Posted inଖେଳ

ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍‌ ୧୪୦/୪

ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୪ ଉଇକେଟ ହରାଇ ୧୪୦ ରନ କରିଛି। ଦ୍ୱିତୀୟ ଦିନରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅପରାଜିତ ରହି ଶତକ ହାସଲ କରିଥିଲେ।

ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୧୮/୨)ରୁ ବ୍ୟାଟିଂ ଆରମ୍ଭ କରି ୩ ଉଇକେଟରେ ୨୦୦ ରନ ଯୋଡ଼ିବା ପରେ ପାଳି ଘୋଷଣା କରିଥିଲା। ପୂର୍ବଦିନ ୧୭୩ ରନରେ ଅପରାଜିତ ଥିବା ଯଶସ୍ବୀ ଜୟସ୍ବାଲ ଆଜି ନିଜ ସ୍କୋରରେ ମାତ୍ର ୨ ରନ ଯୋଡ଼ି ପାରିଥିଲେ। ସେ ୧୭୫ (୨୨ ଚୌକା) ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ତାଙ୍କ ବଦଳରେ କ୍ରିଜ୍‌କୁ ଆସିଥିବା ନୀତୀଶ କୁମାର ରେଡ୍ଡୀଙ୍କ ସହ ଅଧିନାୟକ ଶୁବମନ ଗିଲ୍‌ ମିଶି ଚତୁର୍ଥ ଉଇକେଟରେ ୯୧ ରନ ଯୋଡ଼ିଥିଲେ। ୪ ଚୌକା ଓ ୨ ଛକା ସହିତ ୪୩ ରନ କରିଥିବା ନୀତୀଶଙ୍କୁ ଜୋମେଲ ଓ୍ବାରିକାନ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଏହାପରେ ଧ୍ରୁବ ଜୁରେଲ ଓ ଗିଲ୍‌ ୫ ଉଇକେଟରେ ୧୦୨ ରନ ଯୋଡ଼ିଥିଲେ। ଜୁରେଲ ୫ ଚୌକା ସହିତ ୪୪ ରନ କରି ଆଉଟ୍‌ ହେବା ପରେ ଭାରତୀୟ ଦଳ ପାଳି ଘୋଷଣା କରିଥିଲା। ଗିଲ ୧୨୯ ରନ କରି ଅପରାଜିତ ରହିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଓ ଚଳିତ ବର୍ଷର ପଞ୍ଚମ ଟେଷ୍ଟ ଶତକ ଥିଲା।

ଓ୍ବେଷ୍ଟଇଣ୍ଡିଜ ପାଇଁ ଓ୍ବାରିକାନ ୩ ଓ ଅଧିନାୟକ ରୋଷ୍ଟନ ଚେଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଆରମ୍ଭରୁ ଦୁର୍ଭାଗ୍ୟଜନକ ଭାବେ ଜନ କାମ୍ପବେଲ(୧୦)ଙ୍କ ଉଇକେଟ ହରାଇଥିଲା। ଓପନର ତାଗେନାରିନ ଚନ୍ଦ୍ରପାଲ ଓ ଆଲିକ୍‌ ଆଥାନେଜ ଦ୍ୱିତୀୟ ଉଇକେଟରେ ୬୬ ରନ ଯୋଡ଼ି ଦଳୀୟ ସ୍କୋରକୁ ୮୭/୧ରେ ପହଞ୍ଚାଇଥିଲେ। ହେଲେ ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଚନ୍ଦ୍ରପାଲ (୩୪), ଆଥାନେଜ (୪୧) ଓ ଅଧିନାୟକ ରୋଷ୍ଟନ ଚେଜ (୦)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶାଇ ହୋପ୍‌ (୩୧) ଓ ଟେଭିନ ଇମଲାଚ (୧୪) ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ ହରାଇ ୧୪୦ ରନ କରିଛି। ଭାରତ ପାଇଁ ରବୀନ୍ଦ୍ର ଜାଡେଜା ୩ ଓ କୁଲଦୀପ ଯାଦବ ଗୋଟିଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?