ ମଧ୍ୟ ବେଶ୍‌ ପରିଚିତ। ତେଣୁ ମନୋବଳ ବୃଦ୍ଧି କରିଥିବା ଏହି ଦଳ ଆଗାମୀ ମ୍ୟାଚରେ ଇଂଲଣ୍ଡକୁ ଯେ କଡ଼ା ଚ୍ୟାଲେଞ୍ଜ ଦେବ ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri