ୟୁକ୍ରେନ୍‌ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…

ଜେନେଭା, ୧।୨ : ୟୁକ୍ରେନ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ସାମ୍ନାରେ ନୂତନ ଏବଂ ପୁରୁଣା ବନ୍ଧୁମାନଙ୍କ ମଧ୍ୟରେ ଚୟନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ଦେଖାଦେଇଛି । ଉଲ୍ଲେଖନୀୟ କଥା ହେଉଛି, ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଏକ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଅତୀତରେ ଚାଇନା ରୁଷିଆ ସପକ୍ଷରେ ଅପିଲ୍‌ କରିଥିଲା ଏବଂ ଉଭୟ ଭାରତ ପାଇଁ ଚୟନ କରିବାକୁ କୂଟନୈତିକ ପଦକ୍ଷେପ ନେଇଥିଲା।

ଏଭଳି ପରିସ୍ଥିତିରେ ଭାରତ ସୋମବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ୍‌ ପ୍ରସଙ୍ଗରେ ମତଦାନରୁ ବିରତ ରହିଛି ଏହି ପ୍ରସଙ୍ଗଠାରୁ ଦୂରରେ ରହିବାକୁ ଉଚିତ ବୋଲି ମଣିଛି। କୂଟନୈତିକସ୍ତରରେ ମଧ୍ୟ ଏହା ଆବଶ୍ୟକ ଥିଲା।

ଯଦି ଭାରତ ରୁଷିଆ ସପକ୍ଷରେ ଭୋଟ ଦେଇଥାନ୍ତା, ତେବେ ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ କ୍ରୋଧିତ ହୋଇଥାନ୍ତେ। ଅପରପକ୍ଷରେ, ଯଦି ଭାରତ ୟୁକ୍ରେନ୍‌କୁ ସମର୍ଥନ କରିଥାନ୍ତା, ତେବେ ରୁଷିଆ ସହ ସମ୍ପର୍କ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାନ୍ତା।

ଏଭଳି ପରିସ୍ଥିତିରେ ମଧ୍ୟମ ରାସ୍ତା ବାଛିବା ସହ ଭାରତ ଭୋଟ ଦେବା ଠାରୁ ଦୂରତା ରକ୍ଷା କରିଥିଲା।

ଭାରତ ସହିତ ଗୋବାନ୍‌ ଏବଂ କେନିଆ ମତଦାନର କରି ନାହାନ୍ତି।

ଚାଇନା ଏବଂ ରୁଷିଆ ବିରୋଧରେ ଭୋଟ ଦେଇଛନ୍ତି। ସେହିପରି ନରୱେ, ଫ୍ରାନ୍ସ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଆୟର୍ଲାଣ୍ଡ, ବ୍ରାଜିଲ ଏବଂ ମେକ୍ସିକୋ ସମେତ ଅନ୍ୟ ୧୦ ଜଣ ପରିଷଦ ସଦସ୍ୟ ସପକ୍ଷରେ ଭୋଟ ଦେଇଛନ୍ତି।

ସୁରକ୍ଷା ପରିଷଦର କାର୍ଯ୍ୟଧାରାକୁ ଆଗେଇ ନେବାକୁ ୯ଟି ଭୋଟର ଆବଶ୍ୟକତା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri